Advertisment

ଦାଦା ବଟି ମାଗିଲେ ପୋଲିସକୁ ଜଣାନ୍ତୁ; ନମ୍ବର ଜାରି କଲା କମିଶନରେଟ ପୋଲିସ

ଆସୁଛି ପାର୍ବଣ। ପାର୍ବଣକୁ ନେଇ ଏବେ ଚିନ୍ତାରେ ପୋଲିସ। କେମିତି ଟ୍ରାଫିକ ନିୟନ୍ତ୍ରଣ ହେବ, କେମିତି ଅପରାଧ ନିୟନ୍ତ୍ରଣ ହେବ ? ଆଜିଠୁ ପ୍ରସ୍ତୁତ ହେଲାଣି ବ୍ଲୁ ପ୍ରିଣ୍ଟ। ଦୀର୍ଘ ୨ ବର୍ଷର କୋଭିଡ କଟକଣା ପରେ ଏଥର ପୂଜା ମଣ୍ଡପରେ ମା’ଙ୍କୁ ଦର୍ଶନ କରିବେ ଭକ୍ତ। ଭିଡ ମଧ୍ୟ ଅସମ୍ଭାଳ ହେବ। ଏହାକୁ ଦୃଷ୍ଟିରେ ରଖି ସବୁପ୍ରକାର ପ୍ରସ୍ତୁତି କରିଛି କମିଶନରେଟ ପୋଲିସ। ତଥାପି ପୂଜା ମଣ୍ଡପରେ ଭିଡ ସମ୍ଭାଳିବା ପୋଲିସ ପାଇଁ ବଡ ଚାଲେଞ୍ଜ ହେବ।

ଅଦ୍ୟତନ ହୋଇଛି
Durga Puja 2022

Commissionerate Police lunches mobile number

Advertisment

ଆସୁଛି ପାର୍ବଣ। ପାର୍ବଣକୁ ନେଇ ଏବେ ଚିନ୍ତାରେ ପୋଲିସ। କେମିତି ଟ୍ରାଫିକ ନିୟନ୍ତ୍ରଣ ହେବ, କେମିତି ଅପରାଧ ନିୟନ୍ତ୍ରଣ ହେବ ? ଆଜିଠୁ ପ୍ରସ୍ତୁତ ହେଲାଣି ବ୍ଲୁ ପ୍ରିଣ୍ଟ। ଦୀର୍ଘ ୨ ବର୍ଷର କୋଭିଡ କଟକଣା ପରେ ଏଥର ପୂଜା ମଣ୍ଡପରେ ମା’ଙ୍କୁ ଦର୍ଶନ କରିବେ ଭକ୍ତ। ଭିଡ ମଧ୍ୟ ଅସମ୍ଭାଳ ହେବ। ଏହାକୁ ଦୃଷ୍ଟିରେ ରଖି ସବୁପ୍ରକାର ପ୍ରସ୍ତୁତି କରିଛି କମିଶନରେଟ ପୋଲିସ। ତଥାପି ପୂଜା ମଣ୍ଡପରେ ଭିଡ ସମ୍ଭାଳିବା ପୋଲିସ ପାଇଁ ବଡ ଚାଲେଞ୍ଜ ହେବ। 

Advertisment

ତେବେ ପାର୍ବଣ ପୂର୍ବରୁ ଏବେ ବଡ ଚିନ୍ତା ହୋଇଛି ଦାଦା ବଟି ଆଦାୟ। ପାର୍ବଣରେ ଏହି ଦାଦା ବଟି ଆଦାୟ ବେଶି ବଢିଥାଏ। ତେଣୁ ଏହାକୁ ରୋକିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଦାଦାବଟି ମାଗିଲେ ତୁରନ୍ତ ପୋଲିସକୁ ଜଣାଇବା ପାଇଁ  କୁହାଯାଇଛି । ହ୍ୱାଟସଅପ ଜରିଆରେ ପୋଲିସକୁ ଜଣାଇବାକୁ ନମ୍ବର ଜାରି କରିଛି ଭୁବନେଶ୍ୱର କମିଶନରେଟ ପୋଲିସ। ହ୍ବାଟ୍ସଆପ୍ ନଂ ୭୦୭୭୭୯୮୧୧୧ରେ ସୂଚନା ଦେବାକୁ ଭୁବନେଶ୍ୱର ଡିସିପି ପରାମର୍ଶ ଦେଇଛନ୍ତି । ଦାଦାବଟି ସହ ଡ୍ରଗ୍ସ କାରବାର ଏବଂ ଅନ୍ୟ ଅପରାଧ ନେଇ ସୂଚନା ଥିଲେ ମଧ୍ୟ ପୋଲିସକୁ ସାଧାରଣ ଲୋକ ଜଣାଇବାକୁ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି।

ଏହା ପୂର୍ବରୁ ପୂଜା ମଣ୍ଡପରେ ଭିଡ ଓ ଅପରାଧକୁ ରୋକିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି। ସିସିଟିଭି ସର୍ଭେଲାନ୍ସରେ ରହିବ ସାରା ସହର । ସହରର ବିଭିନ୍ନ ଗୁରୂତ୍ୱପୂର୍ଣ୍ଣ ଜାଗା ସହିତ ପ୍ରତି ପୂଜା ମଣ୍ଡପରେ ସିସିଟିଭି ଲାଗିବାର ବ୍ୟବସ୍ଥା କରାଯାଇଛି। ରାଜଧାନୀର ନୟାପଲ୍ଲୀ ପୂଜାମଣ୍ଡପରେ ୨୫ରୁ ଅଧିକ ସିସିଟିଭି ଲଗାଇବା ସହ କଡା ନଜର ରଖିବାକୁ ୨୦୦ ଭଲ୍ୟଣ୍ଟର ଏବଂ ଦୁଇଟି କଣ୍ଟ୍ରୋଲ ରୁମ କରାଯାଉଛି । ସେହିଭଳି ଅନ୍ୟ ମଣ୍ଡପ ଗୁଡିକରେ ମଧ୍ୟ ସମାନ ବ୍ୟବସ୍ଥା ପାଇଁ ଯୋଜନା ହୋଇଛି । ସେହିଭଳି କଟକ ଦୁର୍ଗା ମେଢ଼ ଭସାଣି ବେଳେ ସବୁ ମେଢ଼ରେ ଲାଗିବ GPS। 

Advertisment

ଏଠି କହିରଖିବୁ, ୨ ବର୍ଷ ପରେ ପାର୍ବଣ  ଆସୁଥିବାରୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି। ଏଥର ମଧ୍ୟ ରାଜଧାନୀରେ  ୧୭୮ରୁ ଅଧିକ ମେଢ ନିର୍ମାଣ ହେଉଛି । ସାଜସଜ୍ଜା ଏବଂ ଧୂମଧାମରେ ପାଳିବା ପାଇଁ ପୂଜା କମିଟିମାନ ଲାଗି ପଡ଼ିଲେଣି। ହେଲେ ଭଡି ଅଧିକ ହେବାରୁ ଟ୍ରାଫିକ ସମସ୍ୟା ମଧ୍ୟ ଉପୁଜିବ। ରାଜଧାନୀର ଅଧିକାଂଶ ରାଜପଥ ଉପରେ ଏବଂ ଜନଗହଳିପୂର୍ଣ୍ଣ ମାର୍କେଟ ଅଞ୍ଚଳରେ ହେଉଥିବାରୁ ଭିଡ ନିୟନ୍ତ୍ରଣ ଏକ ପ୍ରମୁଖ ସମସ୍ୟା ହେବ। ଏପରି ପରିସ୍ଥିତିରେ ଅପରାଧ ସଂଖ୍ୟା ବୃଦ୍ଧି ପାଇବାର ଯଥେଷ୍ଟ ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।  ମଣ୍ଡପର ଏଣ୍ଟ୍ରି ଆଉ ଏକଜିଟ ପଏଣ୍ଟରେ ପୋଲିସ ପହରା କଡାକଡି କରାଯିବ। ଏହା ବ୍ୟତୀତ ସବୁ ପୂଜା ମଣ୍ଡପ ସେମାନଙ୍କ ପକ୍ଷରୁ ଭଲ୍ୟୁଣ୍ଟର ଦେବେ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ଏମାନଙ୍କୁ ତାଲିମ ଦିଆଯାଇ ସେଠାରେ ମୁତୟନ ହେବେ। ଏହା ବ୍ୟତୀତ ଲୋକଙ୍କୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା, ନିର୍ଦ୍ଧାରିତ ଜାଗାରେ ଗାଡି ପାର୍କିଂ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। 

Commissionerate Police Durga Puja Durga Puja 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ