Advertisment

ବହୁତ କମ୍ ଖର୍ଚ୍ଚରେ ବନାନ୍ତୁ ଓଡ଼ିଆ ଘରର ଏହି ସୁଆଦିଆ ମିଠା

ଆମେ ଘରେ ବିଭିନ୍ନ ପ୍ରକାରର ମିଠାର ରେସିପି ପ୍ରସ୍ତୁତ କରିଥାଉ । ଆଜି ଆମେ ବହୁତ କମ୍ ଖର୍ଚ୍ଚ ଓ କମ୍ ସମୟ ମଧ୍ୟରେ ମିଠାର ଏକ ରେସିପି ପ୍ରସ୍ତୁତ କରିବୁ । ଆଜି ଆମେ ଆପଣଙ୍କ ପାଇଁ ବନେଇବୁ ଓଡ଼ିଆ ଘରର ପାରମ୍ପରିକ ସୁଆଦିଆ ମିଠା ‘ଲବଙ୍ଗଲତା’ । ଏହି ମିଠା ଖାଇବାକୁ ବହୁତ ସୁଆଦିଆ ଲାଗେ ।

Sweet recipe 'Labangalata'

Sweet recipe 'Labangalata'

Advertisment

ଆପଣ କେବେ ଓଡ଼ିଆ ଘରର ପାରମ୍ପରିକ ସୁଆଦିଆ ମିଠା ‘ଲବଙ୍ଗଲତା’ ଖାଇଛନ୍ତି କି । ଆଜି ହିଁ ଘରେ ବନାନ୍ତୁ ‘ଲବଙ୍ଗଲତା’ ମିଠା । ଏହି ମିଠା ବନେଇବା ଅତି ସହଜ ଓ ସରଳ ଅଟେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

Advertisment

‘ଲବଙ୍ଗଲତା’ ବନେଇବା ପାଇଁ ସାମଗ୍ରୀ:

ମଇଦା, ଚିନି, ଘିଅ, ଲବଙ୍ଗ, ଲୁଣ, ଖୁଆ, ସୁଜି, ଡ୍ରାଏ ଫ୍ରୁଟ୍‌, ତେଲ ଓ ପାଣି।

ପ୍ରସ୍ତୁତି ପ୍ରଣାଳୀ:

  • ଲବଙ୍ଗଲତା ତିଆରି କରିବା ପାଇଁ ପ୍ରଥମେ ଶିରା ପ୍ରସ୍ତୁତ କରି ତାକୁ ଏକ ପାତ୍ରରେ ରଖନ୍ତୁ।
  • ପରେ ଅନ୍ୟ ଏକ ପାତ୍ରରେ କିଛି ମଇଦା ନିଅନ୍ତୁ। ସେଥିରେ ଅଳ୍ପ ଲୁଣ ଓ ଗୁଆ ଘିଅ ପକାଇ ଭଲ ଭାବରେ ଗୋଳାନ୍ତୁ।
  • ପରେ ସେଥିରେ ଅଳ୍ପ ପାଣି ଦେଇ ଅଟା ପରି ଚକଟି ତାକୁ ୧୦ରୁ ୧୫ ମିନିଟ ପାଇଁ ଢାଙ୍କି ରଖି ଦିଅନ୍ତୁ।
  • ଏବେ ଲବଙ୍ଗଲତା ପାଇଁ ପୁର ପ୍ରସ୍ତତ କରନ୍ତୁ। ସେଥିପାଇଁ ପ୍ରଥମେ କରେଇରେ ଘିଅ ପକାଇ ଗରମ କରନ୍ତୁ।
  • ସେଥିରେ କିଛି ସୁଜି ଓ ଡ୍ରାଏ ଫ୍ରୁଟ୍‌ ପକାଇ ଭାଜନ୍ତୁ। ତା’ପରେ ସେଥିରେ ଅଳ୍ପ ଚିନି ଓ ଖୁଆ ପକାଇ କିଛି ସମୟ ପାଇଁ ଗୋଳାନ୍ତୁ।
  • ପୁର ପ୍ରସ୍ତୁତ ହେବାପରେ କରେଇକୁ ତଳକୁ ଓହ୍ଲାଇ ଦିଅନ୍ତୁ।
  • ଏ କାମ ସରିବା ପରେ ପୂର୍ବରୁ ଘୋଡ଼ାଇ ରଖିଥିବା ମଇଦାକୁ ଛୋଟ ଛୋଟ ଗୁଟୁଳା କରି ତାକୁ ପୁରି ଆକାରରେ ବେଲନ୍ତୁ।
  • ତାର ଚାରିପାଖେ ପାଣି ମାରନ୍ତୁ। ଯେପରି ଫୋଲ୍ଡି କରିବା ବେଳେ ନ ଖୋଲିବ।
  • ପାଣି ମାରି ସାରିବା ପରେ ତା’ ମଝିରେ ପୁରକୁ ଦେଇ ଚାରି କୋଣିଆ ଆକାରରେ ଭାଙ୍ଗି ଦିଅନ୍ତୁ।
  • ପରେ ତା’ ମଝିରେ ଏକ ଲବଙ୍ଗ ଲଗାଇ ଦିଅନ୍ତୁ।
  • ଏହା ପରେ କରେଇରେ ତେଲ ଗରମ କରନ୍ତୁ।
  • ତେଲ ଗରମ ହେବା ପରେ ସେଥିରେ ଲବଙ୍ଗଲତାକୁ ପକାଇ ଛାଣନ୍ତୁ।
  • ଲବଙ୍ଗଲତାର ରଙ୍ଗ ବାଦାମି ହୋଇଆସିଲା ପରେ ତାକୁ ଛାଣି ଶିରାରେ କିଛି ସମୟ ପାଇଁ ପକାଇ ଦିଅନ୍ତୁ।

ଏବେ ପ୍ରସ୍ତୁତ ହେଇଗଲା ସୁଆଦିଆ ମିଠା ‘ଲବଙ୍ଗଲତା’। ଏହି ମିଠାର ରେସିପି ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

Advertisment
Sweet recipe 'Labangalata'Sweet recipe 'Labangalata'
Odia Food And Recipes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ