Advertisment

Mahakumbh 2025: ସୁନ୍ଦରତାକୁ ନେଇ ଚର୍ଚ୍ଚାରେ ସାଧ୍ୱୀ, ୨ ବର୍ଷ ତଳେ ନେଇଥିଲେ ଦୀକ୍ଷା

ସାକ୍ଷାତକାରର ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବା ପରେ ଏହା ପଛର ବାସ୍ତବ ସତ୍ୟ ସାମ୍ନାକୁ ଆସିଥିଲା। ବାସ୍ତବରେ ଏହି ମହିଳା ଜଣଙ୍କ ସାଧ୍ୱୀ ନୁହଁନ୍ତି ବରଂ ଜଣେ କଣ୍ଟେଣ୍ଟ କ୍ରିଏଟର ଓ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ବୋଲି ପ୍ରମାଣିତ ହୋଇଥିଲା।

ଅଦ୍ୟତନ ହୋଇଛି
Sadhvi Harsha Richaria

Sadhvi Harsha Richaria

Advertisment

ମହା କୁମ୍ଭମେଳା ୨୦୨୫କୁ ଉତ୍ତରପ୍ରଦେଶପ୍ରୟାଗରାଜରେ ଅନୁଷ୍ଠିତ ହେଉଛି। ଏହି ଭବ୍ୟ ଆୟୋଜନରେ ସମଗ୍ର ବିଶ୍ୱର ଲକ୍ଷ ଲକ୍ଷ ସାଧୁସନ୍ଥ ଆସିଛନ୍ତି। ସାଧୁସନ୍ଥଙ୍କ ଏହି ସମାଗମରେ ଧ୍ୟାନ ଆକର୍ଷଣ କରିଛନ୍ତି ଜନୈକା ସାଧ୍ୱୀ। ସାଧାରଣତଃ ଅନ୍ୟ ସାଧୁମାନଙ୍କ ଭଳି ପାରମ୍ପରିକ ବସ୍ତ୍ର ପିନ୍ଧି ନଥିବାରୁ ସମସ୍ତଙ୍କ ଧ୍ୟାନ ତାଙ୍କ ଉପରେ ରହିଥିଲା। ପ୍ରଥମ ଦିନରୁ ଶ୍ରଦ୍ଧାଳୁମାନଙ୍କୁ ସହାୟତା କରୁଥିବା ଏହି ସାଧ୍ୱୀ ଚର୍ଚ୍ଚାରେ ରହିଥିଲେ। ଏପରିକି ଅନେକ ମିଡିଆ ଚ୍ୟାନେଲ ତାଙ୍କର ସାକ୍ଷାତକାର ନେବାପାଇଁ ବ୍ୟଗ୍ରତା ପ୍ରକାଶ କରିଥିଲେ। ତେବେ ଏହି ସାକ୍ଷାତକାର ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବା ପରେ ଏହା ପଛର ବାସ୍ତବ ସତ୍ୟ ସାମ୍ନାକୁ ଆସିଥିଲା। ତେବେ ବାସ୍ତବରେ ଏହି ମହିଳା ଜଣଙ୍କ ସାଧ୍ୱୀ ନୁହନ୍ତି ବରଂ ଜଣେ କଣ୍ଟେଣ୍ଟ କ୍ରିଏଟର ଓ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ବୋଲି ପ୍ରମାଣିତ ହୋଇଥିଲା।

Advertisment

ମହିଳା ଜଣଙ୍କ କୌଣସି ସାଧ୍ୱୀ ନୁହନ୍ତି ବରଂ ତାଙ୍କ ନାମ ହର୍ଷ ରିଚାରିଆ ବୋଲି ସ୍ପଷ୍ଟ ହୋଇଥିଲା। ୩୦ ବର୍ଷୀୟା ଏହି ମହିଳା ଜଣଙ୍କ କଣ୍ଟେଣ୍ଟ କ୍ରିଏଟର ଓ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର। ଏହା ସହିତ ଅନେକ ଧାର୍ମିକ ଭିଡିଓରେ ସେ ଆଙ୍କର ଭୂମିକାରେ ନଜର ଆସିଛନ୍ତି। ଏହାକୁ ନେଇ ସୋସିଆଲ ମିଡିଆରେ ହର୍ଷଙ୍କ ସମାଲୋଚନା କରାଯାଉଛି। ସାକ୍ଷାତକାରରେ ମଧ୍ୟ ହର୍ଷ ୨ ବର୍ଷ ତଳେ ସାଧ୍ୱୀ ଭାବେ ଦୀକ୍ଷିତ ହୋଇଥିବା ସ୍ବୀକାର କରିଥିଲେ। ନିରଞ୍ଜନୀ ଆଖଡାର ଆଚାର୍ଯ୍ୟ ମହାମଣ୍ଡଳେଶ୍ବର ସ୍ୱାମୀ ଶ୍ରୀ କୈଳାସନନ୍ଦଗିରି ଜୀ ମହାରାଜଙ୍କ ଶିଷ୍ୟା ଭାବରେ ହର୍ଷ ନିଜର ପରିଚୟ ଦେଇଥିଲେ।

ଅଧିକ ପଢ଼ନ୍ତୁ: କୁମ୍ଭମେଳାରେ ମୌନ ବାବା; ୪୧ ବର୍ଷ ଧରି କଥା ହୋଇନାହାନ୍ତି; କେବଳ ଚା’ ପିଇ ବଞ୍ଚିଛନ୍ତି

Advertisment

ତେବେ ଏକ୍ସରେ ହର୍ଷଙ୍କୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଥିଲା। ୨ ମାସ ତଳେ ଏକ ଇଭେଣ୍ଟର ଆୟୋଜନ କରୁଥିବା ମହିଳା ୨ ବର୍ଷ ହେଲା ସାଧ୍ୱୀ କିଭଳି ହେଲେ ବୋଲି ଜଣେ ଏକ୍ସ ୟୁଜର ପ୍ରଶ୍ନ କରିଛନ୍ତି। ଏପରିକି ସାଧ୍ୱୀ ଜଣଙ୍କ ସନାତନ ହିନ୍ଦୁ ଧର୍ମକୁ ଅପମାନିତ କରୁଥିବା ନେଇ ମଧ୍ୟ ଅଭିଯୋଗ ଆସିଛି। ଧାର୍ମିକ ପରମ୍ପରାକୁ ସେ ଅବମାନନା କରୁଥିବା ନେଇ ଅଭିଯୋଗ ଆଣିବା ସହିତ ତାଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲକୁ ମଧ୍ୟ ଅନେକ ୟୁଜର ଟ୍ୟାଗ କରିଛନ୍ତି।

ହର୍ଷଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲ ଅନୁସାରେ ସେ ନିରଞ୍ଜନୀ ଆଖଡା ସହିତ ଜଡିତ। ଆଚାର୍ଯ୍ୟ ମହାମଣ୍ଡଳେଶ୍ବର ସ୍ୱାମୀ ଶ୍ରୀ କୈଳାସନନ୍ଦଗିରି ଜୀ ମହାରାଜ ତାଙ୍କର ଗୁରୁ ବୋଲି ମଧ୍ୟ ସେ ସ୍ବୀକାର କରିଛନ୍ତି। ତାଙ୍କ ଇନଷ୍ଟାଗ୍ରାମର କଣ୍ଟେଣ୍ଟ ସାଧାରଣତଃ ଧାର୍ମିକ ପୃଷ୍ଠଭୂମିର ରହିଥାଏ। ତେବେ ସେ ଜୀବନଶୈଳୀ ଓ ମେକ ଅପ ଟିପ୍ସର କିଛି ଭିଡିଓ ଶେୟାର କରିଥିବା ଅନେକ ବ୍ୟବହାରକାରୀ ଶେୟାର କରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ମହାକୁମ୍ଭକୁ କେଉଁଠୁ ଆସନ୍ତି ନାଗା ସାଧୁ ? ହଠାତ କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଆନ୍ତି ?

Kumbh Mela
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ