ଚିକେନ ସୁଇଟ୍ ଏଣ୍ଡ ସ୍ପାଇସ୍

ସାଧାରଣତଃ ଖାଦ୍ୟରେ ଆମିଷ ଥିଲେ ଖାଇବାର ସ୍ୱାଦ ଦୁଇ ଗୁଣ ହୋଇଥାଏ । ଆମିଷରେ ଚିକେନକୁ ନେଇ ଅନେକ ରେସିପି ଆମେ ତିଆରି କରିଥାଉ । ତେବେ ଆମେ ଆପଣ ମାନଙ୍କୁ ଚିକେନର ଏକ ନୂଆ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ଚିକେନ ସୁଇଟ୍ ଏଣ୍ଡ ସ୍ପାଇସ୍’ ।ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

chiken sweet and spice

News Summary

ଚଟପଟା ‘ଚିକେନ ସୁଇଟ୍ ଏଣ୍ଡ ସ୍ପାଇସ୍’

ସହଜ ଓ ସରଳ ଉପାୟରେ ବନାନ୍ତୁ ‘ଚିକେନ ସୁଇଟ୍ ଏଣ୍ଡ ସ୍ପାଇସ୍’

ସାଧାରଣତଃ ଖାଦ୍ୟରେ ଆମିଷ ଥିଲେ ଖାଇବାର ସ୍ୱାଦ ଦୁଇ ଗୁଣ ହୋଇଥାଏ । ଆମିଷରେ ଚିକେନକୁ ନେଇ ଅନେକ ରେସିପି ଆମେ ତିଆରି କରିଥାଉ । ଚିକେନ ତରକାରୀ ଆଉ କେତେବେଳେ ଚିକେନ କଷା ଆପଣ ମାନେ ତିଆରି କରିଥିବେ । ତେବେ ଆମେ ଆପଣ ମାନଙ୍କୁ ଚିକେନର ଏକ ନୂଆ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ଚିକେନ ସୁଇଟ୍ ଏଣ୍ଡ ସ୍ପାଇସ୍’ । ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

ଚିକେନ ସୁଇଟ୍ ଏଣ୍ଡ ସ୍ପାଇସ୍ ବନେଇବା ପାଇଁ ସାମଗ୍ରୀ 

ବୋନ୍‌ଲେସ୍‌ ପିସ୍‌ ଚିକେନ୍‌, କିଛି କର୍ନଫ୍ଲାୱାର୍‌ ,୪ ଚାମଚ ମହୁ , ୧ ଚାମଚ ଲେମ୍ବୁ ରସ, ଲଙ୍କା ଗୁଣ୍ଡ, କଞ୍ଚାଲଙ୍କା, କଟା ଛୋଟ ଛୋଟ ଅଦା ଓ କଟା ରସୁଣ, ଗୋଲମରିଚ ଗୁଣ୍ଡ, ୨ ଚାମଚ ଟମାଟୋ ସସ୍,୧ ଚାମଚ ସୋୟା ସସ୍, ଭଜା ରାଶି, ରିଫାଇନ୍‌ ତେଲ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ

-ପ୍ରଥମେ ବୋନଲେସ୍ ଚିକେନକୁ ଭଲଭାବେ ଧୋଇ ଦିଅନ୍ତୁ ଓ ପତଳା ପତାଳା ବା ସ୍ଲାଇସ୍ କରି କାଟି ଦିଅନ୍ତୁ

-ଏହାପରେ ଚିକେନରେ ଲେମ୍ବୁରସ, ଲଙ୍କା ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଅଳ୍ପ ଲୁଣ ପକାଇ ଗୋଳାଇ ୧ ଘଣ୍ଟା ରଖି ଦିଅନ୍ତୁ ।

-ଏହାପରେ ଗୋଳାହୋଇ ରହିଥିବା ଚିକେନରେ କିଛି କର୍ଣ୍ଣଫ୍ଲୋର ପକାଇ ଗୋଳେଇ ଦିଅନ୍ତୁ ।

-ଏହାପରେ କଡେଇରେ ତେଲ ଗରମ କରି ଗୋଳା ହୋଇଥିବା ଚିକେନକୁ ଗୋଟି ଗୋଟି କରି ଛାଣନ୍ତୁ ।

-ଚିକେନର ରଙ୍ଗ ଗୋଲ୍ଡନ୍ ବ୍ରାଉନ୍ ହୋଇଗଲା ପରେ ଛଣା ହୋଇଥିବା ଚିକେନକୁ ପ୍ଲେଟକୁ କାଢି ଦିଅନ୍ତୁ ।

-ଏହାପରେ ଆଉ ଏକ କଡେଇରେ ଅଳ୍ପ ତେଲ ଗରମ କରି କଞ୍ଚା ଲଙ୍କା, ରସୁଣ ଓ ଅଦା କଟାକୁ ପକାଇ ଭାଜନ୍ତୁ।

-ତାପରେ ସୋୟା ସସ୍,ଟମାଟୋ ସସ୍,ମହୁ, ଭଜା ରାଶି ଓ ଅଳ୍ପ ଲୁଣ ପକାଇ ଗୋଳାନ୍ତୁ।

-ଏହାପରେ ସେହି ମିଶ୍ରଣରେ ଛଣା ହେଇଥିବା ଚିକେନ ପକାଇ ୫ ମିନିଟ୍ କୁକ୍ କରିବା ପରେ ଚୁଲିକୁ ବନ୍ଦ କରିଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ଚଟପଟା ‘ଚିକେନ ସୁଇଟ୍ ଏଣ୍ଡ ସ୍ପାଇସ୍’ । ଏହି ରେସିପିଟିକୁ ରୁଟି ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ‘ଚିକେନ ସୁଇଟ୍ ଏଣ୍ଡ ସ୍ପାଇସ୍’