Advertisment

ଆସ ଖାଇବା 'ମାଛମୁଣ୍ଡ ଅଣ୍ଡା କଷା'

ଆମ ଓଡ଼ିଆ ଘରର ଖାଇବାର ସ୍ୱାଦ ପୁରା ନିଆରା । ତେବେ ଆପଣ କେବେ ଓଡିଆ ଘରର ଦେଶୀ ରେସିପି 'ମାଛମୁଣ୍ଡ ଅଣ୍ଡା କଷା' ଖାଇଛନ୍ତି କି ? ତାହେଲେ ଆଜି ହିଁ ଘରେ ବନାନ୍ତୁ 'ମାଛମୁଣ୍ଡ ଅଣ୍ଡା କଷା' । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

ଅଦ୍ୟତନ ହୋଇଛି
‘Macha Munda Anda Kasa’

‘Macha Munda Anda Kasa’

Advertisment

ଘରେ ଆମେ ମାଛର ବିଭିନ୍ନ ରେସିପି ତିଆରି କରିଥାଉ । କିନ୍ତୁ କେବେ ଆପଣ ମାଛ ଓ ଅଣ୍ଡା ମିଶେଇ ରେସିପି ପ୍ରସ୍ତୁତ କରିଛନ୍ତି କି ? ଆଜି ଆମେ ସେହିଭଳି ଏକ ଦେଶୀ ରେସିପି ପ୍ରସ୍ତୁତ କରିବୁ । ଆଜି ଆମେ ଆପଣଙ୍କ ପାଇଁ ବନେଇବୁ 'ମାଛମୁଣ୍ଡ ଅଣ୍ଡା କଷା' । ଏହି ରେସିପିଟି ଆମ ଓଡ଼ିଆ ଘରର ଏକ ପାରମ୍ପରିକ ଓ ଦେଶୀ ରେସିପି ଅଟେ । ଆପଣ ମଧ୍ୟ ଜାଣିବାକୁ ବହୁତ ଇଛୁକ ଥିବେ ଯେ ଏହଆକୁ କିଭଳି ପ୍ରସ୍ତୁତ କରାଯାଏ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ । 

Advertisment

'ମାଛମୁଣ୍ଡ ଅଣ୍ଡା କଷା' ବନେଇବା ପାଇଁ ସାମଗ୍ରୀ:

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ମାଛମୁଣ୍ଡକୁ ପାଣିରେ ଭଲ ଭାବେ ଧୋଇ ଦିଅନ୍ତୁ ।
  • ଏହାପରେ ମାଛ ମୁଣ୍ଡରେ ଲୁଣ ଓ ହଳଦୀ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ ।
  • ଏହାପରେ ଚୁଲିରେ କଡାଇ ବସାଇ ତେଲ ପକାନ୍ତୁ ।
  • ତେଲ ଗରମ ହୋଇଗଲା ପରେ ମାଛ ମୁଣ୍ଡକୁ ପକାଇ ଭାଜନ୍ତୁ ।
  • ମାଛ ଭାଜି ହୋଇଗଲା ପରେ ପ୍ଲେଟ୍‌କୁ କାଢି ଦିଅନ୍ତୁ ।
  • ଏହାପରେ କଡେଇରେ ଅଳ୍ପ ତେଲ ଦେଇ ସେଥିରେ ୨ଟି ତେଜପତ୍ର ଓ ଅଧା ଚାମଚ ଚିନି ପକାନ୍ତୁ । 
  • ଏହାପରେ ତେଲରେ ପିଆଜ ବଟା,ରସୁଣ ବଟା ପକାଇ କଷନ୍ତୁ ।
  • ଏହାପରେ ଏସବୁ କଷି ହୋଇଗଲା ପରେ ଟମାଟୋ,ଶୁଖିଲା ଲଙ୍କା ବଟା,ହଳଗୀ ଗୁଣ୍ଡ ଓ ଲୁଣ ପକାଇ ମସଲାକୁ ଭଲ ଭାବେ ଗୋଳାଇ କଷନ୍ତୁ ।
  • ଏହାପରେ ଏଥିରେ ଭଜା ମାଛ ମୁଣ୍ଡକୁ ପକାଇ ଅଳ୍ପ ପାଣି ଦିଅନ୍ତୁ ।
  • ମାଛ ମୁଣ୍ଡ ଓ ମସଲାକୁ ୪ରୁ ୫ ମିନିଟ୍ କଷି ସାରିଲା ପରେ ସେଥିରେ ୨ଟି  କଞ୍ଚା ଅଣ୍ଡାକୁ ଭାଙ୍ଗି ପକାଇ ଗୋଳାଇ ଦିଅନ୍ତୁ । 
  • ଏହାପରେ ଏହାକୁ ଭଲ ଭାବେ କଷି ସେଥିରେ କଟା ଧନିଆ ପତ୍ର ଓ ଗରମ ମସଲା ପକାଇ ଚୁଲିକୁ ବନ୍ଦ କରି ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ 'ମାଛମୁଣ୍ଡ ଅଣ୍ଡା କଷା' । ଏହି ରେସିପିଟିକୁ ଗରମ ଭାତ କିମ୍ବା ଫ୍ରାଏଡ୍ ରାଇସ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟି ଆପଣ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ । 

Advertisment
'machha munda anda kasa''ମାଛ ମୁଣ୍ଡ ଅଣ୍ଡା କଷା'
Odia Food And Recipes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ