Hilsa Cooked In Mustard Gravy With Cardamom
ଆପଣ କେବେ ଇଲିସି ମାଛର ଏହି ରେସିପି ଖାଇଛନ୍ତି କି ? ଯଦି ଖାଇ ନାହାନ୍ତି ତାହେଲେ ଆଜି ହିଁ ଘରେ ବନାନ୍ତୁ ‘ଅଳେଇଚ କଞ୍ଚା ଇଲିସି’ । ଏହି ରେସିପିଟିକୁ ଆମେ ଅତି ସହଜ ଓ ଦେଶୀ ଉପାୟରେ ବନେଇବା । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
‘ଅଳେଇଚ କଞ୍ଚା ଇଲିସି’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:
ସାମଗ୍ରୀ, ଇଲିସି ମାଛ-୧ କେଜି, ଅଳେଇଚ-୭ରୁ୮, ତେଜପତ୍ର-୨ଟି, ହଳଦି ଗୁଣ୍ଡ-୧ ଚାମଚ, ତେଲ-୨ରୁ ୪ ଚାମାଚ, ସୋରିଷ ବଟା-ଏକ କପ୍, ଲୁଣ ସ୍ୱାଦ ଅନୁସାରେ।
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ ଚୁଲିରେ କଡ଼େଇ ବସେଇ ତେଲ ଗରମ କରନ୍ତୁ।
- ତେଲ ଗରମ ହୋଇଗଲା ପରେ ସେଥିରେ ତେଜପତ୍ର ଏବଂ ଅଳେଇଚ ପକାନ୍ତୁ ।
- ଏହାପରେ ସେଥିରେ କଞ୍ଚା ଇଲିସି ମାଛକୁ ପକାଇ ଘୋଡାଇ ଦିଅନ୍ତୁ ।
- ଏହାର ଦୁଇ ତିନି ମିନିଟ୍ ପରେ ଘୋଡଣି କାଢ଼ି ମାଛରେ ହଳଦୀ ଗୁଣ୍ଡ, ଲୁଣ ପକାନ୍ତୁ ।
- ଏହାପରେ ସେଥିରେ ରସୁଣ,ଶୁଖିଲା ଲଙ୍କା ସହ ମିଶି ପେଷ୍ଟ ହୋଇଥିବା ସୋରିଷ ବଟା ଓ ପାଣି ଦିଅନ୍ତୁ।
- ୮ରୁ ୧୦ ମିନିଟ୍ ପରେ ସେଥିରେ ଅଳ୍ପ ଚିନି ପକାଇ ଚୁଲିକୁ ବନ୍ଦ କରିଦିଅନ୍ତୁ ।
- ଏହାପରେ ଏହାକୁ ଏକ ପ୍ଲେଟକୁ କାଢି କଟା ଧନିଆ ପତ୍ର ପକାଇ ସଜେଇ ଦିଅନ୍ତୁ ।
ଏବେ ପ୍ରସ୍ତୁତ ହୋଇଗଲା ‘ଅଳେଇଚ କଞ୍ଚା ଇଲିସି ବେସର’ । ଏହି ରେସିପିଟିକୁ ଆପଣ ଗରମ ଭାତ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ନୂଆ ବର୍ଷରେ ଆଜି ଏହି ରେସିପି ବନେଇ ନିଜେ ଖାଆନ୍ତୁ ଘର ଲୋକଙ୍କୁ ପରଷନ୍ତୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1641026324.jpg)