Advertisment

ଆସ ଖାଇବା ‘ଛେନା ପୁର ଦିଆ ମଣ୍ଡା ପିଠା’

ପ୍ରାୟତଃ ପିଠା ଖାଇବାକୁ ସମସ୍ତଙ୍କୁ ଭଲ ଲାଗିଥାଏ । ପୂଜାପର୍ବାଣୀ ଆସିଲେ ଘରେ ତିଆରି ହୁଏ ଭଳିକି ଭଳି ପିଠା । ଆଜି ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିବୁ ଓଡ଼ିଆ ଘରର ଏକ ପାରମ୍ପରିକ ‘ଛେନା ପୁର ଦିଆ ମଣ୍ଡା ପିଠା’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

'manda pitha recipe'

'manda pitha recipe'

Advertisment

ଆମ ଓଡିଆ ଘରେ ପର୍ବପର୍ବାଣୀ ଆସିଲେ ବିଭିନ୍ନ ପିଠାପଣା ତିଆରି କରାଯାଏ । ଆଜି ଶାମ୍ବ ଦଶମୀ । ଆଜିର ଏହି ଦିନରେ ସୂର୍ଯ୍ୟ ଦେବତାଙ୍କୁ ପୂଜା କରାଯାଇ ବିଭିନ୍ନ ସୁସ୍ୱାଦୁ ପିଠା ତିଆରି କରାଯାଇ ଭୋଗ ଲଗାଯାଇଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିବୁ ‘ଛେନା ପୁର ଦିଆ ମଣ୍ଡା ପିଠା’ । ଏହି ପିଠା ଆମ ଓଡ଼ିଆ ଘରର ଏକ ପାରମ୍ପିକ ପିଠା ।

Advertisment

‘ଛେନା ପୁର ଦିଆ ମଣ୍ଡା ପିଠା’ ବନେଇବା ପାଇଁ ସାମଗ୍ରୀ:

ଅରୁଆ ଚାଉଳ,ନଡ଼ିଆ,ପାଣି,ଗୁଜୁରାତି, ଗୁଣ୍ଡ,ଚିନିଲୁଣଛେନା

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଅରୁଆ ଚାଉଳକୁ ପାଣିରେ ଭିଜାଇ ରଖନ୍ତୁ।
  • କିଛି ଘଣ୍ଟା ପରେ ଏହାକୁ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ଏବେ ଏହାକୁ ଏକ ପାତ୍ରରେ ରଖନ୍ତୁ।
  • ଏହାପରେ ପୁର ପ୍ରସ୍ତୁତ କରିବା ପାଇଁ ନଡ଼ିଆ କୋରି ଦିଅନ୍ତୁ।
  • ଚୁଲିରେ କଡ଼େଇ ବସାଇ ନଡ଼ିଆ କୋରା, ଚିନି, ଛେନା ଏବଂ ଗୁଜୁରାତି ଗୁଣ୍ଡ ପକାଇ ଭାଜି ଦିଅନ୍ତୁ।
  • ଆପଣ ଏଠାରେ ଚାହିଁଲେ ଚିନି ଜାଗାରେ ଗୁଡ଼ ମଧ୍ୟ ପକାଇ ପାରିବେ।
  • ଏହାପରେ ଗ୍ୟାସ୍‌ରେ ଏକ କଡ଼େଇରେ ପାଣି ଗରମ କରନ୍ତୁ।
  • ସେଥିରେ ଆବଶ୍ୟକ ଅନୁସାରେ ଲୁଣ ପକାନ୍ତୁ। ପାଣି ଫୁଟିଯିବା ପରେ ଚାଉଳ ଚୂନା ପକାନ୍ତୁ ଓ ତାକୁ ଭଲ ଚଲାନ୍ତୁ।
  • ପିଠା ପାଇଁ ଜନ୍ତୁଣୀ ପ୍ରସ୍ତୁତି ହୋଇଯିବା ପରେ କଡ଼େଇକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ।
  • ଜନ୍ତୁଣୀ ସାମାନ୍ୟ ଥଣ୍ଡା ହେବା ପରେ ସେଥିରେ ପୂର ଦେଇ ଗୋଲ ଗୋଲ କରି ଗଢନ୍ତୁ।
  • ଏବେ ଚୁଲିରେ ଏକ କଡ଼େଇରେ ପାଣି ଗରମ କରନ୍ତୁ।
  • ପାଣି ଫୁଟିଯିବା ପରେ ପିଠା ଗୁଡିକ ସେଥିରେ ପକାନ୍ତୁ।
  • ପିଠା ଗୁଡିକ ଭଲ ଭାବେ ସିଝି ଗଲା ପରେ ଚୁଲି ବନ୍ଦ କରିଦିଅନ୍ତୁ ।
  • ଏହାର କିଛି ସମୟ ପରେ ସେଗୁଡ଼ିକୁ ପାଣିରୁ କାଢ଼ି ଆଣନ୍ତୁ।
  • ଏହାପରେ ଏହା ଥଣ୍ଡା ହୋଇଗଲା ପରେ ଏକ ପ୍ଲେଟ୍ କୁ କାଢି ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ‘ଛେନା ପୁର ଦିଆ ମଣ୍ଡ। ପିଠା । ଏହି ପିଠାକୁ ତିଆରି କରି ଭାଗବାନଙ୍କ ପାଖରେ ଭୋଗ ଲଗାନ୍ତୁ । ଏହାପରେ ନିଜେ ଖାଆନ୍ତୁ ଘର ଲୋକଙ୍କୁ ପରଷନ୍ତୁ ।

Advertisment
Odia Food And Recipes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ