Advertisment

ଘରେ ପ୍ରସ୍ତୁତ କରନ୍ତୁ ‘ଚିକେନ୍ ଥୋରାନ୍’

ଘରେ ଘରେ ଚିକେନକୁ ନେଇ ବିଭିନ୍ନ ରେସିପି ତିଆରି କରାଯାଇଥାଏ । ଚିକେନରେ ବହୁତ ରେସିପି ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିଛୁ । ଆଜି ଆମେ ଆପଣମାନଙ୍କୁ ଦକ୍ଷିଣ ଭାରତର ଏକ ଚିକେନ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନା ହେଉଛି ‘ଚିକେନ ଥୋରାନ୍’ ।

ଅଦ୍ୟତନ ହୋଇଛି
chiken thoran

chiken thoran

Advertisment

ଘରେ ଘରେ ଚିକେନକୁ ନେଇ ବିଭିନ୍ନ ରେସିପି ତିଆରି କରାଯାଇଥାଏ। ଚିକେନରେ ବହୁତ ରେସିପି ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିଛୁ। ଆଜି ଆମେ ଆପଣମାନଙ୍କୁ ଦକ୍ଷିଣ ଭାରତର ଏକ ଚିକେନ ରେସିପି ବିଷୟରେ କହିବାକୁ ଯାଉଛୁ। ଏହି ରେସିପିର ନା ହେଉଛି ‘ଚିକେନ ଥୋରାନ୍’ । ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

Advertisment

‘ଚିକେନ୍ ଥୋରାନ୍’ ବନେଇବା ପାଇଁ ସାମଗ୍ରୀ:

 ଚିକେନ କିମା(ଛୋଟ ଛୋଟ ଖଣ୍ଡ ହୋଇଥିବା ଚିକେନ)-୫୦୦ ଗ୍ରାମ,କଟା ପିଆଜ, କଟା ରସୁଣ, କଟା ଅଦା, କଟା କଞ୍ଚା ଲଙ୍କା, ଭୃଷଙ୍ଗ ପତ୍ର,ଧନିଆ ପତ୍ର, ଗୋଲମରିଚ ଗୁଣ୍ଡ, ନଡିଆ କୋରା, ତେଜପତ୍ର, ଚିକେନ ମସଲା, ଜିରା, ସୋରିଷ, ରିଫାଇନ ତେଲ, ଅଳ୍ପ ଲୁଣ, ତେଜପତ୍ର।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ କଡେଇରେ ତେଲ ଗରମ କରି ସେଥିରେ ଅଳ୍ପ ଜିରା, ସୋରିଷ, ଅଦା,ରସୁଣ ଓ ଭୃଷଙ୍ଗ ପତ୍ର ପକାନ୍ତୁ ।
  • ଏହାପରେ ସେଥିରେ କଞ୍ଚା ଲଙ୍କା,କଟା ହୋଇଥିବା ପିଆଜ ପକାନ୍ତୁ ।
  • ଏହାକୁ ଭଲଭାବେ ଗୋଳେଇ ଭାଜନ୍ତୁ ଓ ସେଥିରେ ଚିକେନ ପକାନ୍ତୁ ।
  • ଚିକେନ ମିଶ୍ରଣରେ ଚିକେନ ମସଲା, ଗୋଲ ମରିଚ ଗୁଣ୍ଡ, ହଳଦୀ ଗୁଣ୍ଡ ଏବଂ ଲୁଣ ମିଶାଇ ଗୋଳାଇ ଦିଅନ୍ତୁ।
  • ଭଲଭାବେ ଗୋଳାଇବା ପରେ ମିଶ୍ରଣରେ ଅଳ୍ପ ପାଣି ମିଶାଇ ସେଥିରେ ତେଜପତ୍ର ପକାଇ କଡେଇକୁ ଢାଙ୍କି ଦିଅନ୍ତୁ।
  • କଡେଇରେ ପାଣି ଫୁଟି କମି ଗଲେ ସେଥିରେ ନଡ଼ିଆ କୋରା ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ ।
  • ଏହାପରେ ଚୁଲିରେ ୧୦ ମିନିଟ କୁକ୍ ହେବା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ ।
  • ଏହାପରେ କଟା ହୋଇଥିବା ଧନିଆ ପତ୍ର ପକାଇ ଟିକେ ଗୋଳାଇ ଦିଅନ୍ତୁ ଓ ପରେ ଚୁଲିକୁ ବନ୍ଦ କରିଦିଅନ୍ତୁ ।
Advertisment

ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ‘ଚିକେନ୍ ଥୋରାନ୍’ । ଏହି ରେସିପିଟିକୁ ରୁଟି ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ନିଜେ ଖାଅନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

Odisha Odia Food And Recipes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ