Advertisment

ଜଗା-ବଳିଆଙ୍କ ହାତରେ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା

ବଡ଼ଠାକୁରଙ୍କ ଜନ୍ମଦିନରେ ପ୍ରଭୁ ସୁଦର୍ଶନ ସୁସଜ୍ଜିତ ଚଉଦୋଳରେ ବିଜେ ହୋଇ ଶ୍ରୀମନ୍ଦିରରୁ ବାହାରି ମାର୍କଣ୍ଡ ପୁଷ୍କରିଣୀ କୂଳରେ ପହଞ୍ଚିବା ପରେ ଜନ୍ମନୀତି ସମ୍ମନ୍ନ ହେବ।

undefined

ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ଜନ୍ମୋତ୍ସବ

Advertisment

ଆଜି ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ଜନ୍ମୋତ୍ସବ। ଦୁଇ ଭାଇ ବଳଭଦ୍ର ଓ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା। ଦୁଇ ଭାଇଙ୍କ ଭୁଜ ପାଇଁ ବାସୁଙ୍ଗା ପାଟରେ ୨ଟି ଲେଖାଏଁ ୪ଟି ବଡ଼ରାକ୍ଷୀ ପ୍ରସ୍ତୁତ ହୋଇଛି। ଆଜି ଏହାକୁ ଶ୍ରୀମନ୍ଦିରକୁ ନିଆଯିବ। ପାଟରା ବିଷୋୟୀ ସେବକମାନେ ଶ୍ରୀମନ୍ଦିର ଗାରଦରେ ଏହାକୁ ଦାଖଲ ପରେ ମହାପ୍ରଭୁଙ୍କ ଠାରେ ନିର୍ଘଣ୍ଟ ନୀତି ଅନୁଯାୟୀ ଲାଗି କରାଯିବ।

Advertisment

ବଡ଼ଠାକୁରଙ୍କ ଜନ୍ମଦିନରେ ପ୍ରଭୁ ସୁଦର୍ଶନ ସୁସଜ୍ଜିତ ଚଉଦୋଳରେ ବିଜେ ହୋଇ ଶ୍ରୀମନ୍ଦିରରୁ ବାହାରି ମାର୍କଣ୍ଡ ପୁଷ୍କରିଣୀ କୂଳରେ ପହଞ୍ଚିବା ପରେ ଜନ୍ମନୀତି ସମ୍ମନ୍ନ ହେବ। ବଡ଼ଠାକୁରଙ୍କ ଜନ୍ମୋତ୍ସବ ପାଇଁ ଆଜି ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି କରାଯିବ।

Jagannath Temple Raksha Bndhan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ