Advertisment

ଆଜି ପବିତ୍ର ବସନ୍ତ ପଞ୍ଚମୀ; ଧରାପୃଷ୍ଠରେ ବିଦ୍ୟାଦାତ୍ରୀ ମା' ସରସ୍ୱତୀ

ଧାର୍ମିକ ବିଶ୍ୱାସ ଅନୁଯାୟୀ କୁହାଯାଏ ଯେ ଏହି ଦିନ ଜ୍ଞାନର ଦେବୀ ମାତା ସରସ୍ୱତୀ ଅବତାର ଗ୍ରହଣ କରିଥିଲେ। ମାତା ସରସ୍ୱତୀ ଶିକ୍ଷା, ସଙ୍ଗୀତ, ଜ୍ଞାନ ଏବଂ କଳାର ଦେବୀ ହୋଇଥିବାରୁ ବିଶେଷ କରି ତାଙ୍କୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏହି ଦିନ ବଡ ଧୁମଧାମରେ ପୂଜା କରାଯାଏ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
Saraswati Puja

Saraswati Puja

ଆଜି ପବିତ୍ର ବସନ୍ତ ପଞ୍ଚମୀ ବା ଶ୍ରୀପଞ୍ଚମୀ । ଧରାପୃଷ୍ଠକୁ ଅବତରଣ କରିଛନ୍ତି ବିଦ୍ୟାଦାତ୍ରୀ ମା' ସରସ୍ୱତୀ । ମାଘ ମାସ ଶୁକ୍ଳ ପଞ୍ଚମୀ ତିଥିରେ ପାଳନ କରାଯାଏ ସରସ୍ୱତୀ ପୂଜା। ସରସ୍ୱତୀଙ୍କୁ ଜ୍ଞାନର ଦେବୀ କୁହାଯାଏ । ବ୍ରହ୍ମାଙ୍କ ସହଚରୀ ଓ ଶକ୍ତି ରୂପେ ବିଦିତ ମା' ସରସ୍ୱତୀ । ମା'ଙ୍କ ଆଗମନକୁ ନେଇ ସବୁଠି ଉତ୍ସାହ ଦେଖିବାକୁ ମିଳିଛି । ସ୍କୁଲ, କଲେଜ ଓ ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ମା'ଙ୍କର ସ୍ୱତନ୍ତ୍ର ପୂଜା ହେଉଛି । ଏଥିପାଇଁ ସକାଳୁ ସକାଳୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗହଳି ଚହଳି ଲାଗିଲାଣି ।

Advertisment

ଧାର୍ମିକ ବିଶ୍ୱାସ ଅନୁଯାୟୀ କୁହାଯାଏ ଯେ ଏହି ଦିନ ଜ୍ଞାନର ଦେବୀ ମାତା ସରସ୍ୱତୀ ଅବତାର ଗ୍ରହଣ କରିଥିଲେ। ମାତା ସରସ୍ୱତୀ ଶିକ୍ଷା, ସଙ୍ଗୀତ, ଜ୍ଞାନ ଏବଂ କଳାର ଦେବୀ ହୋଇଥିବାରୁ ବିଶେଷ କରି ତାଙ୍କୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏହି ଦିନ ବଡ ଧୁମଧାମରେ ପୂଜା କରାଯାଏ ।

ଦେବୀଙ୍କୁ ନେଇ ଅନେକ ସମୟରେ ମନରେ ଅନେକ ପ୍ରଶ୍ନ ମଧ୍ୟ ଆସେ। ଯେପରିକି ସେ କାହିଁକି ବିଦ୍ୟାର ଦେବୀ, ତାଙ୍କର ଅନ୍ୟ ନାମ କ’ଣ, ସେ କାହାକୁ ବିବାହ କରିଥିଲେ ଏମିତି ଅନେକ କିଛି ।

Advertisment

ଦେବୀ ସରସ୍ୱତୀଙ୍କୁ ବିଦ୍ୟା, ବୁଦ୍ଧି ଏବଂ ସଙ୍ଗୀତର ଦେବୀ କୁହାଯାଏ । ଦେବୀ ସରସ୍ୱତୀଙ୍କ ଆଶୀର୍ବାଦରେ ସମସ୍ତ ସନ୍ଦେହ ଦୂର ହୁଏ ଏବଂ ଦେବୀ ସରସ୍ୱତୀଙ୍କୁ ପୂଜା କରି ଜଣେ ବିବେକ, ବୁଦ୍ଧି ଏବଂ ଜ୍ଞାନ ପ୍ରାପ୍ତ ହୁଏ। ସେଥିପାଇଁ ସରସ୍ୱତୀଙ୍କୁ ଜ୍ଞାନର ଦେବୀ କୁହାଯାଏ ।

ମା’ ସରସ୍ୱତୀଙ୍କୁ ସୌମ୍ୟା ମଧ୍ୟ କୁହାଯାଏ। ଏହି ନାମର ଅର୍ଥ ହେଉଛି ମଧୁର। ଦେବୀ ସରସ୍ୱତୀଙ୍କ ନାମ ଭାଚି ମଧ୍ୟ ରଖାଯାଇଛି କାରଣ ତାଙ୍କ ବାଣୀ ଅତ୍ୟନ୍ତ ସୁମଧୁର। ଏହାଛଡା ଦେବୀ ଭଗବତୀ, ଶାରଦା, ବାକ୍‌ଦେବୀ, ହଂସବାହିନୀ ମଧ୍ୟ କୁହାଯାଏ।

Saraswati Puja Students Celebrate
Advertisment
Advertisment