Advertisment

ଘରେ ବନାନ୍ତୁ ସ୍ୱାଦିଷ୍ଟ ‘ମାଟି ହାଣ୍ଡି କଙ୍କଡ଼ା’

ଓଡ଼ିଆ ଘରେ ବିଭିନ୍ନ ଖାଦ୍ୟର ଆସର । ସେ ଭେଜ୍ ହେଉ କି ନନ୍ ଭେଜ୍ ,ସବୁ ଓଡ଼ିଆ ଖାଇବାର ସ୍ୱାଦ ନିଆରା । ଆଜି ଆମେ ଆପଣଙ୍କ ପାଇଁ ଏକ ଦେଶୀ ରେସିପି ବନେଇବୁ । ଯାହାର ନା ହେଉଛି ‘ମାଟି ହାଣ୍ଡି କଙ୍କଡ଼ା’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

crab curry

crab curry

Advertisment

ଆପଣ ମାଟି ହାଣ୍ଡିରେ ଚିକେନ କିମ୍ବା ମଟନର ରେସିପି ତିଆରି କରି ଖାଇଥିବେ । କେବେ ଆପଣ ମାଟି ହାଣ୍ଡିରେ କଙ୍କଡ଼ାର ରେସିପି ଖାଇଛନ୍ତି କି ? ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଓଡ଼ିଆ ଘରର ଗୋଟିଏ ଦେଶୀ ରେସିପି । ଏହି ରେସିପିର ନାଁ ହେଉଛି ‘ମାଟି ହାଣ୍ଡି କଙ୍କଡ଼ା’ । ଏହାକୁ ଆପଣ ଘରେ ଅତି ସହଜ ଓ ଦେଶୀ ଉପାୟରେ ବନେଇ ପାରିବେ ।

Advertisment

‘ମାଟି ହାଣ୍ଡି କଙ୍କଡ଼ା’ ବନେଇବା ପାଇଁ ସାମଗ୍ରୀ:

କଙ୍କଡ଼ା,ପିଆଜ ବଟା,ଲଙ୍କା ଗୁଣ୍ଡ,ଧନିଆ ଗୁଣ୍ଡ,କଟା ପିଆଜ,ଲୁଣ,ଗରମ ମସଲା,ଜିରା ଗୁଣ୍ଡ,ଅଦା-ରସୁଣ ପେଷ୍ଟ,ତେଲ,ଟମାଟୋ ପେଷ୍ଟ,ତେଜପତ୍ର,ଫୁଟଣ

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ କଙ୍କଡ଼ାକୁ ସଫା କରିବା ପରେ ଏଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଅଳ୍ପ ଲୁଣ, ଅଦା-ରସୁଣ ବଟା ଓ ପିଆଜ ବଟା ପକାଇ ଗୋଳାଇ ଦିଅନ୍ତୁ।
  • ଏବେ ମାଟି ହାଣ୍ଡିରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ଫୁଟଣ, ତେଜପତ୍ର, କଟା ପିଆଜ ଏବଂ ସ୍ୱାଦ ଅନୁସାରେ ଆଉ ଟିକେ ଲୁଣ ପକାଇ ଗୋଳାନ୍ତୁ।
  • ପିଆଜ ଭାଜି ହୋଇଯିବା ପରେ ସେଥିରେ ଅଳ୍ପ ପିଆଜ ବଟା, ଅଦା-ରସୁଣ ବଟା, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ ଏବଂ ଜିରା ଗୁଣ୍ଡ ପକାନ୍ତୁ ଓ କଷନ୍ତୁ।
  • ମସଲା ଭଲ ଭାବେ କଷି ହୋଇଯିବା ପରେ ପୂର୍ବରୁ ମସଲା ଗୋଳାଇ ରଖିଥିବା କଙ୍କଡ଼ାକୁ ସେଥିରେ ପକାଇ ଗୋଳାଇ ଦିଅନ୍ତୁ ଓ କଷନ୍ତୁ।
  • କଙ୍କଡ଼ା ଭଲ ଭାବେ କଷି ହୋଇଗଲେ ସେଥିରେ ଟମାଟୋ ପେଷ୍ଟ୍‌ ଓ ପାଣି ଦେଇ ଫୁଟାନ୍ତୁ।
  • କିଛି ସମୟ ଫୁଟିବା ପରେ ସେଥିରେ ଗରମ ମସଲା ପକାନ୍ତୁ ଓ ଗ୍ୟାସ୍ ବନ୍ଦ କରି ଦିଅନ୍ତୁ।
  • ପ୍ରସ୍ତୁତ ହୋଇଗଲା ଆପଣଙ୍କ ମାଟି ହାଣ୍ଡି କଙ୍କଡ଼ା। ଏହାକୁ ଭାତ ସହିତ ଖାଆନ୍ତୁ, ଖୁବ୍ ଭଲ ଲାଗିବ।
Advertisment
crab currycrab curry
Crab Curry Recipe
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ