Advertisment

ଘରେ ବନାନ୍ତୁ ଚଟ୍‌ପଟା ‘ଆଳୁ ଟିକ୍କି ଚାଟ୍’

ଗରମାଗରମ୍‌ ଚଟପଟା ଖାଦ୍ୟ ଖାଇବାକୁ ସମସ୍ତଙ୍କର ଇଛା ଥାଏ । ସେଥିପାଇଁ ଆମେ ବାହାରେ ଅବା କୌଣସି ରେସ୍ତୁରାଁକୁ ଯାଇ ଖାଦ୍ୟ ଖାଇଥାଉ । କିନ୍ତୁ ଏହି ରେସିପିଟି ଆପଣ ଅତି ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ । ତେବେ ଘରେ ଆଜି ହିଁ ବନାନ୍ତୁ, ଚଟ୍‌ପଟା ଆଳୁ ଟିକ୍କି ଚାଟ୍‌ ।

ଅଦ୍ୟତନ ହୋଇଛି
aloo tikki chaat recipe

aloo tikki chaat recipe

Advertisment

ଘରେ ଆମେ ବିଭିନ୍ନ ପ୍ରକାର ଚଟପଟା ସ୍ନାକ୍ସ ତିଆରି କରିଥାଉ । ଆଜି ଆମେ ଏକ ନୂଆ ଚଟପଟା ରେସିପି ବିଷୟରେ କହିବୁ । ଏହି ରେସିପିର ନା ହେଉଛି ‘ଆଳୁ ଟିକ୍କି ଚାଟ୍’ । ଏହି ରେସିପିଟି ଆପଣ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

Advertisment

‘ଆଳୁ ଟିକ୍କି ଚାଟ୍’ ବନେଇବା ପାଇଁ ସାମଗ୍ରୀ:

ସିଝା ଆଳୁ, ରିଫାଇନ ତେଲ, ଧଣିଆ ପତ୍ର, କଞ୍ଚା ଲଙ୍କା, କର୍ନଫ୍ଲୋର୍‌, ଲୁଣ, ଦହି, ତେନ୍ତୁଳିର ମିଠା ଚଟଣୀ, ଧନିଆ ଚଟଣୀ, ଭଜା ଜିରା ଗୁଣ୍ଡ, ବିଟ୍‌ ଲୁଣ, ଭଜା ଲଙ୍କାଗୁଣ୍ଡ ଓ ଛଣା ସେଉ ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ସିଝା ଆଳୁକୁ ଭଲଭାବେ ଚକଟି ଦିଅନ୍ତୁ।
  • ଏହାପରେ ଏଥିରେ କଟା କଞ୍ଚା ଲଙ୍କା, ଲୁଣ, ଧଣିଆ ପତ୍ର ଓ କର୍ନପ୍ଲୋର୍‌ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ।
  • ଏବେ ଏକ କଡ଼େଇରେ ତେଲ ଗରମ କରନ୍ତୁ।
  • ଏହାପରେ ଅଳ୍ପ ତେଲ ନେଇ ସିଝା ଆଳୁ ଚକଟାରୁ କିଛି ଆଣି ନିଜ ମନପସନ୍ଦର ଆକୃତି ଦେଇ ଗୁଳା ବନାନ୍ତୁ।
  • ଏବେ ଏହାକୁ ହାତରେ ଟିକେ ଚେପଟା କରିଦିଅନ୍ତୁ। ସମସ୍ତ ଆଳୁକୁ ଏହିପରି କରି ଗୋଟିଏ ଗୋଟିଏ ଟିକ୍କି ପ୍ରସ୍ତୁତ କରି ରଖନ୍ତୁ।
  • ପ୍ୟାନ୍‌ରେ ତେଲ ଗରମ ହୋଇଯିବା ପରେ ଆଳୁ ଟିକ୍କିଗୁଡ଼ିକୁ ସେଥିରେ ପକାଇ କମ୍‌ ଆଞ୍ଚରେ ଭଲ ଭାବେ ସେକନ୍ତୁ।
  • ଆଳୁ ଟିକ୍କିର ଗୋଟିଏ ପଟ ସୁନେଲି ରଙ୍ଗ ହୋଇଆସିଲେ,ଏହାକୁ ଓଲଟାଇ ଦିଅନ୍ତୁ ଓ ଉଭୟ ପଟ ଲାଲ୍‌ ହେବା ଯାଏ ସେକନ୍ତୁ। ଏହାପରେ ଚୁଲି ବନ୍ଦ କରି ଆଳୁ ଟିକ୍କି ଗୁଡିକ ଏକ ପ୍ଲଟକୁ କାଢି ନିଅନ୍ତୁ ।
  • ଏବେ ଏହାର ଚାଟ୍‌ ପ୍ରସ୍ତୁତ କରିବା
  • ଗୋଟିଏ ପ୍ଲେଟ୍‌ରେ ଦୁଇଟି କିମ୍ବା ୩ଟି ଗରମ ଗରମ ଆଳୁ ଟିକ୍କି କାଢ଼ି ରଖନ୍ତୁ।
  • ଏହା ଉପରେ ଦହି, ତେନ୍ତୁଳିର ମିଠା ଚଟଣୀ, ଧଣିଆ ଚଟଣୀ, ଭଜା ଜିରା ଗୁଣ୍ଡ, ବିଟ୍‌ ଲୁଣ, ଭଜା ଲଙ୍କାଗୁଣ୍ଡ ଓ ଛଣା ସେଉ ପକାଇ ପରଷନ୍ତୁ ।
Advertisment

ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ଆଳୁ ଟିକ୍କି ଚାଟ୍ । ଏହି ରେସିପିଟିକୁ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

Odia Food And Recipes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ