Advertisment

କାଉଡ଼ି ଯାତ୍ରାକୁ ଅନୁମତି ଦେବା ପରେ ଆଡ଼ୁଆରେ ଯୋଗୀ ସରକାର

ନାଗରିକର ସ୍ୱାସ୍ଥ୍ୟ ଓ ବଞ୍ଚିବାର ଅଧିକାର ସବୁଠୁ ଉର୍ଦ୍ଧ୍ୱରେ । ମୌଳିକ ଅଧିକାରଠୁ ଉପରେ ନୁହେଁ ଧର୍ମୀୟ ଭାବନା ।

ଅଦ୍ୟତନ ହୋଇଛି
କାଉଡ଼ି ଯାତ୍ରାକୁ ଅନୁମତି ଦେବା ପରେ ଆଡ଼ୁଆରେ ଯୋଗୀ ସରକାର

Kanwar Yatra

Advertisment

ନୂଆଦିଲ୍ଲୀ: ନାଗରିକର ସ୍ୱାସ୍ଥ୍ୟ ଓ ବଞ୍ଚିବାର ଅଧିକାର ସବୁଠୁ ଉର୍ଦ୍ଧ୍ୱରେ । ମୌଳିକ ଅଧିକାରଠୁ ଉପରେ ନୁହେଁ ଧର୍ମୀୟ ଭାବନା । କରୋନା କଟକଣା ବେଳେ ଉତ୍ତରପ୍ରଦେଶ ସରକାର ପ୍ରତୀକାତ୍ମକ କାଉଡ଼ି ଯାତ୍ରା ପାଇଁ ଅନୁମତି ଦେବା ପରେ ଏହାକୁ ନେଇ କଡା ପ୍ରତିକ୍ରିୟା ରଖିଛନ୍ତି ସୁପ୍ରିମକୋର୍ଟ ।ବର୍ତ୍ତମାନ ପରିସ୍ଥିତିରେ କାଉଡ଼ି ଯାତ୍ରାକୁ ଆଦୌ ଅନୁମତି ଦେବା କଥା ନୁହେଁ, ତେଣୁ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ କାଉଡି ଯାତ୍ରା ପାଇଁ ଅନୁମତି ଉପରେ ପୁନର୍ବିଚାର କରିବାକୁ ସୁପ୍ରିମକୋର୍ଟ ମତ ଦେଇଛନ୍ତି ।

Advertisment

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଆରଏଫ ନରିମାନ କହିଛନ୍ତି, “ଆମେ ସମସ୍ତେ ଭାରତର ନାଗରିକ । ଧାରା-୨୧ରେ ଥିବା ଜୀବନ ଧାରଣ ଅଧିକାର ସମସ୍ତଙ୍କର ରହିଛି । ଉତ୍ତର ପ୍ରଦେଶ କେବେ ହେଲେ ଫିଜିକାଲ ବା ଲୋକଙ୍କୁ ନେଇ କାଉଡ଼ି ଯାତ୍ରା କରିପାରିବ ନାହିଁ । କେବେ ହେଲେ କାଉଡ଼ି ଯାତ୍ରା କରାଯାଇ ପାରିବନାହିଁ ।”

Advertisment

ଉତ୍ତରପ୍ରଦେଶରେ କାଉଡି ଯାତ୍ରା ପାଇଁ ଅନୁମତି ଦିଆଯିବା ପରେ, ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ନିଜ ଆଡୁ ମାମଲାକୁ ହାତକୁ ନେଇଥିଲେ ।  ମାମଲାର ଶୁଣାଣି କରି ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ସରକାରଙ୍କୁ ପୁର୍ନବିଚାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ସୋମବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଅନ୍ୟପକ୍ଷରେ ଉତ୍ତରପ୍ରଦେଶ ସରକାର ଯଦି କାଉଡି ଯାତ୍ରା ଉପରେ ରୋକ ଲଗାଇବାରେ ବିଫଳ ହୁଅନ୍ତି, ତେବେ ସୁପ୍ରିମକୋର୍ଟ ଏନେଇ ନିର୍ଦ୍ଦେଶ ଦେବାକୁ ବାଧ୍ୟ ହେବେ ବୋଲି କୁହାଯାଇଛି ।

ଅନ୍ୟପଟେ ଚଳିତବର୍ଷ ପ୍ରତୀକାତ୍ମକ ଭାବେ କାଉଡି ଯାତ୍ରା ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯିବ ବୋଲି ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ ହୋଇଥିଲା । କୋଭିଡ୍ କଟକଣା ସହ ଯେଉଁମାନେ ଟିକା ନେଇଛନ୍ତି କେବଳ ସେମାନଙ୍କୁ ଯାତ୍ରା ପାଇଁ ଅନୁମତି ଦିଆଯିବ ବୋଲି କୁହାଯାଇଥିଲା ।

Advertisment

ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କାଉଡି ଯାତ୍ରାକୁ ନେଇ ଦାଖଲ ହୋଇଛି ସତ୍ୟପାଠ । କୋଭିଡ୍ କଟକଣା ବେଳେ ଉତ୍ତରପ୍ରଦେଶ ସରକାର କାଉଡି ଯାତ୍ରା ପାଇଁ ଅନୁମତି ଦେବା ଉଚିତ ନୁହେଁ, କିନ୍ତୁ ବର୍ଷ ବର୍ଷ ଧରି ଚାଲି ଆସୁଥିବା ପରମ୍ପରା ଓ ଧାର୍ମିକ ବିଶ୍ୱାସକୁ ନଜରରେ ରଖି ରାଜ୍ୟଗୁଡିକୁ ଟ୍ୟାଙ୍କରରେ ଗଂଗା ଜଳ ଯୋଗାଇବାକୁ ବ୍ୟବସ୍ଥା କରିବାକୁ ପଡିବ ବୋଲି କୁହାଯାଇଛି ।

Yogi Adityanath Uttar Pradesh Lord Shiva
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ