Advertisment

ରେଷ୍ଟୁରାଣ୍ଟ ଷ୍ଟାଇଲରେ ଘରେ ପ୍ରସ୍ତୁତ କରନ୍ତୁ ‘ବୋନଲେସ୍‌ ଚିକେନ ହଂକଂ’

ଆପଣ କେବେ ‘ବୋନଲେସ୍‌ ଚିକେନ ହଂକଂ’ ରେସିପି ଖାଇଛନ୍ତି କି ? ଯଦି ଖାଇ ନାହାନ୍ତି ଆଜି ହିଁ ରେଷ୍ଟୁରାଣ୍ଟ ଷ୍ଟାଇଲରେ ଘରେ ପ୍ରସ୍ତୁତ କରନ୍ତୁ ‘ବୋନଲେସ୍‌ ଚିକେନ ହଂକଂ’ । ତେବେ ଚାଲନ୍ତୁ ଜାଣିବା ‘ବୋନଲେସ୍‌ ଚିକେନ ହଂକଂ’ ଘରେ କିପରି ସହଜରେ ପ୍ରସ୍ତୁତ କରି ପାରିବେ ।

ଅଦ୍ୟତନ ହୋଇଛି
How to Make Chicken Hongcong Recipe

chiken hongkong

Advertisment

ଲଞ୍ଚରେ କଣ ଖାଇବା ପ୍ରସ୍ତୁତ କରିବେ ସେ ନେଇ ଚିନ୍ତିତ କି ? ତେବେ ବିଲ୍‌କୁଲ୍ ବି ଚିନ୍ତା କରନ୍ତୁ ନାହିଁ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଚିକେନର ଏକ ସୁଆଦିଆ ରେସିପି । ଆଜି ବୁଧବାର ରାନ୍ଧଣାରେ ଘରେ ପ୍ରସ୍ତୁତ କରନ୍ତୁ ଚିକେନ ହଂକଂ’ ।

Advertisment

‘ବୋନଲେସ୍‌ ଚିକେନ ହଂକଂ’ ପାଇଁ ଆବଶ୍ୟକ ସାମଗ୍ରୀ:

ବୋନଲେସ୍‌ ଚିକେନ, ଚିକେନ ଷ୍ଟକ, ଲୁଣ, ଗୋଳମରିଚ ଗୁଣ୍ଡ, କର୍ଣ୍ଣଫ୍ଲୋର, ରିଫାଇନ , ସ୍ପ୍ରିଙ୍ଗ ଓନିଅନ, ଶୁଖିଲା ଲଙ୍କା, ରେଡ ଚିଲି ସସ୍‌, ସୋୟା ସସ୍‌, ପିଆଜ, ଭିନେଗାର, ଅଣ୍ଡା ।

ପ୍ରସ୍ତୁତି ପ୍ରଣାଳୀ:

  • ଏକ ପାତ୍ରରେ ବୋନଲେନସ ଚିକେନ ନେଇ ଭଲ ଭାବେ ଧୋଇ ଦିଅନ୍ତୁ ।
  • ସେଥିରେ ଲୁଣ, ଗୋଳମରିଚ ଗୁଣ୍ଡ, କର୍ଣ୍ଣଫ୍ଲୋର, ଏକ ଅଣ୍ଡାର ଧଳା ଅଂଶ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ।
  • ଏହି ମିଶ୍ରଣକୁ ଅଧ ଘଣ୍ଟା ପର୍ଯ୍ୟନ୍ତ ଘୋଡ଼ାଇ ରଖି ଦିଅନ୍ତୁ।
  • ଏହାପରେ ଗ୍ୟାସ୍ ଅନ୍ କରି ଚୁଲିରେ କଡେଇ ବସାନ୍ତୁ
  • କଡେଇରେ ତେଲ ପକାନ୍ତୁ । କଡେଇରେ ତେଲ ଗରମ କରି ଏହାକୁ ଫ୍ରାଏ କରନ୍ତୁ।
Advertisment

ଅଧିକ ପଢ଼ନ୍ତୁ: ଘରେ ବନାନ୍ତୁ ସୁଆଦିଆ ‘ଚିଙ୍ଗୁଡ଼ି ଜହ୍ନି ରାଇ’

  • ସେଥିରେ ସ୍ପ୍ରିଙ୍ଗ ଓନିଅନ, ଶୁଖିଲା ଲଙ୍କା ପକାନ୍ତୁ ।
  • ଏହାପରେ ସେଥିରେ ଚିଲି ସସ୍‌, ସୋୟା ସସ୍‌, ପିଆଜ, ଫ୍ରାଏଡ ଚିକେନ, ଲୁଣ, ଗୋଲମରିଚ ଗୁଣ୍ଡ, ଭିନେଗାର ପକାଇ ଭଲ ଭାବେ ଗୋଳାନ୍ତୁ ।
  • କର୍ଣ୍ଣଫ୍ଲୋରରେ କିଛି ପାଣି ମିଶାଇ ଏହାକୁ ଚିକେନରେ ପକାନ୍ତୁ।
  • ଏଥର ସ୍ପ୍ରିଙ୍ଗ ଓନିଅନ ପକାନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଗରମ ଗରମ ବୋନଲେସ୍‌ ଚିକେନ ହଂକଂ ।

ଏହି ରେସିପିକୁ ନାନ୍ କିମ୍ବା ରୁଟି ସହିତ ଖାଆଲେ ବେଶୀ ସୁଆଦିଆ ଲାଗିଥାଏ। ଘରକୁ କୁଣିଆ ଆସିଲେ ଟିକେନର ଏହି ସୁଆଦିଆ ରେସିପି ବନେଇ ପରଷନ୍ତୁ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ