Advertisment

Holi 2025: ଘରେ ନିଜେ ତିଆରି କରନ୍ତୁ ୪ ରଙ୍ଗ; ଖେଳନ୍ତୁ ହର୍ବାଲ୍ ହୋଲି

ଆଜିକାଲି ବଜାରରେ ହର୍ବାଲ ରଙ୍ଗ ମିଳୁଥିଲେ ବି ଏହା ଅଧିକ ମହଙ୍ଗା ହୋଇଥାଏ ଆଉ ବେଳେବେଳେ ଭେଜାଲ ମଧ୍ୟ ହୋଇଥାଏ । ତେବେ ସବୁଠାରୁ ସୁବିଧା ଉପାୟ ହେଲା ଏହାକୁ ନିଜ ଘରେ ତିଆରି କରିବା ।

ଅଦ୍ୟତନ ହୋଇଛି
Tips to make herbal colour at your home

Tips to make herbal colour at your home

Advertisment

ହୋଲିର ଉତ୍ସବ ଅନେକଙ୍କ ମନରେ ଖୁସି ଭରିଦିଏ । ଏହାରି ଭିତରେ ବି ଅନେକ ଲୋକ ଅଛନ୍ତି ଯେଉଁମାନେ ହୋଲି ପର୍ବକୁ ପସନ୍ଦ କରନ୍ତି ନାହିଁ । ଏହାର କାରଣ ହେଉଛି ଲୋକମାନେ ଏହି ପର୍ବରେ ରାସାୟନିକ ରଙ୍ଗ ବ୍ୟବହାର କରି ହୋଲି ଖେଳନ୍ତି । ଏହି ରଙ୍ଗ କିଛି ଲୋକଙ୍କ ଚର୍ମ ଉପରେ ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି କରିପାରେ ।

Advertisment

ଏସବୁକୁ ଏଡାଇବା ପାଇଁ ଗୋଟିଏ ଉପାୟ ହେଉଛି ହର୍ବାଲ୍ ରଙ୍ଗ । ବଜାରରେ ହର୍ବାଲ ରଙ୍ଗ ମିଳୁଥିଲେ ବି ଏହା ଅଧିକ ମହଙ୍ଗା ହୋଇଥାଏ ଆଉ ବେଳେବେଳେ ଭେଜାଲ ମଧ୍ୟ ହୋଇଥାଏ । ତେବେ ସବୁଠାରୁ ସୁବିଧା ଉପାୟ ହେଲା ଏହାକୁ ନିଜ ଘରେ ତିଆରି କରିବା ।

ତେବେ ଆନ୍ତୁ ନିଜେ ଘରେ ହର୍ବାଲ୍ ରଙ୍ଗ କିପରି ତିଆରି କରିବେ ସେ ବିଷୟ ଜାଣିନେବା ।

ନାଲି ଏବଂ ଗୋଲାପୀ:

ନାଲି ରଙ୍ଗ ପାଇଁ, ଶୁଖିଲା ମନ୍ଦାର ଫୁଲର ପାଖିଡା ନେଇ ଏହାକୁ ଭଲଭାବେ ପାଉଡର କରନ୍ତୁ । ଏହା ଆପଣଙ୍କର ପ୍ରାକୃତିକ ଲାଲ ରଙ୍ଗ ହୋଇଯିବ । ଗୋଲାପି ରଙ୍ଗ ତିଆରି କରିବା ପାଇଁ, ବିଟ୍‌କୁ ଛୋଟ ଛୋଟ କାଟି ଏହାକୁ ଶୁଖାଇ ପାଉଡର ତିଆରି କରନ୍ତୁ ।

Advertisment

ସେହିପରି ଯଦି ପାଣି ରଙ୍ଗ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି ତେବେ ବିଟ୍‌କୁ ଘଷି ଘଷି ପାଣି ବାହାର କରନ୍ତୁ । ଏହି ରଙ୍ଗ ନାକ, କାନ, ଆଖି ଏବଂ ପାଟିରେ ପଶିଲେ ବି କୌଣସି କ୍ଷତି କରିବ ନାହିଁ ।

ଅଧିକ ପଢ଼ନ୍ତୁ: ଆପଣ ବଜାରରୁ ହର୍ବାଲ ରଙ୍ଗ କିଣୁଛନ୍ତି କି… କିପରି ଜାଣିବେ ଅସଲି ନା ନକଲି…

Advertisment

ହଳଦିଆ ରଙ୍ଗ:

ହଳଦୀ ପ୍ରତ୍ୟେକଙ୍କ ଘରେ ଥାଏ । ଏଥିରୁ ଆପଣ ଘରେ ହଳଦିଆ ରଙ୍ଗ ତିଆରି କରିପାରିବେ । ଏଥିପାଇଁ ହଳଦୀ ପାଉଡର ସହ କିଛି ବେସନ କିମ୍ବା ମକା ଗୁଣ୍ଡ ମିଶାନ୍ତୁ । ଏହା ବ୍ୟତୀତ, ଆପଣ ଗେଣ୍ଡୁ ଫୁଲ ଶୁଖାଇ ଗ୍ରାଇଣ୍ଡ କରି ସହଜରେ ହଳଦିଆ ରଙ୍ଗ ପ୍ରସ୍ତୁତ କରିପାରିବେ । ଏହି ରଙ୍ଗ ଚର୍ମ ପାଇଁ ଖୁବ ଉପକାରୀ ।

ସବୁଜ ରଙ୍ଗ:

ନିମ ଚର୍ମ ପାଇଁ ଖୁବ୍ ଉପକାରୀ । ଆପଣ ନିମ ଗଛ ସହଜରେ ଯେକୌସି ସ୍ଥାନରେ ପାଇପାରିବେ । ନିମ ପତ୍ରକୁ ଶୁଖାଇ ଗ୍ରାଇଣ୍ଡ୍ କରି ଆପଣ ସବୁଜ ରଙ୍ଗ ପ୍ରସ୍ତୁତ କରିପାରିବେ। ନିମରେ ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ଆଲର୍ଜି ଗୁଣ ଥାଏ । ତେଣୁ ଏହା ଚର୍ମ ପାଇଁ ବହୁତ ଲାଭଦାୟକ ।

କମଳା ରଙ୍ଗ:

କିଛି ଶୁଖିଲା ପଳାଶ ଫୁଲକୁ ଏକ ବାଲ୍ଟି ପାଣିରେ ଫୁଟାନ୍ତୁ କିମ୍ବା ଏହାକୁ ରାତିସାରା ଭିଜାଇ ସକାଳେ ଫିଲ୍ଟର କରନ୍ତୁ । ମୋଟାଳିଆ କମଳା ରଙ୍ଗ ପ୍ରସ୍ତୁତ ହୋଇଯିବ । ଆପଣ ଏଥିରେ ପାଣି ମିଶାଇ ଏହାକୁ ପତଳା କରିପାରିବେ।

ଅଧିକ ପଢ଼ନ୍ତୁ: ରାସ୍ତା ଉପରେ ହୋଲି ଖେଳ ନାଁରେ ଗହଳି କଲେ ଉଠାଇନେବ PCR

Holi Holi Celebration Herbal Colour
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ