Advertisment

Homemade Mutton Recipe: କେବେ ଖାଇନଥିବେ ମଟନ୍‌ର ଏହି ସୁଆଦିଆ ରେସିପି, ଥରେ ବନାନ୍ତୁ ପାଟିରୂ ଛାଡ଼ିବନି

ଘରେ ମଟନର ବିଭିନ୍ନ ରେସିପି ତିଆରି କରିଥିବେ । ଆଜି ଆମେ ଆପଣଙ୍କ ପାଇଁ ମଟନର ଏକ ଦେଶୀ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ' କଞ୍ଚା ଲଙ୍କା ମଟନ୍‌। ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

ଅଦ୍ୟତନ ହୋଇଛି
kancha lonka Mutton recipe

kanchalanka mutton

Advertisment

ଆପଣ ମଟନର ବିଭିନ୍ନ ରେସିପି ଖାଇଥିବେ । କିନ୍ତୁ ଆପଣ କେବେ ‘' କଞ୍ଚା ଲଙ୍କା ମଟନ୍‌ ରେସିପି ଖାଇଛନ୍ତି କି ? ଆଜି ଆମେ ଆପଣଙ୍କ ପାଇଁ ‘' କଞ୍ଚା ଲଙ୍କା ମଟନ୍‌’ ରେସିପି ପ୍ରସ୍ତୁତ କରିବୁ ।

Advertisment

ଆବଶ୍ୟକ ସାମଗ୍ରୀ

ଖାସି ମାଂସ, ପିଆଜ ବଟା,ଅଦା ରସୁଣ ବଟା, କଞ୍ଚା ଲଙ୍କା, ଗରମ ମସଲା, କଟା ଧନିଆ ପତ୍ର, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ସୋରିଷ ତେଲ ଓ ଲୁଣ

ଅଧିକ ପଢ଼ନ୍ତୁ: ଘରେ ତିଆରି କରନ୍ତୁ 'ଚିକେନ୍‌ ପୋସ୍ତ'

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ କଞ୍ଚା ଲଙ୍କାରୁ ମଞ୍ଜି ବାହାର କରି ଛେଚି ରଖନ୍ତୁ। ତା'ପରେ କରେଇରେ ତେଲ ଗରମ କରନ୍ତୁ।

Advertisment

ତେଲ ଗରମ ହୋଇଗଲା ପରେ ସେଥିରେ ପିଆଜ ଓ ଅଦା ରସୁଣ ବଟା ପକାଇ ଗୋଳାଇ ଦିଅନ୍ତୁ।

ପରେ ସେଥିରେ ଲଙ୍କା ଗୁଣ୍ଡ, ଆବଶ୍ୟକ ଅନୁଯାୟୀ ଲୁଣ ଓ ହଳଦୀ ଗୁଣ୍ଡ ପକାଇ ମସଲାକୁ ଅଳ୍ପ ସମୟ ପାଇଁ କଷନ୍ତୁ।

ମସଲା କଷି ହେବା ପରେ ସେଥିରେ ଛେଚା କଞ୍ଚା ଲଙ୍କାକୁ ପକାଇ ପୁଣି କଷନ୍ତୁ। ମସଲା କଷି ହେବାପରେ ମଟନକୁ ପକାଇ ଦିଅନ୍ତୁ ।

Advertisment

ଏହାପରେ ମାଂସକୁ ଭଲ ଭାବେ କଷନ୍ତୁ।

ମାଂସ କଷି ହେବା ପରେ ଆବଶ୍ୟକ ଅନୁଯାୟୀ ପାଣି ଦେଇ ଘୋଡ଼ଣୀ ଘୋଡ଼ାଇ ଦିଅନ୍ତୁ।

ଏହାପରେ ମାଂସ ସିଝିବା ପାଇଁ ୩୦ ରୁ ୪୫ ମିନିଟ୍ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ।

ଏହାପରେ ଘୋଡଣୀ ବାହାର କରି କଟା ଧନିଆ ପତ୍ର ଓ ଗରମ ମସଲା ପକାଇ ଗ୍ୟାସକୁ ବନ୍ଦ କରି ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ' କଞ୍ଚା ଲଙ୍କା ମଟନ୍‌। ଏହି ରେସିପିଟିକୁ ଆପଣ ରୁଟି ବା ନାନ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ ।

ଅଧିକ ପଢ଼ନ୍ତୁ: ଶୁକ୍ରବାର ରାନ୍ଧଣାରେ ଘରେ ତିଆରି କରନ୍ତୁ 'କଙ୍କଡ଼ା ବେସର'

    ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
    Here are a few more articles:
    ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ