ରାଜଧାନୀରେ କଡା ବ୍ଲକିଂ-ଚେକିଂ, ଶାନ୍ତି ଶୃଙ୍ଖଳାରେ ପାଳନ ପାଇଁ କଡ଼ା ସୁରକ୍ଷା

ନୂଆବର୍ଷକୁ ଶାନ୍ତି ଶୃଙ୍ଖଳାରେ ପାଳନ ପାଇଁ ରାଜଧାନୀ ଭୁବନେଶ୍ୱରର ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଭୁବନେଶ୍ୱରର ବିଭିନ୍ନ ଛକ ଗୁଡ଼ିକରେ ପୋଲିସ ଚେକିଂ କଡ଼ାକଡ଼ି କରା ଯାଇଥିଲା ।

Bhubaneswar

ନୂଆବର୍ଷକୁ ଶାନ୍ତି ଶୃଙ୍ଖଳାରେ ପାଳନ ପାଇଁ ରାଜଧାନୀ ଭୁବନେଶ୍ୱରର ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଭୁବନେଶ୍ୱରର ବିଭିନ୍ନ ଛକ ଗୁଡ଼ିକରେ ପୋଲିସ ଚେକିଂ କଡ଼ାକଡ଼ି କରା ଯାଇଥିଲା । ମଦ୍ୟ ପାନ କରି ଗାଡ଼ି ଚଲାଉଥିବା ଗାଡ଼ି ଚାଳକଙ୍କୁ ଅଟକାଇ ବ୍ରେଥ୍ ଆନାଲାଇଜର୍ ସାହାଯ୍ୟରେ ଚେକିଂ କରିଥିଲା ।

ସେହିପରି ଖୋଲାସ୍ଥାନରେ ଜିରୋ ନାଇଟ୍ ପାଇଁ ବାରଣ କରାଯାଥିଲା । ବଡ଼ଗଡ଼, ଲକ୍ଷ୍ମୀ ସାଗର, ଚନ୍ଦ୍ରଶେଖରପୁର, ଇନଫୋସିଟି, ଖଣ୍ଡଗିରି, ନୟାପଲ୍ଲୀ ପ୍ରମୁଖ ଛକରେ ସାରା ରାତି ବ୍ଲକିଂ ଓ ଚେକିଂ କରିଥିଲା ପୋଲିସ ।

ସେପଟେ ବାଲୁକାକଳାରେ ମହାପ୍ରଭୁଙ୍କ ବଡସିଂହାର ବେଶ। ବାଲିରେ ଶ୍ରୀଜଗନ୍ନାଥଙ୍କ ପ୍ରାୟ ୨୫ଫୁଟର ମୂର୍ତ୍ତି କରିଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ସ୍ବର୍ଣ୍ଣାଭ ବେଳାଭୂମିରେ ହୋଇଥିବା ଏହି ବିଶାଳ ବାଲୁକାକଳାରେ ଗେଣ୍ଡୁ, ଗୋଲାପ, ସେବତୀ ଫୁଲ ବ୍ୟବହାର ହୋଇଛି ।

ଏଥିସହ ମହାପ୍ରଭୁଙ୍କ ନାକଚଣା, ହୃଦୟ ପଦକ, କର ପଲ୍ଲଭ ବେଳାଭୂମିରେ ଶୋଭା ବର୍ଦ୍ଧନ କରୁଛି । ୨୦୨୪ ନୂଆ ବର୍ଷକୁ ସ୍ବାଗତ କରିବାକୁ ସୁଦର୍ଶନ ତାଙ୍କ ବାଲୁକାକଳାରେ ଜୟ ଜଗନ୍ନାଥ ବି ଲେଖିଛନ୍ତି ।