Advertisment

ଘରେ ପ୍ରସ୍ତୁତ କରନ୍ତୁ ରେଷ୍ଟୁରାଣ୍ଟ୍ ଷ୍ଟାଇଲରେ ‘ଚିକେନ୍ ଜାଫରାନୀ’

ସାଧାରଣତଃ ରେଷ୍ଟୁରାଣ୍ଟରେ ବା ହୋଟେଲରେ ପ୍ରସ୍ତୁତ ହୋଇଥିବା ରେସିପି ଖାଇବାକୁ ସୁଆଦିଆ ଲାଗିଥାଏ । ଆପଣ ମାନେ ମଧ୍ୟ ଘରେ ରେଷ୍ଟୁରାଣ୍ଟ୍ ଷ୍ଟାଇଲରେ ବିଭିନ୍ନ ରେସିପି ବନେଇ ପାରିବେ । ଆଜି ଆମେ ଆପଣଙ୍କୁ ଚିକେନର ଏକ ରେଷ୍ଟୁରାଣ୍ଟ ଷ୍ଟାଇଲରେ ରେସିପି ବିଷୟରେ କହିବୁ। ଏହି ରେସିପିର ନାଁ ହେଉଛି ‘ଚିକେନ୍ ଜାଫରାନୀ ‘।

chiken zafrani

chiken zafrani

Advertisment

ସାଧାରଣତଃ ରେଷ୍ଟୁରାଣ୍ଟରେ ବା ହୋଟେଲରେ ପ୍ରସ୍ତୁତ ହୋଇଥିବା ରେସିପି ଖାଇବାକୁ ସୁଆଦିଆ ଲାଗିଥାଏ । ଆପଣ ମାନେ ମଧ୍ୟ ଘରେ ରେଷ୍ଟରାଣ୍ଟ ଷ୍ଟାଇଲରେ ବିଭିନ୍ନ ରେସିପି ବନେଇ ପାରିବେ । ଆଜି ଆମେ ଆପଣଙ୍କୁ ଚିକେନର ଏକ ରେଷ୍ଟୁରେଣ୍ଟ ଷ୍ଟାଇଲରେ ରେସିପି ବିଷୟରେ କହିବୁ। ଏହି ରେସିପିର ନାଁ ହେଉଛି ‘ଚିକେନ୍ ଜାଫରାନୀ ‘। ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

Advertisment

‘ଚିକେନ୍ ଜାଫରାନୀ’ ବନେଇବା ପାଇଁ ସାମଗ୍ରୀ:

ଚିକେନ-୫୦୦ ଗ୍ରାମ୍ କେଶର,ସିଝା ଅଣ୍ଡା,ଦହି,ଗୋଟା ଗରମ ମସଲା(ଡାଲଚିନି,ଗୁଜୁରାତି,ଲବଙ୍ଗ),ପିଆଜ ପେଷ୍ଟ,ଆଦା ରସୁଣ ପେଷ୍ଟ,କାଜୁ ପେଷ୍ଟ,କଟା କଞ୍ଚା ଲଙ୍କା,କଟା ଧନିଆ ପତ୍ର,ଚିକେନ୍ ମସଲା, ଘିଅ,ଓ ସ୍ୱାଦନୁସାରେ ଲୁଣ,ଗରମ ମସଲା ଗୁଣ୍ଡ

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଚୁଲିରେ କଡ଼େଇ ବସାଇ ଘିଅ ପକାନ୍ତୁ ।
  • ଘିଅ ଗରମ ହୋଇଗଲା ପରେ ସେଥିରେ ଗୋଟା ଗରମ ମସଲା ପକାଇ ଭାଜନ୍ତୁ ।
  • ଏହାପରେ ସେଥିରେ କଟା କଞ୍ଚାଲଙ୍କା,ପିଆଜ ପେଷ୍ଟ,ଅଦା ଓ ରସୁଣ ପେଷ୍ଟ ପକାଇ ମିଶ୍ରଣକୁ କଷନ୍ତୁ ।
  • ଏହାପରେ ସେଥିରେ କାଜୁର ପେଷ୍ଟ ଓ ଦହି ପକାନ୍ତୁ ।
  • ଏହି ମସଲାକୁ ଭଲ ଭାବେ ଗୋଳେଇ କଷନ୍ତୁ ।
  • ଏହାପରେ ଏଥିରେ ଚିକେନକୁ ପକାଇ ପାଣି ଶୁଖିବା ପର୍ଯ୍ୟନ୍ତ ଭଲଭାବେ କଷନ୍ତୁ ।
  • ଏହାପରେ ସେଥିରେ ଚିକେନ ମସଲା,ଗରମ ମସଲା ଗୁଣ୍ଡ ଓ ଅଳ୍ପ କେଶର ପକାଇ ଅଳ୍ପ କିଛି ସମୟ ଘୋଡଣୀ ଦେଇ ଦିଅନ୍ତୁ ।
  • ଏହାପରେ ଘୋଡ଼ଣୀ କାଢି ସେଥିରେ କଟା ସିଝା ଅଣ୍ଡା ଓ କଟା ଧନିଆ ପତ୍ର ପକାଇ ସଜାଇ ଦିଅନ୍ତୁ ।
Advertisment

ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ୍ ରେଷ୍ଟୁରାଣ୍ଟ ଷ୍ଟାଇଲରେ 'ଚିକେନ୍ ଜାଫରାନୀ' । ଏହି ରେସିପିଟିକୁ ରୁଟି କିମ୍ବା ନାନ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

Odia Food And Recipes Chiken Zafrani
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ