ପୁରୀ: ଶ୍ରୀଗୁଣ୍ଡିଚା ଯାତ୍ରା ପରେ ହେବ ଶ୍ରୀମନ୍ଦିରର ଲେଜର ସ୍କାନିଂ । ଏଏସ୍ଆଇ ବୈଷୟିକ କମିଟି ଦ୍ୱାରା ଗର୍ଭଗୃହ, ଜଗମୋହନ, ନାଟମଣ୍ଡପ ଆଦିର ଅନୁଧ୍ୟାନ କରାଯିିବ । ଶ୍ରୀଗୁଣ୍ଡିଚା ପରଦିନ ଲେଜର ସ୍କାନିଂ ହେବ ଏବଂ ଏନେଇ ଅନୁମତି ଦେଇଛି ଶ୍ରୀମନ୍ଦିର ପ୍ରଶାସନ । କିନ୍ତୁ ଗର୍ଭଗୃହର ଲେଜର ସ୍କାନିଂ ପାଇଁ କୌଣସି ଅନୁମତି ଦିଆଯାଇନାହିଁ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।
କେବଳ ଜଗମୋହନ, ନାଟମଣ୍ଡପ ଓ ଭୋଗମଣ୍ଡପର ଲେଜର ସ୍କାନିଂ କରାଯିବ । ଲେଜର ସ୍କାନିଂ ପାଇଁ ସେବାୟତ ମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । ସେହିପରି ରୂପା ଦ୍ୱାର ଗୋଟିଏ ପରେ ଗୋଟିଏ କରାଯିବ । ଏଥିପାଇଁ କୌଣସି ଟାର୍ଗେଟ ନାହିଁ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର ।
ଦେଖନ୍ତୁ ପୁରୀ ଜଗନ୍ନାଥ ରଥଯାତ୍ରାର ସିଧା ପ୍ରସାରଣ
Also Read
ସେପଟେ ରାତି ପାହିଲେ ରଥଯାତ୍ରା । ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ରାତି ପାହିଲେ ରତ୍ନ ସିଂହାସନ ଛାଡ଼ି ଜନ୍ମବେଦୀ ଅଭିମୁଖେ ବାହାରିବେ କାଳିଆ ସାଆନ୍ତ । କରୋନା କାଳରେ ଲଗାତର ଦ୍ୱିତୀୟ ବର୍ଷ ପାଇଁ ଭକ୍ତଶୂନ୍ୟ ବଡ଼ଦାଣ୍ଡରେ ଗଡ଼ିବ ବିଶ୍ୱନିୟନ୍ତାଙ୍କ ବିଶ୍ୱ ରଥ । ଏଥିପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି । କେତେବେଳେ ଭାଇଭଉଣୀଙ୍କୁ ସାଙ୍ଗରେ ଧରି ରଥାରୁଢ଼ ହେବେ ଜଗତ ଠାକୁର । ସେଇ ଅପେକ୍ଷା ।
ପରମ୍ପରା ମୁତାବକ ଆଜି ଶ୍ରୀଜୀଉଙ୍କ ସକାଳ ଧୂପ ସରିବା ପରେ ପୂଜାପଣ୍ଡା ସେବାୟତମାନେ ତିନି ବାଡ଼ରୁ ଆଜ୍ଞାମାଳ ଆଣି ତିନି ରଥରେ ବିଜେ କରାଇଥିଲେ । ଏହା ପରେ ରଥଖଳାରୁ ସିଂହଦ୍ୱାର ସମ୍ମୁଖକୁ ଟଣାଯାଇଥିଲା ତିନି ରଥ । ଡାହୁକଙ୍କ ବୋଲି, ଘଣ୍ଟୁଆଙ୍କ ଘଣ୍ଟ ଧ୍ୱନିରେ ପ୍ରଥମେ ନନ୍ଦିଘୋଷ, ତା ପରେ ଦେବଦଳନ ଏବଂ ଶେଷରେ ତାଳଧ୍ୱଜ ରଥକୁ ସିଂହଦ୍ୱାର ସମ୍ମୁଖକୁ ଭିଡ଼ି ଆଣିଥିଲେ ସେବାୟତ । ଏଥିସହ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଘୋଷଯାତ୍ରା ପ୍ରସ୍ତୁତି ଆଗକୁ ବଢୁଥିଲା ତ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ପାଖକୁ ଯାଇ ରଥାରୁଢ଼ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ନିମନ୍ତ୍ରଣ କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।
ଏପଟେ ଭକ୍ତଶୂନ୍ୟ ଘୋଷଯାତ୍ରା ପାଇଁ ବି ସଂପୂର୍ଣ୍ଣ ପ୍ରସ୍ତୁତ ପୋଲିସ୍ ପ୍ରଶାସନ । ଶୃଙ୍ଖଳିତ ଯାତ୍ରା ପାଇଁ ସହରକୁ ୧୨ଟି ଜୋନ୍ରେ ବିଭକ୍ତ କରାଯାଇ ପ୍ରାୟ ୬୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ସହରର ମୁଖ୍ୟ ପ୍ରବେଶ ପଥ, ବଡ଼ଦାଣ୍ଡର ଦୁଇ ପାର୍ଶ୍ୱରେ ଥିବା କୋଠାର ଛାତ ଉପରେ ସ୍ୱତନ୍ତ୍ର ସୁରକ୍ଷା ବାହିନୀ ମୁତୟନ କରାଯିବ । ଆଜି ରାତି ୮ଟାରୁ ମଙ୍ଗଳବାର ରାତି ୮ଟା ପର୍ଯ୍ୟନ୍ତ ସହରରେ କର୍ଫ୍ୟୁ ବଳବତ୍ତର ରହିବ । ଏପରିକି ବଡ଼ଦାଣ୍ଡ କଡ଼ରେ ଥିବା ଘର ଛାତ ଉପରୁ ବି ଦର୍ଶନକୁ ବାରଣ କରାଯାଇଛି । ଅପରପକ୍ଷେ ପୋଲିସ୍ ଡିଜି ଆଜି ପୁରୀ ଯାଇ କେନ୍ଦ୍ରାଞ୍ଚଳ ଆଇଜି, ପୁରୀ ଏସ୍ପି ଓ ବରିଷ୍ଠ ଅଧିକାରୀଙ୍କ ସହ ରଥଯାତ୍ରା ସୁରକ୍ଷା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ।