Chicken Cutlet
ଆବଶ୍ୟକ ସାମଗ୍ରୀ
ଚିକେନ କିମା, ପିଆଜ, ସିଝା ଆଳୁ, କର୍ଣ୍ଣଫ୍ଲୋର, ପାଉଁରୁଟି ଗୁଣ୍ଡ, କଞ୍ଚା ଲଙ୍କା, ଅଦା ଓ ରସୁଣ ବଟା, ଗରମ ମସଲା, ଲଙ୍କା ଗୁଣ୍ଡ, କଟା ଧନିଆ ପତ୍ର, ତେଲ ଓ ଲୁଣ।
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ କଡ଼େଇରେ ତେଲ ଗରମ କରୁନ୍ତୁ । ଏହାପରେ କଟା ପିଆଜ ପକାନ୍ତୁ। ପିଆଜର ରଙ୍ଗ ଲାଲ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ଏହାପରେ ସେଥିରେ ଅଦା ଓ ରସୁଣ ବଟା ପକାଇ ଭଲ ଭାବେ କଷନ୍ତୁ। ମସଲାରୁ ତେଲ ଛାଡିଲା ପରେ ଚିକେନ କିମା ପକାନ୍ତୁ । ଭଲରେ କଷନ୍ତୁ ।
ଅଧିକ ପଢନ୍ତୁ: ଚିକେନ୍ ତରକାରୀ ଖାଇ ବୋର୍ ଲାଗିଲାଣି କି ? ଆଜି ହିଁ ଟ୍ରାଏ କରନ୍ତୁ ଏହି ଡିସ୍
କିଛି ସମୟ ପରେ ଏଥିରେ ଲଙ୍କା ଗୁଣ୍ଡ, ଲୁଣ ଓ ଗରମ ମସଲା ପକାଇ କିଛି ସମୟ ପାଇଁ ଘୋଡ଼ାଇ ଦିଅନ୍ତୁ। ଚିକେନ ଭଲ ଭାବେ ସିଝି ଗଲା ପରେ ଏହାକୁ ଗ୍ୟାସରୁ ଓହ୍ଲାଇ ଦିଅନ୍ତୁ।
ଏବେ ଗୋଟିଏ ପାତ୍ରରେ କର୍ଣ୍ଣଫ୍ଲୋର ଓ ଅଳ୍ପ ପାଣି ମିଶାଇ ଭଲରେ ଘୋଳ ପ୍ରସ୍ତୁତ କରନ୍ତୁ। ଅନ୍ୟ ଏକ ପାତ୍ରରେ ସିଝା ଆଳୁକୁ ଲୁଣ ଦେଇ ଚକଟି ସେଥିରେ ପୂର୍ବ ପ୍ରସ୍ତୁତ ଚିକେନ ମିଶାନ୍ତୁ।
ଏହି ମିଶ୍ରଣକୁ ଅଟାଗୋଳା ପରି ଗୋଲ ଗୋଲ କରି ତାକୁ ଦୁଇ ହାତରେ ଅଳ୍ପ ଚାପି ଦିଅନ୍ତୁ । ଏହାପରେ ଏହାର ୨ପଟେ ପାଉଁରୁଟି ଗୁଣ୍ଡ(ବ୍ରେଡ୍ କ୍ରମ୍ବ) ଦିଅନ୍ତୁ । ଏହାପରେ କର୍ଣ୍ଣଫ୍ଲୋର ଘୋଳରେ ବୁଡ଼ାଇ ତେଲରେ ଛାଣନ୍ତୁ।
ଗୋଲ୍ଡେନ୍ ବ୍ରାଉନ୍ ରଙ୍ଗ ହେବା ପରେ ସେଗୁଡ଼ିକୁ ପ୍ଲେଟ୍କୁ କାଢ଼ି ଆଣନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘ଚିକେନ କଟ୍ଲେଟ୍’। ଏହାକୁ ସସ୍ କିମ୍ବା ଚଟଣି ସହ ପରଷନ୍ତୁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752827248.jpg)