Advertisment

ଘରେ ବନାନ୍ତୁ ‘ବାଉଁଶ ଚୁନା ମାଛ’

ଘରେ ବିଭିନ୍ନ ଦେଶୀ ଶୈଳୀରେ ଆମେ ରେସିପି ତିଆରି କରିଥାଉ । ଆଜି ଆମେ ଏକ କାଠ ଚୁଲିରେ ଏକ ଦେଶୀ ରେସିପି ତିଆରି କରିବୁ । ଏହି ରେସିପିର ନାଁ ହେଉଛି ‘ବାଉଁଶ ଚୁନା ମାଛ’ ।

ଅଦ୍ୟତନ ହୋଇଛି
Bamboo Fish

Bamboo Fish

Advertisment

ଘରେ ଆମେ ଚୁନା ମାଛରେ ବିଭିନ୍ନ ରେସିପି ତିଆରି କରିଥାଉ । ହେଲେ ଆଜିର ରେସିପି ଟିକେ ନିଆରା । କାହିଁକି ନା ଏହା ଏକ ଦେଶୀ ମାଛ ରେସିପି । ଏହି ରେସିପିର ନାଁ ହେଉଛି ‘ବାଉଁଶ ଚୁନା ମାଛ’ । ଏହି ରେସିପିଟିକୁ ଆପଣ ଘରେ ଅତି ସହଜ ଓ ସରଳ ଭାବରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

Advertisment

‘ବାଉଁଶ ଚୁନା ମାଛ’ ବନେଇବା ପାଇଁ ସାମଗ୍ରୀ:

ଚୁନା ମାଛ, ବାଉଁଶ କରଡ଼ି,ସୋରିଷ ବଟା,ଅଦା ବଟା,ରସୁଣ ବଟା,ଲଙ୍କା ଗୁଣ୍ଡ,ହଳଦୀ ଗୁଣ୍ଡ,ଲୁଣ,ସୋରିଷ ତେଲ,ବାଉଁଶ ନଳୀ

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଚୁନା ମାଛକୁ ଭଲ ଭାବେ ଧୋଇ ଦିଅନ୍ତୁ ।
  • ମାଛରେ ହଳଦୀ ଗୁଣ୍ଡ, କରଡ଼ି ପକାନ୍ତୁ ।
  • ଏହାପରେ ଅଦା ବଟା, ରସୁଣ ବଟା, ସୋରିଷ ବଟା, ଲଙ୍କା ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ ଓ ତେଲ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ ।
  • ଏହାପରେ ବାଉଁଶ ନଳୀରେ ଭଲ ଭାବରେ ତେଲ ମାରି ଦିଅନ୍ତୁ ।
  • ଏହାପରେ ସେଥିରେ ମସଲା ଗୋଳା ମାଛକୁ ପୂରାଇ ଦିଅନ୍ତୁ
  • ଏହାପରେ ଅଟା ଚକଟାରେ ତା’ର ମୁହଁ ବନ୍ଦ କରି ଦିଅନ୍ତୁ ।
  • ଏହାପରେ ଅଙ୍ଗାର ନିଆଁରେ ମାଛ ଭର୍ତ୍ତି ବାଉଁଶ ନଳୀକୁ ରଖି ଦିଅନ୍ତୁ ।
  • ଏହାପରେ ବାଉଁଶ ନଳୀ ଉପରେ ଅଙ୍ଗାର ନିଆଁକୁ ରଖିନ୍ତୁ।
  • ପଚିଶ ତିରିଶ ମିନିଟ୍ ପରେ ବାଉଁଶ ନଳୀକୁ ନିଆଁରୁ ବାହାର କରି ଆଣନ୍ତୁ ।
  • ମୁହଁ ଖୋଲି ମାଛକୁ ପ୍ଲେଟ୍‌କୁ କାଢ଼ି ଦିଅନ୍ତୁ ।
Advertisment

ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ‘ବାଉଁଶ ଚୁନା ମାଛ’ । ଏହି ରେସିପିଟିକୁ ଗରମ ଭାତ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

Odia Food And Recipes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ