Advertisment

ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର; ରାତି ୧୦ଟାରେ ଉଠିବ ଶ୍ରୀଲିଙ୍ଗରାଜଙ୍କ ମହାଦୀପ

ଭୋର ୩ଟାରୁ ନୀତିକାନ୍ତି ଆରମ୍ଭ ହୋଇଛି। ଦିନ୧୧ ଟା ଯାଏଁ ସାହାଣମେଲା ଦର୍ଶନ ହେବ। ଦିନ ୧୨ ଟାରୁ ୧୨ ଟା ୪୫ ଯାଏଁ ମହାସ୍ନାନ ଓ ବେଶ, ଅପରାହ୍ନ ୧୨ ଟା ୪୫ ରୁ ୨ଟା ୩୦ ଯାଏଁ ସୂର୍ଯ୍ୟ ପୂଜା।

ଅଦ୍ୟତନ ହୋଇଛି
MahaShivRatri

MahaShivRatri

Advertisment

ଆଜି ମହାଶିବରାତ୍ରି । ଦେବ ଦେବ ମହାଦେବଙ୍କ ଉପାସନା ଲାଗି ଜାଗର ପାଳୁଛନ୍ତି ଶ୍ରଦ୍ଧାଳୁ। କିମ୍ବଦନ୍ତୀ ରହିଛି ସାରା ସଂସାରର ରକ୍ଷା ଲାଗି ବିଷପାନ କରିଥିଲେ ମହାଦେବ। ଭଗବାନଙ୍କ ଜୀବନ ରକ୍ଷା ଲାଗି ସାରା ବିଶ୍ବ ଦୀପ ଜାଳି ଜାଗର ରହିଥିଲେ।

Advertisment

ଆଜିର ଦିନରେ ନିଜ ପରିବାରର ଶୁଭ ମନାସି ଶ୍ରଦ୍ଧାଳୁ, ଉପବାସ ରହିବା ସହ ଶୈବାଳୟ ଯାଇ ଦୀପ ଜାଳିଥାନ୍ତି। ରାତିରେ ମହାଦୀପ ଉଠିବା ପରେ ଉପବାସ ଭାଙ୍ଗିଥାନ୍ତି।ଏଥିପାଇଁ ଚଳଚଞ୍ଚଳ ହୋଇଛି ଏକାମ୍ର କ୍ଷେତ୍ର । ଜାଗର ପାଇଁ ସଜେଇ ହୋଇଛି ବାବା ଲିଙ୍ଗରାଜଙ୍କ ମନ୍ଦିର । ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ବ ଦେଇଛି ମନ୍ଦିର ପ୍ରଶାସନ।

ଭୋର ୩ଟାରୁ ନୀତିକାନ୍ତି ଆରମ୍ଭ ହୋଇଛି। ଦିନ୧୧ ଟା ଯାଏଁ ସାହାଣମେଲା ଦର୍ଶନ ହେବ। ଦିନ ୧୨ ଟାରୁ ୧୨ ଟା ୪୫ ଯାଏଁ ମହାସ୍ନାନ ଓ ବେଶ, ଅପରାହ୍ନ ୧୨ ଟା ୪୫ ରୁ ୨ଟା ୩୦ ଯାଏଁ ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା କରାଯିବ।ସେହିପରି ଦିନ ୨ଟା ୪୫ ରୁ ୩ଟା ୪୫ ଭୋଗ ମଣ୍ଡପ, ସନ୍ଧ୍ୟା ୭ଟା ୧୦ରୁ ୭ଟା ୩୦ ମଧ୍ୟରେ ସନ୍ଧ୍ୟା ଆଳତି ହେବ।

Advertisment

ସନ୍ଧ୍ୟା ୭ଟା ୩୦ରୁ ୮ଟା ୧୦ ପ୍ରଭୁ ଲିଙ୍ଗରାଜଙ୍କ ମାଜଣା ନୀତି କରାଯିବ। ରାତି ୮ଟା ୧୦ ରୁ ୮ଟା ୫୫ ପ୍ରଭୁ ଲିଙ୍ଗରାଜଙ୍କ ଯାତ୍ରା ପୂଜା ଓ ବେଢା, ୮ଟା ୫୫ ରୁ ରାତି ୧୦ ଟା ଶ୍ରୀଜୀଉଙ୍କ ସନ୍ଧ୍ୟାଧୂପ ସରିବା ପରେ ମହାଦୀପ ଉଠିବ । କଟକର ଧବଳେଶ୍ବର, ପୁରୀର ଲୋକନାଥ ପୀଠରେ ମଧ୍ୟ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି।

Lingaraj Temple Mahashivratri
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ