କେମିତି ତିଆରି କରିବେ ଗରମାଗରମ କଞ୍ଚା କଦଳୀ କାକରା ? ଜାଣି ନିଅନ୍ତୁ ପ୍ରସ୍ତୁତି ପ୍ରଣାଳୀ

କଥାରେ ଅଛି ଓଡିଶାର ବାର ମାସରେ ତେର ପରବ । ବିଶେଷ କରି ଆମ ଓଡ଼ିଶାର ସୁଆଦିଆ ପିଠା ପାଇଁ ସାରା ଦେଶରେ ବହୁତ ପ୍ରସିଦ୍ଧ ଲାଭ କରିଛି । ପର୍ବପର୍ବାଣୀରେ ଆମ ଓଡ଼ିଆ ଘରେ ତିଆରି ହୁଏ ଭଳି କି ଭଳି ପିଠା । କେତେବେଳେ ମଣ୍ଡା ପିଠା ତ କେବେ ଆରିଷା ପିଠା,ଏହି ଭଳି ଭିନ୍ନ ଭିନ୍ନ ପିଠା ତିଆରି ହୁଏ ଆମ ଓଡ଼ିଆ ଘରେ । ତେବେ ଆମେ ଆପଣ ମାନଙ୍କୁ ଏକ ଭିନ୍ନ ଓ ନିଆରା କାକରା ପିଠା ରେସିପି ବିଷୟରେ କହିବାକୁ ଯାଉଛୁ। ଏହି ରେସିପିର ନା ହେଉଛି ‘କଞ୍ଚା କଦଳୀ କାକରା’ । ଏହି ରେସିପିଟି ଆପଣମାନେ ଦେଶୀ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

odia pitha

News Summary

ଭିନ୍ନ ଓ ନିଆରା କାକରା ପିଠା

ସରଳ ଓ ଦେଶୀ ଉପାୟରେ ବନାନ୍ତୁ 'କଞ୍ଚା କଦଳୀ କାକରା'

କଥାରେ ଅଛି ଓଡିଶାର ବାର ମାସରେ ତେର ପରବ । ବିଶେଷ କରି ଆମ ଓଡ଼ିଶାର ସୁଆଦିଆ ପିଠା ପାଇଁ ସାରା ଦେଶରେ ବହୁତ ପ୍ରସିଦ୍ଧ ଲାଭ କରିଛି । ପର୍ବପର୍ବାଣୀରେ ଆମ ଓଡ଼ିଆ ଘରେ ତିଆରି ହୁଏ ଭଳି କି ଭଳି ପିଠା । କେତେବେଳେ ମଣ୍ଡା ପିଠା ତ କେବେ ଆରିଷା ପିଠା,ଏହି ଭଳି ଭିନ୍ନ ଭିନ୍ନ ପିଠା ତିଆରି ହୁଏ । ତେବେ ଆମେ ଆପଣ ମାନଙ୍କୁ ଏକ ଭିନ୍ନ ଓ ନିଆରା କାକରା ପିଠା ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନା ହେଉଛି ‘କଞ୍ଚା କଦଳୀ କାକରା’ ।  ଆପଣମାନେ ରେସିପିଟିକୁ  ଦେଶୀ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

‘କଞ୍ଚା କଦଳୀ କାକରା’ ବନେଇବା ପାଇଁ ସାମଗ୍ରୀ: ଚାଉଳ ଚୂନା, ସିଝା ମୁଗ,ଛେନା, ଲୁଣ,ହଳଦୀ,ଗୁଡ଼,ଅଦା ଛେଚା ଅଳ୍ପ ଓ କିଛି ଗୋଲମରିଚ ଗୁଣ୍ଡ

ପ୍ରସ୍ତୁତି ପ୍ରଣାଳୀ:

-ପ୍ରଥମେ ଚୁଲିରେ କଡେଇ ବସେଇ ଚୋପା ଛଡ଼ାଇ କଞ୍ଚା କଦଳୀକୁ ଲୁଣ ଓ ହଳଦୀ ଦେଇ ସିଝାଇ ଦିଅନ୍ତୁ ।

-ଏହାପରେ ସିଝା ମୁଗରେ ଗୁଡ଼, ଛେନା,ଅଦା ଛେଚା ଓ ଗୋଲମରିଚ ଗୁଣ୍ଡକୁ ମିଶାଇ ପୁର ପ୍ରସ୍ତୁତ କରନ୍ତୁ ।

-ତାପରେ କଦଳୀ ସିଝି ଯିବା ପରେ ସେଥିରେ ଆଗରୁ ପ୍ରସ୍ତୁତ ହୋଇ ରହିଥିବା ଚାଉଳ ଗୁଣ୍ଡକୁ ଭଲ ଭାବେ ମିଶେଇ ଚକଟି ଦିଅନ୍ତୁ ।

- ଏହାପରେ ଚାଉଳ ଗୁଣ୍ଡ ଓ କଦଳୀ ଚକଟାକୁ ଗୋଲ ଗୋଲ ଆକାର କରି ସେଥିରେ ଛେନା ଓ ମୁଗର ପୁର ଦେଇ କାକରା ପିଠା ପରି ଆକାର ଦେଇ ଗଢନ୍ତୁ ।

-ଏହାପରେ ଏକ କଡେଇରେ ତେଲ ଗରମ କରି ଛାଣନ୍ତୁ ।

-କାକରା ଗୁଡିକ ଲାଲ ହୋଇଗଲା ପରେ ପ୍ଲେଟକୁ କାଢି ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ‘‘କଞ୍ଚା କଦଳୀ କାକରା’। ଏହି କଞ୍ଚା କଦଳୀ କାକରାକୁ ଗରମ ଗରମ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ ।