Advertisment

କଂଗ୍ରେସରେ ଥିଲେ ମୁଁ ବ୍ଲକ ଅଧ୍ୟକ୍ଷଟିଏ ବି ହୋଇପାରିନଥାନ୍ତି; କେନ୍ଦ୍ରମନ୍ତ୍ରୀ ପ୍ରତିମା ଭୌମିକ

ମହିଳା ସଶକ୍ତିକରଣ ବିଷୟରେ ସମସ୍ତେ ଆଲୋଚନା କରନ୍ତି । ପ୍ରାୟ ସମସ୍ତେ, ମହିଳା, କୃଷକ ଓ ଗରିବ ଲୋକଙ୍କୁ ନେଇ ଚର୍ଚ୍ଚା କରୁଛନ୍ତି । ହେଲେ ସେହି ଗରିବ ଲୋକଙ୍କ ପାଇଁ ଯିଏ କାମ କରନ୍ତି ସେ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଅଦ୍ୟତନ ହୋଇଛି
 OTV Foresight 2024

OTV Foresight 2024

Advertisment

ଓଟିଭି ଫୋର୍‌ସାଇଟ୍‌ରେ ଯୋଗଦେଇ କଂଗ୍ରେସକୁ ଧୋଇଦେଲେ କେନ୍ଦ୍ରମନ୍ତ୍ରୀ ପ୍ରତିମା ଭୌମିକ । କେନ୍ଦ୍ରମନ୍ତ୍ରୀ ପ୍ରତିମା ଭୌମିକ ତାଙ୍କ ଅଭିଭାଷଣରେ କହିଛନ୍ତି, ପ୍ରଭୁ ଜଗନ୍ନାଥଙ୍କୁ ଓଡ଼ିଶା ଲୋକ ଯେତିକି ଭଲ ପାଆନ୍ତି, ଆମେ ବି ପାଉ । ସାରା ଉତ୍ତର ପୂର୍ବାଞ୍ଚଳର ଲୋକମାନେ ପ୍ରଭୁ ଜଗନ୍ନାଥଙ୍କୁ ଭକ୍ତି କରନ୍ତି ।

Advertisment

ଓଡ଼ିଶାର ହେଉଛି ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ଜନ୍ମମାଟି । ଏହି ବୀର ଜନ୍ମଭୂମିକୁ ମୁଁ ପ୍ରଣାମ ଜଣାଉଛି । ମହିଳା ସଶକ୍ତିକରଣ ବିଷୟରେ ସମସ୍ତେ ଆଲୋଚନା କରନ୍ତି । ପ୍ରାୟ ସମସ୍ତେ, ମହିଳା, କୃଷକ ଓ ଗରିବ ଲୋକଙ୍କୁ ନେଇ ଚର୍ଚ୍ଚା କରୁଛନ୍ତି । ହେଲେ ସେହି ଗରିବ ଲୋକଙ୍କ ପାଇଁ ଯିଏ କାମ କରନ୍ତି ସେ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ମୁଁ ତ୍ରିପୁରା ପରି ଏକ ଛୋଟ ରାଜ୍ୟର ଛୋଟ ଗାଁର ଚାଷୀ ପରିବାରରୁ ଆସିଛି । କଂଗ୍ରେସରେ ଥିଲେ ମୁଁ ବ୍ଲକ ଅଧ୍ୟକ୍ଷଟିଏ ବି ହୋଇପାରିନଥାନ୍ତି, ମୋଦି ମୋତେ କେନ୍ଦ୍ରମନ୍ତ୍ରୀ ବନାଇଛନ୍ତି । ମହିଳା ସଶକ୍ତୀକରଣ ଦିଗରେ ମୋଦି ସରକାର ଅହରହ କାମ କରୁଛି । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ସଶକ୍ତ କରିବା ପାଇଁ ବହୁ କାର୍ଯ୍ୟ ଚାଲିଛି ବୋଲି କହିଛନ୍ତି ପ୍ରତିମା ।

Advertisment

ମୋଦିଜୀଙ୍କ ନେତୃତ୍ୱରେ ୨ ବର୍ଷରେ ୨ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛୁ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତିମା ଭୌମିକ କହିଛନ୍ତି । ଏଥିସହିତ ମୋଦି ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟ ଉପରେ ସେ ଆଲୋଚନା କରିଛନ୍ତି ।

Advertisment

OTV Foresight OTV News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ