/odishatv-khabar/media/post_attachments/uploadimage/library/16_9/16_9_0/IMAGE_1686068863.jpg)
World food safety day 2023 history theme purpose and significance
ପ୍ରତିବର୍ଷ ଜୁନ୍ ୭ କୁ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଭାବରେ ପାଳନ କରାଯାଏ। ଏହାର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ଖାଦ୍ୟ ନିରାପତ୍ତାର ମହତ୍ତ୍ୱ ବୁଝାଇବା। ଶରୀରକୁ ସୁସ୍ଥ ରଖିବାରେ ଖାଦ୍ୟର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।
ଆଜିକାଲି କିନ୍ତୁ ଲୋକଙ୍କ ଖାଦ୍ୟ ଅଭ୍ୟାସ ଏବଂ ଆବଶ୍ୟକତାକୁ ଦେଖି ଅନେକ ଜିନିଷ ତିଆରି ହେଉଛି ଏବଂ ସେସବୁ ଉତ୍ପାଦନର ପଦ୍ଧତି ମଧ୍ୟ ବଦଳି ଯାଇଛି। ସେଥିରେ ବିଭିନ୍ନ ପ୍ରକାରର ରାସାୟନିକ ପଦାର୍ଥ ମିଶ୍ରିତ ହେଉଛି। ତେଣୁ ଦୂଷିତ ଭୋଜନ ଏବଂ ଜଳର କ୍ଷତି ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ପ୍ରତିବର୍ଷ ୭ ଜୁନ୍ରେ ବିଶ୍ୱ ଖାଦ୍ୟ ଦିବସ ପାଳନ କରାଯାଏ।
ଅଧିକ ପଢ଼ନ୍ତୁ: କାହିଁକି ଦୁର୍ବଳ ହୋଇଯାଏ ରୋଗ ପ୍ରତିରୋଧକ ଶକ୍ତି
ଇତିହାସ:
ଜୁଲାଇ୨୦୧୭ରେ ଖାଦ୍ୟ ଏବଂ କୃଷି ସଂଗଠନ (FAO) ସମ୍ମିଳନୀର ୪୦ତମ ଅଧିବେଶନରେ ଗ୍ରହଣ କରାଯାଇଥିବା ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ପ୍ରସ୍ତାବକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଡିସେମ୍ବର ୨୦୧୭ରେ ସମର୍ଥନ ଜଣାଇଥିଲା। ଏହା ପରେ ମିଳିତ ଜାତିସଂଘ ସାଧାରଣ ସଭାର ୭୩ ତମ ଅଧିବେଶନର ଦ୍ୱିତୀୟ କମିଟି ସମ୍ମୁଖରେ ଏହି ପ୍ରସ୍ତାବ ରଖାଯାଇଥିଲା, ଯାହା ସାଧାରଣ ସଭା (UNGA) ଦ୍ୱାରା ଗ୍ରହଣ କରାଯାଇଥିଲା ଏବଂ ୨୦ ଡିସେମ୍ବର ୨୦୧୮ରେ, ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସକୁ ପ୍ରତିବର୍ଷ ୭ ଜୁନ୍ରେ ପାଳନ କରିବାକୁ ଘୋଷଣା କରାଯାଇଥିଲା।
ଉଦ୍ଦେଶ୍ୟ:
ଅସୁରକ୍ଷିତ ଖାଦ୍ୟ ହେତୁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା ଅଛି। ଏଭଳି ପରିସ୍ଥିତିରେ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ବ୍ୟକ୍ତିଙ୍କୁ ପୁଷ୍ଟିକର ଏବଂ ସନ୍ତୁଳିତ ଖାଦ୍ୟ ଯୋଗାଇବା। ଏହା ସହିତ, ଖାଦ୍ୟର ବିପଦକୁ ବନ୍ଦ କରିବାକୁ, ମିଶ୍ରଣ ଜିନିଷର ଚିହ୍ନଟ କରିବାକୁ ଏବଂ ଲୋକଙ୍କୁ ସେସବୁ ବିଷୟରେ ଜଣାଇ ସେମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ଅବଗତ କରାଇବାକୁ ପଡିବ।
ମହତ୍ତ୍ୱ:
ଦୂଷିତ ଜଳ ଏବଂ ଖାଦ୍ୟ ଦ୍ୱାରା ଟାଇଫଏଡ୍ ହୋଇଥାଏ। ଏଥିପାଇଁ ପ୍ରତିବର୍ଷ ଶହ ଶହ ଲୋକ ପ୍ରଭାବିତ ହୁଅନ୍ତି। ବୟସ୍କମାନଙ୍କ ସହିତ, ପିଲାମାନେ ମଧ୍ୟ ବହୁ ସଂଖ୍ୟାରେ ଖରାପ ଖାଦ୍ୟ କାରଣରୁ ହେଉଥିବା ସମସ୍ୟାର ଶିକାର ହୁଅନ୍ତି ଏବଂ ଅନେକ ଜୀବନ ମଧ୍ୟ ନଷ୍ଟ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ସଚେତନ କରିବା ନେଇ ଏହି ଦିବସ ପାଳନ କରାଯାଏ।
ଚଳିତ ବର୍ଷର ଥିମ୍:
ଏହି ଦିନକୁ ପାଳନ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରତିବର୍ଷ ଏକ ଥିମ୍ ସ୍ଥିର କରିଥାଏ। ଚଳିତ ବର୍ଷ ପାଇଁ ଏହାର ଥିମ୍ ହେଉଛି 'ଖାଦ୍ୟର ମାନକ ଜୀବନ ବଞ୍ଚାଇଥାଏ' (Food standards save lives)। ଏହି ଥିମ୍ ମାଧ୍ୟମରେ ଲୋକଙ୍କୁ ଖାଦ୍ୟ ପାଇଁ ସ୍ଥିର କରାଯାଇଥିବା ମାନର ମହତ୍ତ୍ୱ ବୁଝିବାକୁ ପଡିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)