Advertisment

Republic Day: ସମ୍ବିଧାନ କାର୍ଯ୍ୟକାରୀ ପାଇଁ ଜାନୁଆରୀ ୨୬କୁ କାହିଁକି ବଛାଗଲା

ପ୍ରତ୍ୟେକ ଥର ଗଣତନ୍ତ୍ର ଦିବସ ଆସେ ଆଉ ଏହାକୁ ପାଳନ ମଧ୍ୟ କରାଯାଏ। ଏହାରି ଭିତରେ ଅନେକଙ୍କ ମନରେ ଏମିତି ପ୍ରଶ୍ନ ମଧ୍ୟ ଉଙ୍କିମାରେ ଯେ କେବଳ ୨୬ ଜାନୁଆରୀକୁ କାହିଁକି ଗଣତନ୍ତ୍ର ଦିବସ ପାଳନ ଭାବେ କରାଯାଏ। ଯଦି ଆପଣଙ୍କ ମନରେ ଏମିତି କିଛି ପ୍ରଶ୍ନ ଆସୁଛି ତେବେ ଜାଣି ନିଅନ୍ତୁ…

ଅଦ୍ୟତନ ହୋଇଛି
Republic Day 2023

Why 26 january chosen to implement the constitution

Advertisment

ପ୍ରତିବର୍ଷ ଜାନୁଆରୀ ୨୬କୁ ସାରା ଦେଶରେ ଗଣତନ୍ତ୍ର ଦିବସ ଭାବରେ ପାଳନ କରାଯାଏ। ଚଳିତ ବର୍ଷ ଦେଶ ଏହାର ୭୪ତମ ଗଣତନ୍ତ୍ର ଦିବସ ପାଳନ କରୁଛି। ପ୍ରତିବର୍ଷ ପରି, ଏଥର ମଧ୍ୟ ଏହି ଜାତୀୟ ମହୋତ୍ସବକୁ ବହୁତ ଧୂମଧାମ୍‌ରେ ପାଳନ କରାଯାଉଛି। ପତାକା ଉତ୍ତୋଳନ, ପରେଡ୍ ସାଙ୍ଗକୁ ଜାତୀୟ ସଂଗୀତରେ ଦେଶ ଉନ୍ମାଦିତ ହେଉଛି।

Advertisment

ପ୍ରତ୍ୟେକ ଥର ଗଣତନ୍ତ୍ର ଦିବସ ଆସେ ଆଉ ଏହାକୁ ପାଳନ ମଧ୍ୟ କରାଯାଏ। ଏହାରି ଭିତରେ ଅନେକଙ୍କ ମନରେ ଏମିତି ପ୍ରଶ୍ନ ମଧ୍ୟ ଉଙ୍କିମାରେ ଯେ କେବଳ ୨୬ ଜାନୁଆରୀକୁ କାହିଁକି ଗଣତନ୍ତ୍ର ଦିବସ ପାଳନ ଭାବେ କରାଯାଏ। ଯଦି ଆପଣଙ୍କ ମନରେ ଏମିତି କିଛି ପ୍ରଶ୍ନ ଆସୁଛି ତେବେ ଜାଣି ନିଅନ୍ତୁ ଜାନୁଆରୀ ୨୬କୁ କାହିଁକି ଦେଶରେ ଗଣତନ୍ତ୍ର ଦିବସ ଭାବରେ ଘୋଷଣା କରିବାକୁ ମନୋନୀତ ହେଲା?

ସମ୍ବିଧାନ କାର୍ଯ୍ୟକାରୀ ହେଲା:

ଜାନୁଆରୀରେ ୨୬କୁ ଗଣତନ୍ତ୍ର ଦିବସ ଭାବେ ପାଳନ କରାଯାଏ କାରଣ ଏହିଦିନ ଆମ ଦେଶର ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା। ୧୯୫୦ ମସିହାରେ ଭାରତକୁ ଏକ ଗଣତନ୍ତ୍ର ରାଷ୍ଟ୍ର ଭାବରେ ଘୋଷଣା କରାଯାଇଥିଲା। ଏହି ଦିନକୁ ପାଳନ କରିବା ପାଇଁ ପ୍ରତିବର୍ଷ ଜାନୁଆରୀ ୨୬ରେ ଗଣତନ୍ତ୍ର ଦିବସ ପାଳନ କରାଯାଏ।

Advertisment

ଅଧିକ ପଢ଼ନ୍ତୁ: ଦେଶ ପାଳୁଛି ୭୪ ତମ ସାଧାରଣତନ୍ତ୍ର ଦିବସ, ବାଲୁକା କଳାରେ ‘I Love My India’ ଲେଖି ଶୁଭେଚ୍ଛା...

ଗଣତାନ୍ତ୍ରିକ ଉପାୟରେ ସେମାନଙ୍କ ସରକାର ବାଛିବା ପାଇଁ ଭାରତୀୟ ନାଗରିକମାନେ ଏହି ଦିନ ନିଜର ଅଧିକାର ହାସଲ କଲେ। ଆପଣ ଜାଣନ୍ତି କି ସମ୍ବିଧାନ କାର୍ଯ୍ୟକାରୀ କରିବା ପାଇଁ ଜାନୁଆରୀ ୨୬କୁ କାହିଁକି ମନୋନୀତ କରାଗଲା? ଏହି ଦିନ ସମ୍ବିଧାନ କାର୍ଯ୍ୟକାରୀ କରିବା ପଛରେ ଏକ ବିଶେଷ ଉଦ୍ଦେଶ୍ୟ ଥିଲା, ଯାହା ବୋଧହୁଏ ଅନେକ ଜାଣି ନଥିବେ।

Advertisment

ପୂର୍ବରୁ ଜାନୁଆରୀ ୨୬ରେ ପାଳନ ହେଉଥିଲା ସ୍ୱାଧୀନତା ଦିବସ:

ବାସ୍ତବରେ, ୧୫ ଅଗଷ୍ଟ ୧୯୪୭ରେ ଭାରତ ବ୍ରିଟିଶ ଶାସନରୁ ମୁକ୍ତି ପାଇଲା। କିନ୍ତୁ ବହୁତ କମ୍ ଲୋକ ଜାଣିଥିବେ ଯେ ସ୍ୱାଧୀନତା ପୂର୍ବରୁ ଜାନୁଆରୀ ୨୬ରେ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା। ୩୧ ଡିସେମ୍ବର ୧୯୨୯ରେ ଜବାହରଲାଲ ନେହରୁଙ୍କ ଅଧ୍ୟକ୍ଷତାରେ କଂଗ୍ରେସର ଲାହୋର ଅଧିବେଶନରେ ଏକ ସଂକଳ୍ପ ପାରିତ ହୋଇଥିଲା।

ଏହି ପ୍ରସ୍ତାବରେ ଦାବି କରାଯାଇଥିଲା ଯେ ଯଦି ବ୍ରିଟିଶ ସରକାର ୨୬ ଜାନୁୟାରୀ ୧୯୩୦ ସୁଦ୍ଧା ଭାରତକୁ ଉପନିବେଷର ମାନ୍ୟତା ନ ଦିଅନ୍ତି, ତେବେ ଭାରତ ସମ୍ପୂର୍ଣ୍ଣ ସ୍ୱାଧୀନ ଘୋଷିତ ହେବ। ଏହା ପରେ, ୨୬ ଜାନୁଆରୀ ୧୯୩୦ରେ ପ୍ରଥମ ଥର ପାଇଁ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା ଏବଂ ଏହିଦିନ ଜବାହରଲାଲ ନେହରୁ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ।

ପ୍ରଥମ ଗଣତନ୍ତ୍ର ଦିବସ ପାଳନ:

୧୯୪୭ରେ ସ୍ୱାଧୀନତା ପରେ, ଅଗଷ୍ଟ ୧୫କୁ ଆନୁଷ୍ଠାନିକ ଭାବରେ ସ୍ୱାଧୀନତା ଦିବସ ଭାବରେ ଘୋଷଣା କରାଯାଇଥିଲା। ତେବେ ଜାନୁଆରୀ ୨୬କୁ ଗୁରୁତ୍ୱ ଦେବା ପାଇଁ ସମ୍ବିଧାନକୁ କାର୍ଯ୍ୟକାରୀ କରିବା ପାଇଁ ଏହି ଦିନକୁ ମନୋନୀତ କରାଯାଇଥିଲା।

ନଭେମ୍ବର ୧୯୪୯ରେ ଭାରତର ସମ୍ବିଧାନ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇଥିଲା। କିନ୍ତୁ ଜାନୁଆରୀ ୨୬ର ଗୁରୁତ୍ୱକୁ ବିଚାର କରି ୧୯୫୦ମସିହାରେ ଏହିଦିନ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା ଏବଂ ଦେଶକୁ ସମ୍ପୂର୍ଣ୍ଣ ଗଣତନ୍ତ୍ର ଭାବରେ ଘୋଷଣା କରାଯାଇଥିଲା।

ଏହି ବର୍ଷ ପ୍ରଥମ ଥର ପାଇଁ ସ୍ୱାଧୀନ ଭାରତ ଏହାର ଗଣତନ୍ତ୍ର ଦିବସ ପାଳନ କଲା ଏବଂ ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ୨୬ ଜାନୁଆରୀରେ ଗଣତନ୍ତ୍ର ଦିବସ ପାଳନ କରାଯାଏ।

Republic Day Democracy Indian Constitutional Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ