Advertisment

World Water Day: ଜଳ ସଂରକ୍ଷଣରେ ମାନବ ଜାତି ଆଜି ବି ବହୁ ପଛରେ

ବିଶ୍ୱ ଜଳ ଦିବସର ଉଦ୍ଦେଶ୍ୟ ହେଉଛି ବିଶ୍ୱର ସମସ୍ତ ଦେଶର ଲୋକଙ୍କୁ ବିଶୁଦ୍ଧ ଏବଂ ନିରାପଦ ଜଳ ଯୋଗାଇବା ସହିତ ଜଳ ସଂରକ୍ଷଣ ପ୍ରତି ଧ୍ୟାନ ଦେବା।

author-image
Pramod Behera
ଅଦ୍ୟତନ ହୋଇଛି
World Water Day History And Theme

World water day history and theme

ପ୍ରତିବର୍ଷ ୨୨ ମାର୍ଚ୍ଚରେ ବିଶ୍ୱ ଜଳ ଦିବସ ପାଳନ କରାଯାଏ। ପୃଥିବୀ ୭୧ ପ୍ରତିଶତ ଜଳରେ ଆଚ୍ଛାଦିତ। ୧.୬ ପ୍ରତିଶତ ଜଳ ଭୂମି ତଳୁ ମିଳିଥାଏ। ପୃଥିବୀ ପୃଷ୍ଠରେ ମିଳୁଥିବା ଜଣ ମଧ୍ୟରୁ ୯୭ ପ୍ରତିଶତ ଜଳ ସମୁଦ୍ର ଏବଂ ମହାସାଗରରେ ରହିଛି, ଯାହା ପିଇବା ପାଇଁ ଉପଯୋଗୀ ନୁହେଁ। ତେବେ କେବଳ ୩ ପ୍ରତିଶତ ଜଳ ପାନୀୟ ଯୋଗ୍ୟ।

Advertisment

ବଢୁଥିବା ଜନସଂଖ୍ୟା ଜଳର ଉପଲବ୍ଧତା ପାଇଁ ସାରା ବିଶ୍ୱରେ ପ୍ରୟାସ କରାଯାଉଛି। ବିଶ୍ୱ ଜଳ ଦିବସର ଉଦ୍ଦେଶ୍ୟ ହେଉଛି ବିଶ୍ୱର ସମସ୍ତ ଦେଶର ଲୋକଙ୍କୁ ବିଶୁଦ୍ଧ ଏବଂ ନିରାପଦ ଜଳ ଯୋଗାଇବା ସହିତ ଜଳ ସଂରକ୍ଷଣ ପ୍ରତି ଧ୍ୟାନ ଦେବା।

ଅଧିକ ପଢ଼ନ୍ତୁ: କେତେ ଦିନ ଆଉ ପାଣି ସମସ୍ୟାରେ ଘାଣ୍ଟିହେବ ଓଡ଼ିଶା

ଚଳିତ ବର୍ଷର ଥିମ୍:

ପ୍ରତିବର୍ଷ ଜାତିସଂଘ ଦ୍ୱାରା ଜଳ ଦିବସ ପାଖାପାଖି ଏକ ଜଳ ସମ୍ମିଳନୀ ମଧ୍ୟ ଆୟୋଜିତ ହୋଇଥାଏ। ଚଳିତ ବର୍ଷ ୨୨ ରୁ ୨୪ ମାର୍ଚ୍ଚ ମଧ୍ୟରେ ନ୍ୟୁୟର୍କରେ ମିଳିତ ଜାତିସଂଘ ଜଳ ସମ୍ମିଳନୀ ଅନୁଷ୍ଠିତ ହେବ। ପ୍ରତିବର୍ଷ ଏକ ଥିମ୍‌କୁ ନେଇ ଏହା ପାଳନ କରାଯାଏ। ଚଳିତ ବର୍ଷ ଏହାର ଥିମ୍‌ ହେଉଛି “ଜଳ ଏବଂ ପରିମଳ ସଙ୍କଟ ସମାଧାନ ପାଇଁ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବା”।

Advertisment

ଇତିହାସ:

  • ୧୯୯୨ ମସିହାରେ ପ୍ରଥମ ଥର ପାଇଁ ବ୍ରାଜିଲ୍‌ର ରିଓ ଦି ଜେନେରିଓରେ ଆୟୋଜିତ ପରିବେଶ ଏବଂ ବିକାଶ ସମ୍ମିଳନୀ କାର୍ଯ୍ୟକ୍ରମରେ ବିଶ୍ୱ ଜଳ ଦିବସ ପାଳନ କରିବାର ପଦକ୍ଷେପ ନିଆଯାଇଥିଲା।
  • ବିଶ୍ୱବ୍ୟାପୀ ଜଳ ଦିବସ ପାଳନ କରିବାର କଳ୍ପନା ୧୯୯୨ ମସିହାରେ ଉପସ୍ଥାପିତ ହୋଇଥିଲା।
  • ମିଳିତ ଜାତିସଂଘର ସାଧାରଣ ସଭା ଦ୍ୱାରା ୧୯୯୨ ମସିହାରେ ଏକ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ଯାହା ଦ୍ୱାରା ପ୍ରତିବର୍ଷ ୨୨ ମାର୍ଚ୍ଚରେ ‘ବିଶ୍ୱ ଜଳ ଦିବସ’ ପାଳନ କରିବାକୁ ଘୋଷଣା କରାଯାଇଥିଲା।
  • ୧୯୯୩ ରେ ପ୍ରଥମ ଥର ପାଇଁ ବିଶ୍ୱ ଜଳ ଦିବସ ପାଳନ କରାଯାଇଥିଲା।
  • ୧୯୯୩ ଠାରୁ ଜଳ ସଂରକ୍ଷଣ ଏବଂ ଏହାର ଗୁରୁତ୍ୱକୁ ବୁଝାଇବା ନେଇ ପ୍ରତିବର୍ଷ ଏହାକୁ ପାଳନ କରାଯାଉଛି।

ମହତ୍ୱ:

ପୃଥିବୀର ସମସ୍ତ ଜୀବ ଜଳରୁ ହିଁ ସୃଷ୍ଟି। ବୈଜ୍ଞାନିକମାନେ ଏବେ ଅନ୍ୟ ଗ୍ରହରେ ଜଳର ସନ୍ଧାନ କରୁଛନ୍ତି। 'ଜଳ ହିଁ ଜୀବନ' କାରଣ ଜଳ ବିନା ଜୀବନ କଳ୍ପନା କରାଯାଇପାରିବ ନାହିଁ। ଅଧିକାଂଶ ସଂସ୍କୃତି ମଧ୍ୟ ନଦୀ କୂଳରେ ବିକଶିତ ହୋଇଛି।

ପୃଥିବୀର ୭୧ ଭାଗ ଜଳ ଦ୍ୱାରା ଆଚ୍ଛାଦିତ ହୋଇଥିବା ବେଳେ ଅବଶିଷ୍ଟ ଅଂଶରେ ମଣିଷ, ପଶୁ, ଜଙ୍ଗଲ, ସମତଳ, ମାଳଭୂମି, ପର୍ବତ ଇତ୍ୟାଦି ରହିଛି। ପ୍ରତ୍ୟେକ ଜୀବ ଜଳ ଉପରେ ନିର୍ଭର କରନ୍ତି, କିନ୍ତୁ ଏହା ମଧ୍ୟ ସତ୍ୟ ଯେ ଜଳର ଅନାବଶ୍ୟକ ବ୍ୟବହାର ମଧ୍ୟ କରାଯାଉଛି। ଜନସଂଖ୍ୟା ବୃଦ୍ଧି ଏବଂ ଶିଳ୍ପାୟନ ଯୋଗୁଁ ଜଳର ବ୍ୟବହାର ବୃଦ୍ଧି ପାଇଛି।

ମଣିଷ ଏବଂ ପଶୁମାନଙ୍କ ଜୀବନରେ ଜଳକୁ ପ୍ରାଥମିକତା ଦିଆଯାଇଛି, କିନ୍ତୁ ମାନବ ଜାତି ଏହାର ସଂରକ୍ଷଣ କ୍ଷେତ୍ରରେ ବହୁ ପଛରେ ଅଛି।

Water Crisis World Water Day
Advertisment
Advertisment