ସୁଆଦିଆ ଖାଦ୍ୟ ଖାଇବା ପାଇଁ ସମସ୍ତଙ୍କର ମନ ଥାଏ,କିନ୍ତୁ ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଆମକୁ ସୁଆଦିଆ ଖାଦ୍ୟ ତିଆରି କରିବା ପାଇଁ ସମୟ ହୋଇନଥାଏ । ଘରକୁ ଗେଷ୍ଟ ଆସିଲେ ଅଳ୍ପ ସମୟ ମଧ୍ୟରେ କେଉଁ ରେସିପି ପ୍ରସ୍ତୁତ କରିବେ, ତାହାକୁ ନେଇ ବେଳେ ବେଳେ ଆମେ ଚିନ୍ତାରେ ପଡ଼ିଯାଉ । ତେବେ ଆମେ ଆପଣ ମାନଙ୍କୁ ଏକ ଚଟପଟା ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ଚିଲି ବେବି କର୍ଣ୍ଣ’ ।ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।
‘ଚିଲି ବେବିକର୍ଣ୍ଣ’ ବନେଇବା ପାଇଁ ସାମଗ୍ରୀ:
ବେବିକର୍ଣ୍ଣ-୨୦୦ ଗ୍ରାମ,ମଇଦା-୨୫ ଗ୍ରାମ,ଆରାରୁଟ ପାଇଡର- ୨୫ ଗ୍ରାମ,ପିଆଜ ୨ଟି,କଞ୍ଚା ଲଙ୍କା ୨ଟି,ପିଆଜ ୨ଟି,ସିମଲା ଲଙ୍କା ୩ଟି,ଅଦା ରସୁଣ ପେଷ୍ଟ,ଚିଲି ସସ୍-୨ ଚାମଚ,ଟମାଟୋ ସସ୍-୨ ଚାମଚ,ସୋୟା ସସ୍ -୧ ଚାମଚ ଅଳ୍ପ ରିଫାଇନ ତେଲ,ଅଳ୍ପ ରାଶି,ଅଳ୍ପ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ ବେବିକର୍ଣ୍ଣକୁ ଛୋଟ ଛୋଟ କରି କାଟି ଦିଅନ୍ତୁ ।
- ଏହାପରେ ସେଥିରେ ଆରାରୁଟ ପାଇଡର,ମଇଦା ଓ ଲୁଣ ପକାଇ ଗୋଳାଇ ଦିଅନ୍ତୁ ।
- ଏହା ପରେ ପିଆଜ, ସିମଲା ଲଙ୍କା ଓ କଞ୍ଚାଲଙ୍କାକୁ ଛୋଟ ଛୋଟ କରି ଏକ ପାତ୍ରରେ ରଖନ୍ତୁ ।
- ଏହାପରେ କଡେଇରେ ତେଲ ଗରମ କରି ଆଗରୁ ଗୋଳା ହୋଇଥିବା ବେବିକର୍ଣ୍ଣକୁ ତେଲରେ ଗୋଲ୍ଡେନ ବ୍ରାଉନ୍ ହେବା ଯାଏଁ ଛାଣି ଦିଅନ୍ତୁ ।
- ଏହାପରେ ଅନ୍ୟ କଡେଇରେ ଅଳ୍ପ ତେଲ ପକାନ୍ତୁ,ତେଲ ଗରମ ହେବା ପରେ ଆଗରୁ କଟା ହୋଇଥିବା ପିଆଜ, ସିମଲା ଲଙ୍କା ଓ କଞ୍ଚାଲଙ୍କାକୁ ପକାଇ ଅଳ୍ପ ଭାଜନ୍ତୁ ।
- ଏହାପରେ ସେଥିରେ ଗୋଟିଏ କପ୍ ପାଣି ପକାନ୍ତୁ ଓ ସେଥିରେ ଚିଲି ସସ୍, ଚାମଚ,ଟମାଟୋ ସସ୍, ଚାମଚ,ସୋୟା ସସ୍ ଓ ଲୁଣ ପକାଇ ଫୁଟାନ୍ତୁ ।
- ଏହାପରେ ସେହି ମିଶ୍ରଣରେ ଛଣା ହୋଇଥିବା ବେବିକର୍ଣ୍ଣ ପକାଇ ଗୋଳେଇ ଦିଅନ୍ତୁ ।
- ବେବିକର୍ଣ୍ଣ ଭଲଭାବେ ଗୋଳେଇ ହେବା ପରେ ସେଥିରେ ଅଳ୍ପ ରାଶି ପକେଇ ଦିଅନ୍ତୁ ।
- ଏହାପରେ ଗ୍ୟାସ ବନ୍ଦ କରି ଏହାକୁ ଏକ ପାତ୍ରକୁ ବାହାର କରିନିଅନ୍ତୁ ।
ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ଓ ଚଟପଟା ‘ଚିଲି ବେବିକର୍ଣ୍ଣ’ । ଏହି ରେସିପିଟିକୁ ରୁଟି ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତି ‘ଚିଲି ବେବିକର୍ଣ୍ଣ’ ।