Advertisment

କେବେ ଖାଇଛନ୍ତି ‘ଗୋଟା ମସଲା ମଟନ୍ କଷା’

ଘରେ ମଟନର ବିଭିନ୍ନ ରେସିପି ତିଆରି କରିଥିବେ । ଆଜି ଆମେ ଆପଣଙ୍କ ପାଇଁ ମଟନର ଏକ ଦେଶୀ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଗୋଟା ମସଲା ମଟନ୍ କଷା’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

ଅଦ୍ୟତନ ହୋଇଛି
spice mutton kasha’

spice mutton kasha’

Advertisment

ଆପଣ ମଟନର ବିଭିନ୍ନ ରେସିପି ଖାଇଥିବେ । କିନ୍ତୁ  ଆପଣ କେବେ ‘ଗୋଟା ମସଲା ମଟନ୍ କଷା’ର ରେସିପି ଖାଇଛନ୍ତି କି ? ଆଜି ଆମେ ଆପଣଙ୍କ ପାଇଁ ‘ଗୋଟା ମସଲା ମଟନ୍ କଷା’ର ରେସିପି ପ୍ରସ୍ତୁତ କରିବୁ । 

Advertisment

‘ଗୋଟା ମସଲା ମଟନ୍ କଷା’ ବନେଇବା ଆବଶ୍ୟକ ସାମଗ୍ରୀ:

ଖାସି ମାଂସ, ଶୁଖିଲା ନଡ଼ିଆ, ଡାଲଚିନି, ଗୁଜୁରାତି, ଗୋଲ ମରିଚ, ଲବଙ୍ଗ, ଜିରା, ପିଆଜ, ଟମାଟୋ ପ୍ୟୁରି, ବସାଦହି, ଅଦାରସୁଣ ବଟା, ଧନିଆ ପତ୍ର, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ ଓ ତେଲ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଖାସି ମାଂସରେ ଲୁଣ ଓ ହଳଦୀ ଦେଇ ଭଲ ଭାବେ ଗୋଳାଇ ଦିଅନ୍ତୁ।
  • ଏହାପରେ ଶୁଖିଲା ନଡ଼ିଆ, ଡାଲଚିନି, ଗୁଜୁରାତି, ଗୋଲ ମରିଚ, ଲବଙ୍ଗ, ଜିରା ଓ ପିଆଜକୁ ଭାଜି ସେଥିରେ ଧନିଆ ପତ୍ର ମିଶାଇ କୁଟି ରଖନ୍ତୁ।
  • ଏବେ କଡ଼େଇରେ ତେଲ ଗରମ କରି ପ୍ରଥମେ ଲଙ୍କାଗୁଣ୍ଡ ଓ ଟମାଟୋ ପ୍ୟୁରି ପକାନ୍ତୁ। ତା’ପରେ ବସାଦହି ଓ ଅଦାରସୁଣ ବଟା ପକାଇ କଷନ୍ତୁ।
  • ମସଲା କଷିହେବା ପରେ ସେଥିରେ ହଳଦୀ ଗୁଣ୍ଡ ଓ ଲୁଣ ପକାନ୍ତୁ। ପରେ ଏଥିରେ ପ୍ରସ୍ତୁତ ଗୋଟା ମସଲା ପକାଇ କଷନ୍ତୁ।
  • ମସଲା ଭଲଭାବେ କଷି ହୋଇଗଲା ପରେ ମାଂସକୁ ପକାଇ ଭଲ ଭାବେ ଗୋଳାଇ ଘୋଡ଼ଣୀ ଦେଇଦିଅନ୍ତୁ। ମଝିରେ ମଝିରେ ଘୋଡ଼ଣୀ ଖୋଲି ମାଂସକୁ ଚଲାନ୍ତୁ।
  • ମାଂସ ଅଳ୍ପ ସିଝି ଆସିଲେ ସେଥିରେ ଆବଶ୍ୟକ ଅନୁଯାୟୀ ପାଣି ଦେଇ ପୁଣି ଘୋଡ଼ାଇ ଦିଅନ୍ତୁ।
  • ପାଣି ଦେଲା ବେଳେ ଟିକେ ଧ୍ୟାନ ଦେବେ। କାରଣ ଏଥିରେ ଝୋଳ ରହିବ ନାହିଁ।
  • ପ୍ରାୟ ୪୦ରୁ ୫୦ ମିନିଟ୍‌ ପରେ ପ୍ରସ୍ତୁତ ହୋଇଯିବ ‘ଗୋଟା ମସଲା ମାଂସ କଷା’।
  • ଏହାପରେ ଚୁଲିକୁ ବନ୍ଦ କରି ଦିଅନ୍ତୁ । ଏହାପରେ ଏକ ପ୍ଲେଟକୁ କାଢି ଧନିଆ ପତ୍ର ପକାଇ ସଜାଇ ଦିଅନ୍ତୁ ।
Advertisment

ଏହି ରେସିପିକୁ ରୁଟି କିମ୍ବା ଭାତ ସହ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ଘରେ ବନେଇ ନିଜେ ଖଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

Odia Food And Recipes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ