Advertisment

ବୁଧବାର ରାନ୍ଧଣାରେ ଘରେ ବନାନ୍ତୁ ‘ସିଝା ମାଛ ଝୋଳ’

ଆପଣ ମାଛରୁ ତିଆରି ବହୁ ଖାଦ୍ୟ ସାମଗ୍ରୀ ଖାଇଥିବେ। ତେବେ ସୁଆଦିଆ ‘ସିଝା ମାଛ ଝୋଳ’ କେବେ ଖାଇଛନ୍ତି କି ? ଆଜି ଆମେ ଆପଣଙ୍କୁ ଏହାର ପ୍ରସ୍ତୁତି ସମ୍ପର୍କରେ କହିବୁ। ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

steam fish curry

steam fish curry

Advertisment

ମାଛ ଖାଇବାକୁ ସାଧାରଣତଃ ସମସ୍ତେ ଭଲ ପାଆନ୍ତି। ମାଛରୁ ବିଭିନ୍ନ ପ୍ରକାରରେ ଫ୍ୟୁଜନ ଓ କଣ୍ଟିନେଣ୍ଟାଲ ରେସିପି ମଧ୍ୟ ତିଆରି ହୁଏ। ତେବେ ଆପଣ କେବେ ସିଝା ମାଛର ରେସିପି ଖାଇଛନ୍ତି କି । ଆମେ ଏଠାରେ ଆପଣଙ୍କୁ ମାଛର ଏକ ଖଣ୍ଟି ଦେଶୀ ରେସିପି ବିଷୟର କହିବାକୁ ଯାଉଛି ଯାହାର ନାଁ ହେଲା ‘ସିଝା ମାଛ ଝୋଳ’। ଆସନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

Advertisment

‘ସିଝା ମାଛ ଝୋଳ’ ବନେଇବା ପାଇଁ ସାମଗ୍ରୀ:

୭୦୦ ଗ୍ରାମ ଭାକୁର ମାଛ, ଦୁଇଟି କଟା ପିଆଜ, ଦୁଇଟି କଟା ଟମାଟୋ, ୩ରୁ ୪ଟି କଟା କଞ୍ଚା ଲଙ୍କା, ଡାଲଚିନି ଏକ ଖଣ୍ଡ, ଗୁଜରାତି ୩ରୁ ୪ଟି, ଅଳେଇଚ ୩ରୁ ୪ଟି, ଗୋଳମରିଚ ଅଧା ଛୋଟ ଚାମଚ, ଅନାସୀଫୁଲ ଓ ଜାୟତ୍ରୀ ଗୋଟିଏ, ୧ ଚାମଚ ଲଙ୍କା ଗୁଣ୍ଡ, ଦୁଇଟି କଟା ପିଆଜ ସଣ୍ଢା, ତେଲ ୩ରୁ ୪ ଚାମଚ, କଟା ଧନିଆପତ୍ର ୧ କପ୍‌, ଅଦା ରୁସୁଣ ବଟା ୧ ଚାମଚ, ୧ ଇଞ୍ଚ କଟା ଅଦା ଓ ସ୍ୱାଦ ଅନୁସାରେ ଲୁଣ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଭାକୁର ମାଛକୁ କାଟି ଭଲ ଭାବେ ଧୋଇ ଦିଅନ୍ତୁ।
  • ଏହାପରେ କଢ଼େଇରେ ତେଲ ପକାଇ ମାଛକୁ ସେଥିରେ ରଖନ୍ତୁ।
  • ମାଛରେ କଟା ପିଆଜ, କଟା କଞ୍ଚାଲଙ୍କା, ଟମାଟୋ, ଡାଲଚିନି, ଗୁଜରାତି, ଅଳେଇଚ, ଗୋଲମରିଚ, ଅନାସୀଫୁଲ, ଜାୟତ୍ରୀ ପକାନ୍ତୁ ।
  • ଏହାପରେ ଲଙ୍କାଗୁଣ୍ଡ, ପିଆଜ ସଣ୍ଢା, ସ୍ୱାଦ ଅନୁସାରେ ଲୁଣ ଓ ଅଳ୍ପ ପାଣି ଦେଇ ୧୦ ମିନିଟ୍‌ ପାଇଁ ଘୋଡାଇ ଦିଅନ୍ତୁ।
  • ଏହାପରେ କଢ଼େଇକୁ ଚୁଲିରେ ବସାଇ ମାଛକୁ ସିଝିବାକୁ ଦିଅନ୍ତୁ।
  • କିଛି ସମୟ ପରେ ଘୋଡଣି ବାହାର କରି ସେଥିରେ ଅଦା ରସୁଣ ବଟା ଗୋଳାନ୍ତୁ ଓ ଆଉ କିଛି ସମୟ ସିଝିବାକୁ ଦିଅନ୍ତୁ।
  • ପରେ ସେଥିରେ କଟା ଅଦା, ଧନିଆ ପତ୍ର ଓ ଅଳ୍ପ ଲଙ୍କାଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ।
  • ଅନ୍ୟ ଏକ ପାତ୍ରରେ ତେଲ ଗରମ କରି ଏହି ମାଛ ଉପରେ ପକାନ୍ତୁ।
  • ଏହାପରେ ପ୍ରସ୍ତୁତ ହୋଇଯିବା ସିଝା ମାଛ ଝୋଳ।
Advertisment

ଏହି ରେସିପିଟିକୁ ଆପଣ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ । ଏହି ରେସିପୁକୁ ଗରମ ଭାତ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ ।

Odia Food And Recipes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ