Advertisment

ଘରେ ପ୍ରସ୍ତୁତ କରନ୍ତୁ ‘ବ୍ରେଡ୍‌ ଗୁଲାବ୍‌ ଜାମୁନ୍’

ଏବେ ଚାଲିଛି ପାର୍ବଣର ଋତୁ । ପାର୍ବଣ ସମୟରେ ଠାକୁରଙ୍କ ନିକଟରେ ବିଭିନ୍ନ ପ୍ରକାରର ମିଠା ଭୋଗ ଲଗାଯାଇଥାଏ । ଆପଣ ଘରେ ମଧ୍ୟ ମିଠାର ରେସିପି ବନେଇ ପାରିବେ । ଆଜି ଆମେ ଆପଣଙ୍କୁ ବ୍ରେଡ଼ରେ ତିଆରି ଏକ ମିଠା ରେସିପି ବିଷୟରେ କହିବୁ । ଏହି ରେସିପି ନାଁ ହେଉଛି 'ବ୍ରେଡ଼ ଗୁଲାପ ଜାମୁନ୍ '। ଏହି ରେସିପିଟିକୁ ଆପଣ ଅତି ସହଜ ଓ କମ୍ ଖର୍ଚ୍ଚରେ ବନେଇ ପାରିବେ ।

Bread Gulab Jamun

Bread Gulab Jamun

Advertisment

ଏବେ ଚାଲିଛି ପାର୍ବଣର ଋତୁ । ପାର୍ବଣ ସମୟରେ ଠାକୁରଙ୍କ ନିକଟରେ ବିଭିନ୍ନ ପ୍ରକାରର ମିଠା ଭୋଗ ଲଗାଯାଇଥାଏ । ଆପଣ ଘରେ ମଧ୍ୟ ମିଠାର ରେସିପି ବନେଇ ପାରିବେ । ଆଜି ଆମେ ଆପଣଙ୍କୁ ବ୍ରେଡ଼ରେ ତିଆରି ଏକ ମିଠା ରେସିପି ବିଷୟରେ କହିବୁ । ଏହି ରେସିପି ନାଁ ହେଉଛି 'ବ୍ରେଡ଼ ଗୁଲାପ ଜାମୁନ୍ '। ଏହି ରେସିପିଟିକୁ ଆପଣ ଅତି ସହଜ ଓ କମ୍ ଖର୍ଚ୍ଚରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

Advertisment

‘ବ୍ରେଡ୍‌ ଗୁଲାବ୍‌ ଜାମୁନ୍’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

ବ୍ରେଡ୍-୨ ପ୍ୟାକେଟ୍, କ୍ଷୀର-୧କପ୍, ଚିନି, ତେଲ, ଗୁଜୁରାତି ଗୁଣ୍ଡ, କାଜୁ ଓ କିସ୍‌ମିସ୍‌ ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ବ୍ରେଡ୍‌ର ଚାରିକଡ଼କୁ କାଢ଼ି ବାହାର କରିଦିଅନ୍ତୁ ।
  • ଏହାପରେ ବ୍ରେଡ୍‌ର ଧଳା ଅଂଶକୁ ଛୋଟ ଛୋଟ ଖଣ୍ଡ କରନ୍ତୁ ।
  • ଏହାପରେ ବ୍ରେଡ଼ ଖଣ୍ଡରେ କ୍ଷୀର ମିଶାଇ ଚକଟି ଦିଅନ୍ତୁ ।
  • ଏହାକୁ ଭଲଭାବେ ଅଟା ଚକଟିବା ଭଳି ଦଳିବା ପରେ ଛୋଟ ଛୋଟ ବଲ୍‌ ଆକୃତିର ଗଢନ୍ତୁ ।
  • ବ୍ରେଡ ବଲ୍‌ ଗୁଡିକ ମଝିରେ ଛୋଟ ଛୋଟ କାଜୁ ଓ କିସ୍‌ମିସ୍‌ ଖଣ୍ଡକୁ ରଖି ଦିଅନ୍ତୁ ।
  • ଏହାପରେ ଏକ କଡ଼େଇରେ ତେଲ ଗରମ କରନ୍ତୁ ।
  • ତେଲ ଗରମ ହୋଇଗଲା ପରେ ବ୍ରେଡ ବଲ୍ ଗୁଡିକ ଛାଣି ଦିଅନ୍ତୁ ।
  • ବଲ୍ ଗୁଡ଼ିକ ଅଳ୍ପ ଲାଲ୍ ହୋଇ ଆସିଲେ ଏହାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ ।
  • ଏବେ ଚିନି ସିରା ପ୍ରସ୍ତୁତ କରିବା ପାଇଁ ଏକ କପ୍‌ ଚିନି ଓ ପାଣିକୁ ଭଲ ଭାବେ ଫୁଟାନ୍ତୁ ।
  • ସିରା ହୋଇଗଲା ପରେ ଫୁଟନ୍ତା ସିରାରେ ଛଣା ହୋଇଥିବା ବ୍ରେଡ୍‌ ବଲ୍‌ ଗୁଡ଼ିକୁ ପକାନ୍ତୁ ।
  • ଗୁଲାବ ଜାମୁନ ଟିକେ ନରମ ହୋଇଗଲେ, ଚୁଲିକୁ ବନ୍ଦ କରି ଏହାକୁ ଏକ ପାତ୍ରକୁ ଖାଢି ପେସ୍ତା ବାଦମ ପକାଇ ସଜାଇ ଦିଅନ୍ତୁ ।
Advertisment

ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ 'ବ୍ରେଡ୍‌ ଗୁଲାବ୍‌ ଜାମୁନ୍' । ଏହି ମିଠାର ରେସିପିକୁ ବନେଇ ଆପଣ ଭୋଗ ଲଗାଇ ପାରିବେ । ଏହି ରେସିପିଟିକୁ ବନେଇ ନିଜେ ଖାଆନ୍ତୁ  ଓ ଘର ଲୋକଙ୍କୁ ପରଷନ୍ତୁ ।

Odia Food And Recipes Bread Gulab Jamun
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ