Advertisment

ଆଜି ବର୍ଷର ଶେଷ ସୂର୍ଯ୍ୟପରାଗ: ଭୁଲ୍‌ରେ କରନ୍ତୁନି ଏହିସବୁ କାମ...

ଏହି ଆଂଶିକ ସୂର୍ଯ୍ୟପରାଗ ଆଜି ଅପରାହ୍ଣ ୨ଟା ୨୮ରେ ଆରମ୍ଭ ହୋଇ ୫ଟା ୩୨ରେ ଶେଷ ହେବ। ଏସିଆ ଓ ୟୁରୋପ ମହାଦେଶରେ ଏହି ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ।

ଅଦ୍ୟତନ ହୋଇଛି
Today Solar Eclipse 2022

Today Solar Eclipse 2022

Advertisment

ଆଉ ମାତ୍ର କିଛି ସମୟ ପରେ ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ ଲାଗିବାକୁ ଯାଉଛି। ଆଜି ଖଣ୍ଡଗ୍ରାସ ବା ଆଂଶିକ ସୂର୍ଯ୍ୟପରାଗ। ଏହି ଆଂଶିକ ସୂର୍ଯ୍ୟପରାଗ ଆଜି ଅପରାହ୍ଣ ୨ଟା ୨୮ରେ ଆରମ୍ଭ ହୋଇ ୫ଟା ୩୨ରେ ଶେଷ ହେବ। ଏସିଆ ଓ ୟୁରୋପ ମହାଦେଶରେ ଏହି ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ। ଭୁବନେଶ୍ୱରରେ ଅପରାହ୍ଣ ୪ଟା ୫୬ ମିନିଟରୁ ୫ଟା ୧୬ ଯାଏ ଅର୍ଥାତ୍ ପ୍ରାୟ ୨୦ ମିନିଟ୍ ପାଇଁ ଏହି ମହାଜାଗତିକ ଦୃଶ୍ୟ ଦୃଶ୍ୟମାନ ହେବ।  ଏଠି ଘୋଡ଼େଇ ହେବ ସୂର୍ଯ୍ୟଙ୍କ ମାତ୍ର ୧୦ରୁ ୧୫%  ଅଂଶ।

Advertisment

ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିଲେ ଚନ୍ଦ୍ରର ଛାଇ ପୃଥିବୀର ଯେଉଁ ସବୁ ଅଞ୍ଚଳରେ ପଡ଼େ ସେଠାରେ ସୂର୍ଯ୍ୟପରାଗ ଦେଖାଯାଏ। ତେବେ ସୂର୍ଯ୍ୟପରାଗକୁ କେବେବି ଖାଲି ଆଖିରେ ନ ଦେଖିବାକୁ ବୈଜ୍ଞାନିକମାନେ ସତର୍କ କରିଛନ୍ତି। ଜ୍ୟୋତିର୍ବିଦ୍‌ଙ୍କ ମତରେ, ଆଜି କେତୁଗ୍ରସ୍ତ ଖଣ୍ଡଗ୍ରାସ ସୂର୍ଯ୍ୟପରାଗ ପଡ଼ୁଛି। ସୂର୍ଯ୍ୟପରାଗ ସ୍ପର୍ଶର ୧୨ ଘଣ୍ଟା ପୂର୍ବରୁ ଅର୍ଥାତ୍ ଆଜି ଭୋର୍ ୪ଟା ୫୬ରୁ ପାକତ୍ୟାଗ ଓ ଦେବ ନୀତି ନିଷେଧ କରାଯାଇଛି। ଗ୍ରହଣ ସ୍ପର୍ଶ ଆଜି ଅପରାହ୍ନ ୪ଟା ୫୬ ମିନିଟ୍‌ ୫୨ ସେକଣ୍ଡରେ ଏବଂ ଗ୍ରହଣ ସର୍ବମୋକ୍ଷ ସନ୍ଧ୍ୟା ୬ଟା ୨୬ ମିନିଟ୍ ୫୨ ସେକେଣ୍ଡରେ ରହିଛି।

ଅଧିକ ପଢ଼ନ୍ତୁ: ପାକତ୍ୟାଗ ବେଳେ ଚିକେନ୍‌ ବିରିୟାନୀ ଖାଇଲେ ହେତୁବାଦୀ

ସୂର୍ଯ୍ୟପରାଗ ସମୟରେ ଭୁଲ୍‌ରେ ଏହିସବୁ କାମ କରନ୍ତୁ ନାହିଁ...

  • ଖାଦ୍ୟ ଖାଆନ୍ତୁ ନାହିଁ- ଗ୍ରହଣ ସମୟରେ କୌଣସି ଖାଦ୍ୟ ଖାଇବା ଉଚିତ୍‌ ନୁହେଁ। କାରଣ ଏହାଦ୍ୱାରା ନକାରାତ୍ମକ ପ୍ରଭାବ ପଡ଼ିଥାଏ। ଏହି ସମୟରେ ରନ୍ଧା ଖାଦ୍ୟ ଖାଇବା ନିଷେଧ। 
  • କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ- ବିଶ୍ୱାସ ରହିଛି ଯେ, ଗ୍ରହଣ ସମୟରେ ନକାରାତ୍ମକ ପ୍ରଭାବ ଅଧିକ ଥାଏ। ତେଣୁ ଏହି ସମୟରେ କୌଣସି ମାଙ୍ଗଳିକ କାର୍ଯ୍ୟ କରିବା ଉଚିତ୍‌ ନୁହେଁ। ଏହାଛଡ଼ା ଗ୍ରହଣ ସମୟରେ ନଖ କାଟିବା ଉଚିତ୍‌ ନୁହେଁ
  • ଗର୍ଭବତୀ ମହିଳା କରନ୍ତୁନି ଏହି କାମ- ଗ୍ରହଣ ସମୟରେ ଗର୍ଭବତୀ ମହିଳା କୌଣସି ଧାରୁଆ କିମ୍ବା ତୀକ୍ଷ୍ଣ ଜିନିଷ ବ୍ୟବହାର କରନ୍ତୁ ନାହିଁ। ଏହାସହ କୌଣସି କଟାକଟି ବା ସିଲେଇ କାର୍ଯ୍ୟ କରନ୍ତୁ ନାହିଁ। ଗ୍ରହଣ ସମୟରେ ଘର ଭିତରେ ରୁହନ୍ତୁ। ବିଶ୍ୱାସ ରହିଛି, ଯଦି ଏସବୁ ନମାନନ୍ତି ତା’ହେଲେ ଜନ୍ମିତ ଶିଶୁ ଉପରେ ପ୍ରଭାବ ପଡ଼ିପାରେ। 
  • ପୂଜାପାଠ କରନ୍ତୁ ନାହିଁ-  ଗ୍ରହଣ ସମୟରେ ଘର ଓ ମନ୍ଦିରରେ ଦେବାଦେବୀଙ୍କ ପ୍ରତିମାକୁ ଆଚ୍ଛାଦିତ କରି ରଖନ୍ତୁ। ଏହି ସମୟରେ ଆଦୌ ପୂଜାପାଠ କରନ୍ତୁ ନାହିଁ।
Advertisment

ଏହିମାନେ ସୂର୍ଯ୍ୟପରାଗ ଦେଖନ୍ତୁ ନାହିଁ- ଚଳିତ ବର୍ଷର ଏହି ଶେଷ ସୂର୍ଯ୍ୟପରାଗ ତୁଳା ରାଶି ଓ ସ୍ୱାତୀ ନକ୍ଷତ୍ରରେ ଲାଗିବାକୁ ଯାଉଛି। ତେବେ ଯେଉଁବ୍ୟକ୍ତିଙ୍କ ଜନ୍ମ ସ୍ୱାତୀ ନକ୍ଷତ୍ରରେ ହୋଇଛି, ସେମାନେ ସୂର୍ଯ୍ୟପରାଗ ଦେଖିବା ଉଚିତ୍‌ ନୁହେଁ। 

Solar Eclipse
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ