Advertisment

ଆରମ୍ଭ ହେଲା ମହାପ୍ରଭୁଙ୍କ ସୁନାବେଶ ନୀତିକାନ୍ତି

ଆରମ୍ଭ ହେଲା ମହାପ୍ରଭୁଙ୍କ ସୁନାବେଶ ନୀତିକାନ୍ତି । ଶ୍ରୀକ୍ଷେତ୍ରରେ ରଥ ଉପରେ  ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜୀଉ । ମହଣ ମହଣ ସୁନାରେ ସଜେଇ ହେବେ ତିନି ଠାକୁର । ଅପରାହ୍ନରେ ସାରା ଜଗତ ଦେଖିବ ଚକାଆଖିର ସୁନାବେଶ । ଶ୍ରୀଜିଉଙ୍କ ଏହି ଅପରୂପ ବେଶ ଦେଖିବାକୁ ଶ୍ରଦ୍ଧାଳୁ ଅପେକ୍ଷା କରି ରହିଛନ୍ତି ।

ଅଦ୍ୟତନ ହୋଇଛି
ଆଜି ଶ୍ରୀଜୀଉଙ୍କ ଅଧରପଣା ନୀତି

sunabesha

Advertisment

ପୁରୀ: ଆରମ୍ଭ ହେଲା ମହାପ୍ରଭୁଙ୍କ ସୁନାବେଶ ନୀତିକାନ୍ତି । ଶ୍ରୀକ୍ଷେତ୍ରରେ ରଥ ଉପରେ  ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜୀଉ । ମହଣ ମହଣ ସୁନାରେ ସଜେଇ ହେବେ ତିନି ଠାକୁର । ଅପରାହ୍ନରେ ସାରା ଜଗତ ଦେଖିବ ଚକାଆଖିର ସୁନାବେଶ । ଶ୍ରୀଜିଉଙ୍କ ଏହି ଅପରୂପ ବେଶ ଦେଖିବାକୁ ଶ୍ରଦ୍ଧାଳୁ ଅପେକ୍ଷା କରି ରହିଛନ୍ତି । 

Advertisment

କିରୀଟ, ଶ୍ରୀପୟର, ଶ୍ରୀଭୂଜ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡକାନି, ଘାଗଡାମାଳି, କଦମ୍ବମାଳି, ବାହାଡାମାଳି, ତାବିଜ ମାଳି, ସେବତୀ ମାଳି, ହଳ ଓ ମୂଷଳ ଲାଗି ହେବ । ତେବେ ଗତବର୍ଷ ଭଳି ଏଥର ମଧ୍ୟ ବିନା ଭକ୍ତରେ ମହାପ୍ରଭୁଙ୍କ ସୁନାବେଶ ହେବ ।

ସୁନାବେଶ ପାଇଁ ପୁରୀର କିଛି ଅଞ୍ଚଳରେ କର୍ଫ୍ୟୁ ବଳବତ୍ତର ରହିଛି । ସେହି ସ୍ଥାନ ଗୁଡ଼ିକ ହେଲା ମାର୍କେଟ୍ ଛକ, କାକୁଡି ଖାଇ ଛକ ସମେତ ଶ୍ରୀମନ୍ଦିର ସହ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ୧୪୪ ଧାରା ଜାରି କରାଯାଇଛି । ଏହା ଆସନ୍ତା ୨୪ ତାରିଖ ସକାଳ ୬ଟା ଯାଏଁ ଜାରି ରହିବ ।

Advertisment

ତେବେ ସୁନାବେଶ ବା ରାଜବେଶ ବା ବଡ଼ତଢାଉ ବେଶ ହେଉଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏକ ବିଶେଷ ବେଶ । ଯହିଁରେ ଦିଅଙ୍କୁ ସୁବର୍ଣ୍ଣ ଆଭୂଷଣରେ ସାଜସଜା କରାଯାଏ । ପ୍ରତିବର୍ଷ ସୁନାବେଶ ପାଞ୍ଚଥର ଅନୁଷ୍ଠିତ ହୋଇଥାଏ ।ଏହା ସାଧାରଣତଃ ପୌଷ ପୂର୍ଣ୍ଣିମା, ଫାଲଗୁନ ପୂର୍ଣ୍ଣିମା, ହରିଶୟନ ଏକାଦଶୀ, କାର୍ତ୍ତିକ ପୂର୍ଣ୍ଣିମା ଓ ବିଜୟାଦଶମୀ ଦିନ ଅନୁଷ୍ଠିତ ହୋଇଥାଏ ।

Advertisment

ଏଥିମଧ୍ୟରୁ ଶ୍ରୀମନ୍ଦିରସ୍ଥ ରତ୍ନସିଂହାସନ ଉପରେ ଶ୍ରୀଜୀଉମାନେ କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଓ ଦଶହରା ତିଥି ଗୁଡ଼ିକରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି ଓ କେବଳ ଥରେ ମାତ୍ର ସମସ୍ତବର୍ଗର ଜନତାଙ୍କ ପାଇଁ ଆଷାଢ଼ ଶୁକ୍ଲ ଏକାଦଶୀ ଦିନ ସିଂହଦ୍ୱାରଠାରେ ରଖାଯାଇଥିବା ତିନିରଥ ଉପରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି ।

ଶ୍ରୀଜୀଉମାନଙ୍କର ମଧ୍ୟାହ୍ନ ଧୂପ ଶେଷ ହେବା ପରେ, ପ୍ରାୟ ୨ଘଣ୍ଟା ସମୟ ବିନିମୟରେ ତିନିରଥ ଉପରେ ସୁନାବେଶ ଅନୁଷ୍ଠିତ ହୋଇଥାଏ । ଶ୍ରୀଜୀଉମାନେ ସୁନାବେଶରେ ପ୍ରାୟ ୬ଘଣ୍ଟା ପର୍ଯ୍ୟନ୍ତ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ।

Odisha Puri Lord Jagannath
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ