Advertisment

World Cancer Day 2025: ମହିଳାମାନଙ୍କଠାରେ ହେଉଥିବା ୫ କ୍ୟାନ୍‌ସର୍; କରନ୍ତୁ ଏହି ୩ ଯୋଗ, ମିଳିବ ରକ୍ଷା

ମହିଳାମାନେ କେତେକ ପ୍ରକାରର କର୍କଟର ସମ୍ମୁଖିନ ହୋଇଥାନ୍ତି। ଏଭଳି ପରିସ୍ଥିତିରେ, କର୍କଟ ଦିବସ ଅବସରରେ, ମହିଳାମାନଙ୍କଠାରେ ହେଉଥିବା ଏହି ପ୍ରମୁଖ କର୍କଟ ବିଷୟରେ ଜାଣିବା ଏବଂ ଏନେଇ କେଉଁସବୁ ଯୋଗାସନ କଲେ ଫଳ ମିଳିବ ଜାଣିବା।

ଅଦ୍ୟତନ ହୋଇଛି
Five cancer that impact women

Five cancer that impact women

Advertisment

ବିଶ୍ୱରେ ଦ୍ରୁତ ଗତିରେ ବଢୁଥିବା ଗମ୍ଭୀର ତଥା ଜୀବନ ପ୍ରତି ବିପଦ ଥିବା ସ୍ୱାସ୍ଥ୍ୟ ସମସ୍ୟ ମଧ୍ୟରୁ କର୍କଟ ହେଉଛି ଗୋଟିଏ, ଯେଉଁ କାରଣରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି। ଗ୍ଲୋବାଲ୍ ବର୍ଡେନ୍ ଅଫ୍ ଡିଜିଜ୍ ଆକଳନ କରିଛି ଯେ ୨୦୧୭ରେ ୯.୫୬ ନିୟୁତ (୯୫.୬ ଲକ୍ଷ) ଲୋକ ଅକାଳରେ ମୃତ୍ୟୁବରଣ କରିଛନ୍ତି।

Advertisment

ଆଜିର ଦିନରେ କର୍କଟ ଏକ ଗମ୍ଭୀର ରୋଗ ହୋଇଥିବା ବେଳେ, ଯାହା କାହାକୁ ବି ଏହାର ଶିକାର କରିପାରେ। ପ୍ରତିବର୍ଷ ଦୁନିଆର ଅନେକ ଲୋକ ଏହି ଗମ୍ଭୀର ରୋଗର ଶିକାର ହେଉଛନ୍ତି। ଅନେକ ଲୋକ ଏହି କାରଣରୁ ପ୍ରାଣ ହରାନ୍ତି। ଏହା ଏତେ ମାରାତ୍ମକ ହୋଇଥିଲେ ମଧ୍ୟ ଅନେକ ଲୋକ ଏନେଇ ସଚେତନ ନୁହଁନ୍ତି। ଏଭଳି ପରିସ୍ଥିତିରେ ଏହି ଗମ୍ଭୀର ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଫେବୃଆରୀ ୦୪ରେ ‘ବିଶ୍ୱ କର୍କଟ ଦିବସ’ ପାଳନ କରାଯାଏ।

ଏମିତିରେ ତ ଏହି ରୋଗ କାହାକୁ ବି ଏହାର ଶିକାରକୁ ନେଇଥାଏ ତେବେ ମହିଳାମାନେ କେତେକ ପ୍ରକାରର କର୍କଟ ପ୍ରତି ଅଧିକ ସମ୍ବେଦନଶୀଳ ହୋଇଥନ୍ତି। ଏଭଳି ପରିସ୍ଥିତିରେ, କର୍କଟ ଦିବସ ଅବସରରେ, ମହିଳାମାନଙ୍କଠାରେ ଘଟୁଥିବା ଏହି ପ୍ରମୁଖ କର୍କଟ ବିଷୟରେ ଜାଣିବା ଏବଂ ଏନେଇ କେଉଁସବୁ ଯୋଗାସନ କଲେ ଫଳ ମିଳିବ ଜାଣିବା।

Advertisment

ଅଧିକ ପଢ଼ନ୍ତୁ: କିପରି ଜାଣିବେ ସ୍ତନ କର୍କଟର ପ୍ରାରମ୍ଭିକ ଲକ୍ଷଣ; କେଉଁମାନଙ୍କ ପାଇଁ ହୁଏ ସାଙ୍ଘାତିକ…

ମହିଳାଙ୍କ କ୍ଷେତ୍ରରେ ହେଉଥିବା ପ୍ରମୁଖ କ୍ୟାନ୍‌ସର୍:

ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (CDC) ଅନୁଯାୟୀ ଯେତେବେଳେ ମହିଳାଙ୍କର ପ୍ରଜନନ ଅଙ୍ଗରେ କର୍କଟ ଆରମ୍ଭ ହୁଏ, ଏହାକୁ ଗାଇନୋଲୋଜିକ୍ କ୍ୟାନ୍‌ସର୍ କୁହାଯାଏ।

Advertisment

ପାଞ୍ଚଟି ମୁଖ୍ୟ ପ୍ରକାରର ଗାଇନୋଲୋଜିକ୍ କ୍ୟାନ୍‌ସର୍ ଅଛି: - ସର୍ଭିକାଲ୍ କ୍ୟାନ୍‌ସର୍, ଓଭାରିଆନ୍ କ୍ୟାନ୍‌ସର୍, ବ୍ରେଷ୍ଟ କ୍ୟାନ୍‌ସର୍, ଭାଜାଇନାଲ୍ ଏବଂ ଭୁଲ୍‌ଭା କ୍ୟାନ୍‌ସର୍।

ସର୍ଭିକାଲ୍ କ୍ୟାନ୍‌ସର୍ - ଏହା ଏକ ପ୍ରକାର କର୍କଟ, ଯାହା ଗର୍ଭାଶୟର ଗ୍ରୀବା ୱା ସର୍ଭିକ୍ସ କୋଷରେ ବିକଶିତ ହୁଏ। ଏହା ହେଉଛି ଗର୍ଭାଶୟର ନିମ୍ନ ଅଂଶ ସହିତ ସଂଯୁକ୍ତ। ଏହା ହ୍ୟୁମାନ୍ ପାପିଲୋମାଭାଇରସ୍ (HPV) ସଂକ୍ରମଣ ଦ୍ୱାରା ହୋଇଥାଏ।

ଓଭାରିଆନ୍ କ୍ୟାନ୍‌ସର୍ - ଓଭାରିଆନ୍ କ୍ୟାନ୍‌ସର୍ ଡିମ୍ବାଣୁରେ ଆରମ୍ଭ ହୁଏ। ଏହା ହେଉଛି ମହିଳା ପ୍ରଜନନ ପ୍ରଣାଳୀରେ ଥିବା ଛୋଟ ଅଙ୍ଗ, ଯେଉଁଠାରେ ଅଣ୍ଡା ସୃଷ୍ଟି ହୁଏ। ଓଭାରିଆନ୍ କ୍ୟାନ୍‌ସର୍ ଚିହ୍ନଟ କରିବା ବେଳେବେଳେ କଷ୍ଟକର ହୁଏ କାରଣ ବିଳମ୍ବିତ ପର୍ଯ୍ୟାୟ ପର୍ଯ୍ୟନ୍ତ ଲକ୍ଷଣଗୁଡ଼ିକ ବିକଶିତ ହୁଏ ନାହିଁ।

ସ୍ତନ କର୍କଟ - ସହରୀ ମହିଳାମାନଙ୍କଠାରେ ଏହି କର୍କଟ ଅଧିକ ଦେଖାଯାଏ। ଗ୍ରାମାଞ୍ଚଳର ମହିଳାମାନଙ୍କଠାରେ ଏହା ଦ୍ୱିତୀୟ ସାଧାରଣ କର୍କଟ ଅଟେ। ଆଜିକାଲି ଅଳ୍ପ ବୟସରେ ମଧ୍ୟ ସ୍ତନ କର୍କଟ ଦେଖାଯାଉଛି। ସ୍ତନରେ ଅସ୍ୱାଭାବିକ ପରିବର୍ତ୍ତନ ଏବଂ କୋଷଗୁଡ଼ିକର ବୃଦ୍ଧି ହେତୁ ଏହା ହୋଇଥାଏ। ଏହି କୋଷଗୁଡ଼ିକ ଏକତ୍ର ହୋଇ ଏକ ଟ୍ୟୁମର ସୃଷ୍ଟି କରନ୍ତି, ଯାହା ପରେ କ୍ୟାନ୍‌ସର୍‌ର କାରଣ ହୁଏ।

ଭାଜାଇନାଲ୍ କ୍ୟାନ୍‌ସର୍ - ଏହା ଏକ ବିରଳ କର୍କଟ, ଯାହା ସାଧାରଣତଃ ଯୋନୀ ଭାଜାଇନାଲ୍ ଲାଇନିଂଗ୍‌ରେ ସୃଷ୍ଟି ହୁଏ। ୬୦ବର୍ଷରୁ ଅଧିକ ବୟସ୍କଙ୍କ ପାଖରେ ଏହା ବିକାଶ ହେବାର ଆଶଙ୍କା ଅଧିକ। ଏହି କର୍କଟ ରୋଗକୁ ଶୀଘ୍ର ଚିହ୍ନିବା କଷ୍ଟସାଧ୍ୟ, କାରଣ ଏଥିରେ ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ଲକ୍ଷଣ ଦେଖାଏ ନାହିଁ।

ଭୁଲ୍‌ଭା କ୍ୟାନ୍‌ସର୍ - ଏହା ଏକ ବିରଳ କର୍କଟ। ଅଧିକାଂଶ ମାମଲା ହ୍ୟୁମାନ୍ ପାପିଲୋମାଭାଇରସ୍ (HPV) ସଂକ୍ରମଣ କିମ୍ବା ଲାଇଚେନ ସ୍କ୍ଲେରୋସସ୍ ସହିତ ଜଡିତ। ଏହାର ଚିକିତ୍ସାରେ ଅସ୍ତ୍ରୋପଚାର, ରେଡିଏସନ୍ କିମ୍ବା କେମୋଥେରାପି ଅନ୍ତର୍ଭୁକ୍ତ।

ଏଥିରୁ ରକ୍ଷା ପାଇବା ପାଇଁ ଯୋଗାସନ:

ବାଳାସନ:

ବାଳାସନକୁ ଚାଇଲ୍ଡ ପୋଜ୍ ମଧ୍ୟ କୁହାଯାଏ। ଏହି ଆସନ ଛାତିର ମାଂସପେଶୀ, ପିଚା, ଜଙ୍ଘ ଏବଂ ପିଠିକୁ ଆରାମ ଦେଇଥାଏ। ସ୍ତନ କର୍କଟ ରୋଗୀଙ୍କ ପାଇଁ ଏହାର ଲାଭ ମଧ୍ୟ ହୋଇପାରେ। ଏହା ମସ୍ତିଷ୍କକୁ ଶାନ୍ତ କରିଥାଏ ଏବଂ ଥକାପଣ ଏବଂ ଚାପରୁ ମୁକ୍ତି ଦେଇଥାଏ।

ଗୋମୁଖାସନା:

ଯୋଗ ବିଶେଷଜ୍ଞଙ୍କ ଅନୁଯାୟୀ ଗୋମୁଖାସନା ଅଭ୍ୟାସ ଶରୀର ପାଇଁ ଅନେକ ଉପାୟରେ ଲାଭଦାୟକ। ଏହି ଯୋଗ ଅଭ୍ୟାସ ଶରୀରକୁ ସ୍ଥିର କରିବା ସହ ଶରୀରର ଅଙ୍ଗଗୁଡ଼ିକ ଷ୍ଟ୍ରେଚିଂ କରିଥାଏ। ଶରୀରରେ ରକ୍ତ ସଞ୍ଚାଳନକୁ ପ୍ରୋତ୍ସାହିତ କରିବା ସହିତ ଏହାର ନିୟମିତ ଅଭ୍ୟାସ କୋଷଗୁଡ଼ିକୁ ଅସ୍ୱାଭାବିକ ଭାବରେ ବଢିବାକୁ ରୋକିଥାଏ, ଯାହା କର୍କଟ ରୋଗର ଆଶଙ୍କାକୁ କମାଇପାରେ।

ଭୁଜଙ୍ଗାସନ:

ଭୁଜଙ୍ଗାସନ ମେରୁଦଣ୍ଡ, ପିଚାର ମାଂସପେଶୀ, ଛାତି, ପେଟ, କାନ୍ଧ, ଫୁସ୍‌ଫୁସ୍‌କୁ ମଜବୁତ କରିଥାଏ। ଚାପକୁ ଦୂର କରିବା ଏବଂ ରକ୍ତ ସଞ୍ଚାଳନରେ ଉନ୍ନତି ଆଣିବାରେ ଏହା ମଧ୍ୟ ଅତ୍ୟନ୍ତ ଲାଭଦାୟକ। ଯୋଗ ବିଶେଷଜ୍ଞଙ୍କ ଅନୁଯାୟୀ ଏହି ଯୋଗ ପେଟର ମାଂସପେଶୀକୁ ଷ୍ଟ୍ରେଚିଂ କରିଥାଏ, ଯାହା ଅନେକ ପ୍ରକାରର କର୍କଟ ରୋଗର ଆଶଙ୍କା ହ୍ରାସ କରିଥାଏ।

ଅଧିକ ପଢ଼ନ୍ତୁ: ମେରୁଦଣ୍ଡ ଓ ଛାତିକୁ ମଜବୁତ କରିବାକୁ ଚାହାନ୍ତି କି… କରନ୍ତୁ ଏହି ୩ ଯୋଗ

Yogasana Cancer World Cancer Day Yoga
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ