ପିଠା ଖାଇବାକୁ ସାଧାରଣତଃ ସମସ୍ତଙ୍କୁ ଭଲ ଲାଗିଥାଏ । ଆଜି ଗୁରୁବାର ରାନ୍ଧଣାରେ ପ୍ରସ୍ତୁତ କରିବା ଆମ ଓଡ଼ିଆ ଘରର ପାରମ୍ପରିକ 'ମୁଆଁ ପିଠା' । ଏହି ପିଠା ବହୁତ ସ୍ୱାଦିଷ୍ଟ ଲାଗିବା ସହ ସୁନ୍ଦର ମଧ୍ୟ ଦେଖାଯାଏ । ତେବେ ଚାଲନ୍ତୁ ଜାଣିବା ଏହି ପିଠାକୁ କିଭଳି ପ୍ରସ୍ତୁତ କରାଯାଏ ।
Also Read
'ମୁଆଁ ପିଠା' ବନେଇବା ପାଇଁ ସାମଗ୍ରୀ:
ବିରି, ଅରୁଆ ଚାଉଳ, ପାଣି, ଗୁଜୁରାତି ଗୁଣ୍ଡ, ନଡ଼ିଆ, ଚିନି ଏବଂ ଲୁଣ।
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ ବିରି ଏବଂ ଅରୁଆ ଚାଉଳକୁ ଭିଜାଇ ଦିଅନ୍ତୁ।
- କିଛି ଘଣ୍ଟା ପରେ ଏହାକୁ ଭଲ ଭାବେ ଧୋଇ ଗ୍ରାଇଣ୍ଡିଂ କରି ଦିଅନ୍ତୁ।
- ଏହାକୁ ଆପଣ ଭଲ ଭାବେ ଗାଢ଼ା କରି ଗ୍ରାଇଣ୍ଡ କରି ଏକ ପାତ୍ରରେ ରଖନ୍ତୁ।
- ଏହାପରେ ଅଳ୍ପ ପାଣି ଦିଅନ୍ତୁ ଏବଂ ମନେ ରଖନ୍ତୁ ଚାଉଳକୁ ପୂରା ମସୃଣ କରିବେ ନାହିଁ।
- ଏହା ପରେ ନଡ଼ିଆ ପୁର ପ୍ରସ୍ତୁତ କରିବା ପାଇଁ ନଡ଼ିଆ କୋରି ଦିଅନ୍ତୁ।
- ଗ୍ୟାସ୍ରେ କଡ଼େଇ ବସାଇ ନଡ଼ିଆ କୋରା, ଚିନି, ଏବଂ ଗୁଜୁରାତି ଗୁଣ୍ଡ ପକାଇ ଭାଜି ଦିଅନ୍ତୁ।
- ଏଠାରେ ଆପଣ ଚିନି ଜାଗାରେ ଗୁଡ଼ ମଧ୍ୟ ନେଇ ପାରିବେ।
- ଏବେ ପ୍ରସ୍ତୁତ ହୋଇଗଲା ପିଠା ପାଇଁ ଆବଶ୍ୟକ ନଡ଼ିଆ ପୁର ।
- ଏହାପରେ ବିରି ଚାଉଳ ବଟାରେ ସ୍ୱାଦ ଅନୁସାରେ ଲୁଣ ପକାଇ ଗୋଳାଇ ଦିଅନ୍ତୁ।
- ଏବେ ଚୁଲି ଲଗାଇ ଏକ ବଡ଼ କଂସା ବା ଛୋଟ ଡିସ୍ ନିଅନ୍ତୁ ।
- ଏହାପରେ ଏକ ବଡ ଡିସ୍ରେ ପାଣି ଦେଇ ଗ୍ୟାସ୍ରେ ବସାନ୍ତୁ।
- ସେହି ଡିସ୍ ଉପରେ ଏକ ପତଳା କପଡ଼ା ଘୋଡ଼ାଇ ଦିଅନ୍ତୁ।
- କପଡ଼ାର ଚାରି ପାଖ ବାନ୍ଧି ଦିଅନ୍ତୁ। କାରଣ ପିଠା କପଡ଼ା ଉପରେ ହିଁ ହେବ।
- ଯଦି କପଡ଼ା ଠିକ୍ ଭାବେ ନ ବାନ୍ଧିବେ ତାହାଲେ ପିଠା ପାଣିରେ ବୁଡ଼ିଯିବ।
- ଏବେ ସେହି କପଡ଼ା ଉପରେ ଆଉ ଏକ କପଡ଼ା ପକାନ୍ତୁ।
- ପାଣି ଫୁଟି ଆସିଲେ କପଡାରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ବିରି ଚାଉଳ ଆଣ ପକାନ୍ତୁ ।
- ଏହାକୁ ଗୋଲ୍ କରି ମୋଟା ପିଠା ଭଳି କରିବେ।
- ଏବେ ଏହି ବ୍ୟାଟର୍ ପରେ ନଡ଼ିଆ ପୁର ଦିଅନ୍ତୁ।
- ଏବେ ପୁଣି ଥରେ ବ୍ୟାଟର୍କୁ ପୁର ଉପରେ ଦେଇ ପିଠାକୁ ଗୋଲ୍ ଆକୃତିର କରନ୍ତୁ। ପୁର ଯେପରି ବାହାରକୁ ଦେଖାଯିବ ନାହିଁ।
- ଏବେ ଏକ ବଡ଼ ପାତ୍ର ନେଇ ପିଠାକୁ ଘୋଡ଼ାଇ ଦିଅନ୍ତୁ।
- ୨୦ ମିନିଟ୍ ଯାଏ କମ୍ ଆଞ୍ଚରେ ପିଠାକୁ ସିଝିବାକୁ ଛାଡ଼ି ଦିଅନ୍ତୁ।
- ଏହାପରେ ପିଠା ଭଲରେ ସିଝିଛି ନା ନାହିଁ ଦେଖନ୍ତୁ, ଯଦି ନ ସିଝିଥିବ ତାହାଲା ଆଉ କିଛି ସମୟ ସିଝିବାକୁ ଛାଡ଼ି ଦିଅନ୍ତୁ।
- ଏହାପରେ ଚୁଲିକୁ ବନ୍ଦ କରି ପିଠାକୁ ବାହାର କରି ଥଣ୍ଡା ହେବା ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ।
- ମନେରଖନ୍ତୁ ପିଠାରୁ କପଡ଼ା ବାହାର କରିବେ ନାହିଁ। ପୁରା ଥଣ୍ଡା ହେଲା ପରେ ପିଠାରୁ କପଡ଼ା ବାହାର କରି ଆପଣଙ୍କ ପସନ୍ଦ ଅନୁସାରେ କାଟି ଦିଅନ୍ତୁ।
ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ପାରମ୍ପରିକ ‘ମୁଆଁ ପିଠା’ । ଏହି ପିଠା ତିଆରି କରି ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।