/odishatv-khabar/media/post_attachments/uploadimage/library/16_9/16_9_0/IMAGE_1728277785.jpg)
Batrish Sinhasan
ନନ୍ଦପୁରର ପ୍ରସିଦ୍ଧ ବତ୍ରୀଶ ସିଂହାସନ, ଏହା ମନ୍ଦିର ନୁହେଁ ଏକ ଶକ୍ତି ପୀଠ। ୩୨ ପାହାଚରେ ରହିଛନ୍ତି ୬୪ ଯୋଗିନୀ। ଆଉ ପୀଠରେ ପୂଜା ପାଆନ୍ତି କନ୍ଧୁଣି ଦେବୀ ଓ କନକ ଦୁର୍ଗା। କୁହାଯାଏ କନ୍ଧ ଦମ୍ପତି ଦ୍ଵାରା ଲାଳନପାଳନ ହୋଇଥିଲେ ନନ୍ଦପୁର ରାଜା। ଫଳତଃ ରାଜବଂଶରେ ଜନ୍ମିତ ସମସ୍ତ ଛୁଆଙ୍କ ନାଭି ଓ ଅନ୍ତନାଡ଼ି ନାଭିକୁଣ୍ଡରେ ଦେବୀଙ୍କୁ ସମର୍ପିତ କରି ଭବିଷ୍ୟ କାମନା କରାଯାଉଥିଲା। ଯାହା ବତ୍ରିଶ ସିଂହାସନର ଗର୍ଭଗୃହରେ ବିରାଜମାନ।
ବତ୍ରୀଶ ସିଂହାସନର ୩୨ ପାହାଚରେ ଶକ୍ତିସ୍ୱରୂପା ଦେବୀଙ୍କୁ ସ୍ଥାପନା କରାଯାଇଛି। ସମସ୍ତ ଦେବୀଙ୍କୁ ଅତିକ୍ରମ କଲେ ବତ୍ରିଶ ସିଂହାସନର ଗର୍ଭଗୃହରେ ପୂଜା ପାଉଛନ୍ତି ନାଭିକୁଣ୍ଡ ଓ କନ୍ଧୁଣୀ ଦେବୀ, ଯାହାଙ୍କୁ ବର୍ତ୍ତମାନ କନକ ଦେବୀ ନାମରେ ପୂଜା କରାଯାଉଛି।
୧୯୫୪ ମସିହାରୁ ବତ୍ରିଶ ସିଂହାସନର ଏହି ପିଠରେ ଦେବୀଙ୍କ ନୀତି ସହ ମା ଦୁର୍ଗାଙ୍କ ମୃଣୟମୂର୍ତ୍ତି ପୂଜା କରାଯାଉଛି। ପୀଠର ନୀତିନିୟମ ପୂଜାବିଧି ଆଜି ବି ସେମିତି। ଏହାକୁ ମନ୍ଦିର ନୁହେଁ ଦେବୀଙ୍କ ପୀଠ କୁହାଯାଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)