ମକର ସଂକ୍ରାନ୍ତିର ମହତ୍ତ୍ୱ, ‌ଆଜିର ଦିନରେ କରନ୍ତୁ ନାହିଁ ଏହି କାମ

ଆଜି ପବିତ୍ର ମକର ସଂକ୍ରାନ୍ତି । ଆଜିର ଦିନରେ ସୂର୍ଯ୍ୟ ଧନୁ ରାଶିରୁ ବାହାରି ମକର ରାଶିରେ ପ୍ରବେଶ କରିଥାନ୍ତି । ସୂର୍ଯ୍ୟଙ୍କର ଏହି ରାଶି ପରିବର୍ତ୍ତନ ଚଳିତବର୍ଷ ୧୪ ଓ ୧୫ ଜାନୁଆରୀ ଦୁଇ ଦିନ ହିଁ ପଡ଼ୁଛି। ମକର ସଂକ୍ରାନ୍ତି ଦିନ କିଛି ଖାସ୍‌ କାମ କରିବାର ପରମ୍ପରା ଆଦିମ କାଳରୁ ରହିଛି, ଯଥା-ସ୍ନାନ, ଦାନ, ରାଶି-ଗୁଡ଼, ଖେଚୁଡ଼ି ଆଦି ସେବନ।

The importance of makar sankranti

News Summary

ମକର ସଂକ୍ରାନ୍ତି ଦିନ ବିନା ସ୍ନାନ ଓ ଦାନରେ ଭୋଜନ ଗ୍ରହଣ କରନ୍ତୁ ନାହିଁ

ମକର ସଂକ୍ରାନ୍ତିରେ ପବିତ୍ର ନଦୀରେ ସ୍ନାନ କରିବା ଉଚିତ

ପବିତ୍ର ମକର ସଂକ୍ରାନ୍ତିକୁ ନେଇ ଭିନ୍ନ ଭିନ୍ନ ମହତ୍ୱ ରହିଛି । ଅନେକ ସ୍ଥାନରେ ମକର ସଂକ୍ରାନ୍ତିରେ ପୂର୍ବପୁରୁଷଙ୍କ ଆତ୍ମାର ଶାନ୍ତି ପାଇଁ ଖେଚୁଡି ଦାନ କରିବାର ମଧ୍ୟ ବିଧି ବା ମହତ୍ୱ ରହିଛି । ମକର ସଂକ୍ରାନ୍ତିରେ ରାଶି ଓ ଗୁଡର ପ୍ରସାଦ ମଧ୍ୟ ବଂଟା ଯାଏ । ଅନେକ ସ୍ଥାନରେ ଗୁଡି ଉଡାଇବାର ପରମ୍ପରା ମଧ୍ୟ ରହିଛି । ତେବେ ଏହି ଦିନ କେତେକ କାମ କରିବାକୁ ମନା ବି କରାଯାଇଛି । ଚାଲନ୍ତୁ ଜାଣିବା ମକର ସଂକ୍ରାନ୍ତିରେ କଣ କରିବା ଉଚିତ୍ ଏବଂ କେଉଁ କାର୍ଯ୍ୟ କରିବା ମନା ।

ମକର ସଂକ୍ରାନ୍ତି ଦିନ କରନ୍ତୁ ନାହିଁ ଏହି କାମ: