ବିନିକାରେ ଦୁର୍ଗତିନାଶିନୀ ମାଆ ଦୁର୍ଗାଙ୍କର ଦଶମୀ ପୂଜା

ଆଜି ହେଉଛି ବିଜୟା ଦଶମୀ । ଆଜିର ଦିନରେ ଅଧର୍ମ ଉପରେ ଧର୍ମ ଓ ପାପର ଉପରେ ପୁଣ୍ୟର ବିଜୟ ହୋଇଥିଲା ।

Today is Vijaya Dashami.

ଆଜି ହେଉଛି ବିଜୟା ଦଶମୀ । ଆଜିର ଦିନରେ ଅଧର୍ମ ଉପରେ ଧର୍ମ ଓ ପାପର ଉପରେ ପୁଣ୍ୟର ବିଜୟ ହୋଇଥିଲା । ଆସନ୍ତା କାଲି ମେଲାଣି ନେବେ ମାଆ । ମେଲାଣି ନେବା ଆଗରୁ ମା’ଙ୍କ ଦିବ୍ୟ ରୂପ ଦେଖିବାକୁ ଭକ୍ତଙ୍କ ମନରେ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଛି । ରୀତିନୀତି ମୁତାବକ ବିଜୟା ଦଶମୀରେ ମା’ଙ୍କ ପଞ୍ଚ ଉପଚାର ପୂଜା ଓ ଏହାପରେ ଅପରାଜିତା ପୂଜା ହେବାର ପରମ୍ପରା ରହିଛି । 

ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ମଧ୍ୟ ମାଆଙ୍କର ପୂଜା ବଡ଼ ଧୁମଧାମରେ ପାଳିତ ହେଉଛି । ବିନିକାରେ ଥିବା ପୁରୁଣା ବସଷ୍ଟାଣ୍ଡରେ କରୁଣାମୟୀ ଦୁର୍ଗତିନାଶିନୀ ମାଆଙ୍କ ପୂଜା ୫୨ ବର୍ଷରେ ପ୍ରଦାର୍ପଣ କରିଛି । ତେବେ ଚଳିତ ବର୍ଷ ଏଠାରେ ମେଢ଼ ପୂଜା ହେଉନାହିଁ । ଆସନ୍ତା ବର୍ଷ ଅଷ୍ଟ ଧାତୁରେ ନିର୍ମିତ ମାଆଙ୍କର ସ୍ଥାୟୀ ପ୍ରତିମା ପୂଜା ପାଇବେ । ଅନ୍ୟପଟେ ପୂଜା ମଣ୍ତପରେ ଦୁର୍ଗା ମାଆଙ୍କ ଦଶମୀ ପୂଜା ରୀତିନୀତି ହିସାବରେ ପାଳିତ ହୋଇ ଯାଇଛି । 

ମାଆଙ୍କୁ ପୂର୍ଣ୍ଣାହୁତି ଅର୍ପଣ କରାଯାଇଥିବା ବେଳେ, ନିଆରା ଭାବରେ ଆଳତୀ ମଧ୍ୟ କରାଯାଇଛି । ବିଜୟା ଦଶମୀରେ ଦଣ୍ଡସେନା ପଡ଼ା, ଦୈନିକ ବଜାର ପୂଜା ମଣ୍ତପରେ ମାଆଙ୍କ ଦର୍ଶନ ପାଇଁ ସକାଳ ପ୍ରହରରୁ ଭିଡ଼ ଲାଗି ରହିଛି । ସନ୍ଧ୍ୟାକୁ ଭିଡ଼ ଆହୁରି ବଢ଼ିପାରେ । ଆଜି ମାଆଙ୍କ ଦର୍ଶନର ଶେଷ ଦିନ ଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଭକ୍ତିମୟ, ଆବେଗମୟ ପରିବେଶ ସୃଷ୍ଟି ହୋଇଛି । ବିଜୟା ଦଶମୀରେ ଅଧର୍ମ ଉପରେ ଧର୍ମର ଜୟ ହୋଇଥିଲା । ପାପ ଉପରେ ପୂଣ୍ୟର ବିଜୟ ହୋଇଥିଲା । ଏହାକୁ ମନେ ରଖିବା ପାଇଁ ବିଜୟା ଦଶମୀରେ ହିଁ ରାବଣ ପୋଡ଼ି ହୋଇଥାଏ । ପ୍ରତୀକାତ୍ମକ ଭାବେ ରାବଣ ପାପର ପ୍ରତୀକ । ରାବଣ ପୋଡ଼ି କରି ଲୋକମାନେ ଅତି ଉତ୍ସାହର ସହ ଧର୍ମ ବିଜୟର ପାଳନ କରି ଥାଆନ୍ତି ।