ଘରେ ଆମେ କଞ୍ଚା କଦଳୀରେ ବିଭିନ୍ନ ରେସିପି ପ୍ରସ୍ତୁତ କରିଥାଉ । ଆଜି ଆପଣଙ୍କ ପାଇଁ କଞ୍ଚା କଦଳୀରେ ଏକ ନୂଆ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘କଞ୍ଚା କଦଳୀ କୋଫ୍ତା କରି’ । ଏହି ରେସିପିଟି ଆପଣ ଅତି ସହଜ ଓ ସରଳ ଭାବରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
Also Read
‘କଞ୍ଚା କଦଳୀ କୋଫ୍ତା କରି’ ବନେଇବା ପାଇଁ ସାମଗ୍ରୀ:
କଞ୍ଚା କଦଳୀ,ବେସନ, ଧନିଆ ପତ୍ର,ଟମାଟୋ ପ୍ୟୁରି,ବାଦାମ,କଞ୍ଚା ଲଙ୍କା, ଗରମ ମସଲା,ଧନିଆ ପାଉଡର୍, ତେଲ, ଜିରା, ହଳଦି ଗୁଣ୍ଡ, କସ୍ତୁରୀ ମେଥି,ଅଦା, ଲଙ୍କା ଗୁଣ୍ଡ ଏବଂ ସ୍ୱାଦନୁସାରେ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ କଞ୍ଚା କଦଳୀକୁ କାଟି ଏହାର ଚୋପା ଛଡାଇ ପ୍ରେସର୍ କୁକର୍ରେ ସିଝାନ୍ତୁ ।
- କଦଳୀ ସିଝିଯିବା ପରେ ସେଥିରେ ବେସନ, କଟା ଧନିଆ ପତ୍ର, ଲୁଣ, ଗରମ ମସଲା, ଲୁଣ ଓ ଲଙ୍କା ଗୁଣ୍ଡ ପକାଇ ଭଲ ଭାବୋ ଚକଟି ଦିଅନ୍ତୁ ।
- ଏହାପରେ ଏହି ମିଶ୍ରଣକୁ ଗୋଲ ଗୋଲ ବଲ୍ ଆକୃତି ଗଢି ରଖନ୍ତୁ ।
- ଏହାପରେ ଚୁଲିରେ କଡେଇ ବସାଇ ତେଲ ଗରମ କରନ୍ତୁ ।
- ତେଲ ଗରମ ହୋଇଯିବା ପରେ ସେଥିରେ ପୂର୍ବରୁ ପ୍ରସ୍ତୁତ ଥିବା କଦଳୀର ଗୋଲ ବଲ୍ ଗୁଡିକ ପକାନ୍ତୁ ।
- ଏହାକୁ ଅଳ୍ପ ଲାଲ୍ ହେବା ପରେ ତେଲରୁ ଛାଣି ରଖନ୍ତୁ ।
- ଏବେ ଅନ୍ୟ ଏକ କଡ଼େଇରେ ତେଲ ଗରମ କରି ସେଥିରେ ଜିରା, ଲୁଣ, ହଳଦି ଗୁଣ୍ଡ, ଧନିଆ ପାଉଡର, କସ୍ତୁରୀ ମେଥି ଏବଂ ବାଦାମ ଓ ଅଦାକୁ ପେଷ୍ଟ୍ କରି ପକାନ୍ତୁ।
- ଏହା ପରେ ସେଥିରେ ଟମାଟୋ ପ୍ୟୁରି ଓ ଲଙ୍କା ଗୁଣ୍ଡ ପକାଇ ମସଲାକୁ ଭଲ ଭାବେ କଷନ୍ତୁ।
- ମସଲା ଭଲ ଭାବେ କଷି ହୋଇଯିବା ପରେ ସେଥିରେ ଅଳ୍ପ ପାଣି ଦିଅନ୍ତୁ।
- ଏହାପରେ ଆଗରୁ ଛଣାଯାଇଥିବା କଦଳୀ କୋପ୍ତା ଗୁଡ଼ିକୁ ପକାନ୍ତୁ।
- ପାଣି ଫୁଟିଯିବା ପରେ ସେଥିରେ ଗରମ ମସଲା ଏବଂ ଧନିଆ ପତ୍ର ପକାଇ ଚୁଲି ବନ୍ଦ କରି ଦିଅନ୍ତୁ
ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ‘କଞ୍ଚା କଦଳୀ କୋଫ୍ତା କରି’ । ଏହି ରେସିପିଟି ରୁଟି କିମ୍ବା ପରଟା ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟି ଆପଣ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।