Advertisment

ଘରେ ତିଆରି କରନ୍ତୁ ବଜାର ପରି ମିଳୁଥିବା ‘ସ୍ପ୍ରିଙ୍ଗ୍ ରୋଲ୍’

ପ୍ରାୟତଃ ରୋଲ୍‌ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି। ଆମେ ମଧ୍ୟ ବଜାରରୁ ସ୍ପ୍ରିଙ୍ଗ୍‌ ରୋଲ୍‌ ସମେତ ବିଭିନ୍ନ ରୋଲ୍‌ କିଣିକି ଖାଇଥାଉ। କିନ୍ତୁ ଆପଣ ଘରେ ସ୍ପ୍ରିଙ୍ଗ୍ ରୋଲ୍ ବନେଇ ଖାଇପାରିବେ । ଏଥିପାଇଁ ଆମେ ଆପଣଙ୍କ ପାଇଁ ଆଜି ବନେଇବୁ ‘ସ୍ପ୍ରିଙ୍ଗ୍ ରୋଲ୍’ ।

ଅଦ୍ୟତନ ହୋଇଛି
'spring roll

'spring roll'

Advertisment

ଆପଣ ବଜାର ପରି ସ୍ପ୍ରିଙ୍ଗ୍‌ ରୋଲ୍‌ ଖାଈବାକୁ ଚାହୁଁଛନ୍ତି କି ? ଆଜି ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିବୁ ବଜାର ପରି 'ସ୍ପ୍ରିଙ୍ଗ୍‌ ରୋଲ୍‌'।  ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

Advertisment

ସ୍ପ୍ରିଙ୍ଗ୍‌ ରୋଲ୍‌ ବନେଇବା ପାଇଁ ସାମଗ୍ରୀ:

ମଇଦା, କର୍ଣ୍ଣଫ୍ଲୋର୍‌, ଲୁଣ, ତେଲ ଏବଂ ପାଣି

ପ୍ରସ୍ତୁତି ପ୍ରଣାଳୀ:

  • ରୋଲ୍‌ର ସିଟ୍‌ ତିଆରି କରିବା ପାଇଁ ପ୍ରଥମେ ଏକ ପାତ୍ରରେ ମଇଦା, କର୍ଣ୍ଣଫ୍ଲୋର୍‌, ଲୁଣ ନେଇ ଏହାକୁ ଭଲ କରି ଗୋଳାଇ ଦିଅନ୍ତୁ।
  • ଏହାପରେ ସେଥିରେ ଅଳ୍ପ ଅଳ୍ପ ପାଣି ଦେଇ ଅଟା ଚକଟିଲା ପରି ଚକଟି ଦିଅନ୍ତୁ। ଏହା ପରେ ସେଥିରେ ଅଳ୍ପ ତେଲ ଦେଇ ପୁଣି ଚକଟି ଦିଅନ୍ତୁ।
  • ଏହାକୁ ଏବେ ୧୫ରୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ଘୋଡ଼ାଇ ରଖି ଦିଅନ୍ତୁ।
  • କିଛି ସମୟ ପରେ ରୁଟି କଲା ପରି ଛୋଟ ଛୋଟ ଗୋଲ୍‌ କରି ବେଲି ଦିଅନ୍ତୁ।
  • ଏମିତି ଅନ୍ୟ ସବୁକୁ ମଧ୍ୟ ଛୋଟ ଛୋଟ ପତଳା କରି ବେଲି ଦିଅନ୍ତୁ।
  • ଏହା ପରେ ବେଲି ଥିବା ରୋଲ୍‌ ସିଟ୍‌କୁ ଗୋଟେ ଉପରେ ଗୋଟେ ରଖି ତିନୋଟି କିମ୍ବା ଚାରୋଟି ରଖି ପାରିବେ। ଏହାକୁ ରଖିଲା ପରେ ସିଟ୍‌ ଭିତରେ ଅଳ୍ପ ଅଳ୍ପ ମଇଦା ଦେଇଥିବେ।
  • ଏହା ପରେ ସିଟ୍‌ଗୁଡ଼ିକୁ ଏହା ସହ ମିଶାଇ ଆଉ ଥରେ ବେଲନ୍ତୁ।
  • ଏହା ବେଲି ଏକ ବଡ଼ ରୁଟିର ଆକାର ଦିଅନ୍ତୁ।
  • ଏହା ପରେ ରୋଲ୍‌ ସିଟ୍‌କୁ ତାୱାରେ ସେକନ୍ତୁ।
  • ତାୱାକୁ ଅଧିକା ଗରମ କରନ୍ତୁ ନାହିଁ। ରୋଲ୍‌ ସିଟ୍‌କୁ ମଧ୍ୟ ଆପଣ ଅଧିକା ସେକିବେ ନାହିଁ।
  • ବିନା ତେଲରେ ଏହାକୁ ସେକି ସାରିଲା ପରେ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।
  • ରୋଲ୍ ସିଟ୍‌ ଥଣ୍ଡା ହେଲା ପରେ ଚାରି ପାଖକୁ ସାଇଜ୍‌ କରି କାଟି ଦିଅନ୍ତୁ।
  • ଏହା ପରେ ଆମେ ଉପରେ ପରସ୍ତ ଦେଇ ସେକିଥିବା ସିଟ୍‌କୁ ଏବେ ଧିରେ ଧିରେ ଛଡ଼ାନ୍ତୁ।
  • ଏହିପରି ଭାବେ ଅନ୍ୟ ସବୁକୁ ମଧ୍ୟ ବାହାର କରି ଏକ ପାତ୍ରରେ ରଖନ୍ତୁ।

ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ସ୍ପ୍ରିଙ୍ଗ୍‌ ରୋଲ୍‌’ । ଏହି ‘ସ୍ପ୍ରିଙ୍ଗ୍ ରୋଲ୍’ ରେସିପି ସହିତ ସସ୍ କିମ୍ବା ପୋଦିନା ଚଟଣୀ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ ।

Advertisment
'spring roll'spring roll
Odia Food And Recipes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ