ଆମେ କାହିଁକି ପାଳନ କରୁ ଦୀପାବଳୀ ? କେଉଁ ଯୁଗରେ କଣ ରହିଛି ମହତ୍ତ୍ୱ

ଦୀପାବଳୀରେ ସମଗ୍ର ଭାରତରେ ଦିବ୍ୟ ଜନନୀଙ୍କର ନାନା ରୂପରେ ପୂଜା କରାଯାଏ । କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ମଧ୍ୟ ରାତ୍ରୀରୁ ଦେବୀଙ୍କର ପୂଜା ହୁଏ । ଆମ ଦେଶରେ ବଙ୍ଗଳା, ଆସାମ, ଓଡ଼ିଶା ଓ ବିହାରରେ ଦୀପାବଳୀ ମାଆ କାଳୀଙ୍କ ପୂଜା କରାଯାଏ । ବିଶେଷ କରି, ଉତ୍ତର ଭାରତରେ ମହାଲକ୍ଷ୍ମୀଙ୍କ ରୂପରେ ଦେବୀଙ୍କ ଆରାଧନା କରାଯାଏ । କିମ୍ବଦନ୍ତୀ ଅନୁସାରେ ବିଭିନ୍ନ ଯୁଗରେ ଦୀପାବଳୀକୁ ନେଇ ଭିନ୍ନ ମହତ୍ୱ ରହିଛି ।

Diwali

News Summary

ଦୀପାବଳୀ ଦିନ ଦେବୀ ଲକ୍ଷ୍ମୀଙ୍କ ଜନ୍ମଦିନ

ଦୀପାବଳୀରେ ସମଗ୍ର ଭାରତରେ ଦିବ୍ୟ ଜନନୀଙ୍କର ନାନା ରୂପରେ ପୂଜା କରାଯାଏ । କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ମଧ୍ୟ ରାତ୍ରୀରୁ ଦେବୀଙ୍କର ପୂଜା ହୁଏ । ମାଟିରେ ତିଆରି ମୂର୍ତ୍ତି ସହ ବିଭିନ୍ନ ଶକ୍ତି ପୀଠରେ ଏହା ପାଳିତ ହୁଏ । ଆମ ଦେଶରେ ବଙ୍ଗଳା, ଆସାମ, ଓଡ଼ିଶା ଓ ବିହାରରେ ଦୀପାବଳୀ ମାଆ କାଳୀଙ୍କ ପୂଜା କରାଯାଏ । କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ମଧ୍ୟ ରାତ୍ରୀରୁ ତାନ୍ତ୍ରିକ ଓ ଶାକ୍ତ ମତରେ ଦେବୀଙ୍କର ପୂଜା ହୁଏ । ବିଶେଷ କରି, ଉତ୍ତର ଭାରତରେ ମହାଲକ୍ଷ୍ମୀଙ୍କ ରୂପରେ ଦେବୀଙ୍କ ଆରାଧନା କରାଯାଏ । ଏହା ଏହି ସବୁ ଅଞ୍ଚଳରେ  ଦୀପାବଳୀଏକ ମୁଖ୍ୟ ପର୍ବ ରୂପେ ପାଳିତ ହୁଏ । ମିଥିଳା ଓ ନେପାଳରେ ଏହି ପର୍ବରେ ମହାନିଶାଙ୍କ ପୂଜା କରାଯାଏ ।

ତେବେ କିମ୍ବଦନ୍ତୀ ଅନୁସାରେ ବିଭିନ୍ନ ଯୁଗରେ ଦୀପାବଳୀକୁ ନେଇ ଭିନ୍ନ ମହତ୍ୱ ରହିଛି । ସତ୍ୟ ଯୁଗ, ତ୍ରେତୟା ଓ ଦ୍ୱାପର ଯୁଗରେ ଦୀପାବଳିର ଏକ ବିଶେଷ ମହତ୍ତ୍ୱ ରହିଛି । କେତୋଟି ମୁଖ୍ୟ କାରଣ ଯୋଗୁଁ ଆମେ ଦୀପାବଳି ପାଳନ କରିଥାଉ । ଆସନ୍ତୁ ଜାଣିବା ।