ଖାଦ୍ୟରେ ଖଟା ବା ଆଚାର ଥିଲେ ଖାଇବାର ସ୍ବାଦ ଆହୁରି ବଢିଯାଏ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଚଟପଟା ‘ଟମାଟୋ ରସମ୍’ । ଏହାକୁ ବନେଇବା ଅତି ସହଜ ଓ ସରଳ ଅଟେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
Also Read
ଆବଶ୍ୟକ ସାମଗ୍ରୀ:
ଟମାଟୋ, ତେନ୍ତୁଳି, ଶୁଖିଲା ଲଙ୍କା, ଧନିଆ ପତ୍ର, ହେଙ୍ଗୁ, ପଞ୍ଚଫୁଟଣ, ଭୃସଙ୍ଗ ପତ୍ର, ରସୁଣ, ଲୁଣ, ହଳଦୀ ଓ ଗୋଲମରିଚ
ଅଧିକ ପଢ଼ନ୍ତୁ: ଦେଶୀ ଷ୍ଟାଇଲରେ ବନାନ୍ତୁ ‘ପଣସ କଠା ଓ ଚିଙ୍ଗୁଡ଼ି’ ତରକାରୀ
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ ତେନ୍ତୁଳିକୁ ପାଣିରେ କିଛି ସମୟ ଭିଜାଇ ଦିଅନ୍ତୁ।
- ଏହାପରେ ତେନ୍ତୁଳି ବାହାର କରି ପାଣିକୁ ଅଲଗା କରି ରଖନ୍ତୁ।
- ଏବେ କଡ଼େଇରେ ତେଲ ଗରମ କରନ୍ତୁ। ସେଥିରେ ଅଳ୍ପ ସୋରିଷ, ଭୃସଙ୍ଗପତ୍ର ଓ ହେଙ୍ଗୁ ପକାନ୍ତୁ।
- ଏହାପରେ ଛୋଟ ଛୋଟ ଖଣ୍ଡରେ କଟାଯାଇଥିବା ଟମାଟୋକୁ ଏଥିରେ ପକାଇ ନରମ ହେବା ପର୍ଯ୍ୟନ୍ତ ଘାଣ୍ଟନ୍ତୁ।
- ଟମାଟୋ ଟିକେ ନରମ ହୋଇ ଆସିଲେ ସେଥିରେ ହଳଦୀ, ରସୁଣ(ଗୋଟା ପକାଇପାରିବେ ଅବା ଛୋଟ ଛୋଟ ଖଣ୍ଡ କରି ପକାଇପାରିବେ)
- ଏହାପରେ ଗୋଲମରିଚ ଓ ଜିରା ଗୁଣ୍ଡ ପକାଇ ଘାଣ୍ଟନ୍ତୁ। ତା’ପରେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ତେନ୍ତୁଳି ପାଣିକୁ ଏଥିରେ ପକାନ୍ତୁ।
- ଏହାପରେ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ। ଏହାକୁ କିଛି ସମୟ ଫୁଟିବାକୁ ଛାଡି ଦିଅନ୍ତୁ।
- ଫୁଟିବାର କିଛି ସମୟ ପରେ ଏଥିରେ ଧନିଆ ପତ୍ର ପକାଇ ଗ୍ୟାସ୍ ବନ୍ଦ କରି ଦିଅନ୍ତୁ।
ଏବେ ପ୍ରସ୍ତୁତ ହୋଇଗଲା ଟମାଟୋ ରସମ୍। ଏହାକୁ ଆପଣ ଗରମ ଗରମ ଭାତ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ ।