Cuttack’s Bali Yatra
ଜମୁଛି କଟକର ଐତିହାସିକ ବାଲିଯାତ୍ରା । ସଞ୍ଜ ନଇଁଲା କ୍ଷଣି ମେଳା ପଡିଆରେ ଜମୁଛି ଭିଡ଼ । ବାଲିଯାତ୍ରାରେ କାଶ୍ମୀର ସାଲ, ଗୁଜୁରାଟର ଘାଘରା ଚୋଲି, ଆସାମର ଶାଢ଼ି ସହ ପାରମ୍ପରିକ ଅଳଙ୍କାର ଆଦି ଲୋକଙ୍କ ମନଜିଣୁଛି । ଆଉ ଭଳିକି ଭଳି ରାଜ୍ୟ ବାହାରର ସାମଗ୍ରୀ ଦେଖିବାକୁ ମିଳୁଛି ଚଳିତ ଐତିହାସିକ ବାଲିଯାତ୍ରାରେ ।
କାଶ୍ମୀର, ଗୁଜୁରାଟ, ଆସାମ, ଦିଲ୍ଲୀ, ପଞ୍ଜାବ, କୋଲକାତା ଆଦି ୨୨ଟି ରାଜ୍ୟର ବ୍ୟବସ୍ୟାୟୀ ଚଳିତ ବର୍ଷ ବାଲିଯାତ୍ରାକୁ ଆସିଛନ୍ତି । ଅନ୍ୟ ରାଜ୍ୟର ମେଳା ଅପେକ୍ଷା ବାଲିଯାତ୍ରାରେ ଭଲ ବ୍ୟବସାୟ ହେଉଥିବାରୁ ବ୍ୟବସ୍ୟାୟୀ ମାନେ ଏଠାକୁ ଆସନ୍ତି ବୋଲି କହିଛନ୍ତି । ରାଜ୍ୟ ବାହାରର ବ୍ୟଵସ୍ୟାୟୀଙ୍କ ସମ୍ପର୍କ ମଧ୍ୟ ଵେଶ ପୁରୁଣା । କିଏ ଦଶ ବର୍ଷ ତ କିଏ ପୁଣି କୋଡିଏ ବର୍ଷ... ଆଉ କାହାର ବାପା ବ୍ୟବସ୍ୟାୟ ପାଇଁ ଆସୁଥିବା ବେଳେ ଏବେ ତାଙ୍କ ପୁଅ ଆସୁଛନ୍ତି ।
ବାଲିଯାତ୍ରାରେ ବିଶେଷ କରି କାଶ୍ମୀର ସାଲ, ଗୁଜୁରାଟର ଘାଘରା ଚୋଲି, ଆସାମର ଶାଢ଼ି ଆଦିର ବେଶ ଚାହିଦା ରହିଛି । ତେବେ କଶ୍ମୀର ଶାଲ ୬୦୦ଟଙ୍କାରୁ ଆରମ୍ଭ କରି ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି । ଏଭଳି ସାମଗ୍ରୀ ନିଜ ହାତପାହାନ୍ତାରେ ମିଳୁଥିବାରୁ ହାତ ଛଡା କରିବାକୁ ଚାହୁଁ ନାହାନ୍ତି ଗ୍ରାହକ ।
ସେପଟେ ବାଲିଯାତ୍ରାରେ ମନଜିଣୁଛି ବାହାର ରାଜ୍ୟର ଜିନିଷ । ଏସବୁ ସାମଗ୍ରୀ ଉପରେ ଲୋକଙ୍କ ବେଶି ନଜର ରହୁଛି। ଲୋକଙ୍କ ଚାହିଦାକୁ ଦେଖି ବାହାର ରାଜ୍ୟ ବାହାର ବ୍ୟବସାୟୀ ମଧ୍ୟ ଭଲ ଦୁଇ ପଇସା ରୋଜଗାର ହେବାର ଆଶା ରଖିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701439544.jpg)