/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725521164.jpg)
Lord Ganesh
ଆସୁଛନ୍ତି ବିଘ୍ନବିନାଶକ ଗଜାନନ । ହାତରେ ଆଉ ଗୋଟିଏ ଦିନ । ମୂର୍ତ୍ତି ନିର୍ମାଣରେ ଲାଗିପଡ଼ିଛନ୍ତି ଶିଳ୍ପୀ । ମାଟିର ମୂର୍ତ୍ତିକୁ ଜୀବନ୍ତ କରି ସେଥିରେ ଦେଉଛନ୍ତି ଶେଷ ସ୍ପର୍ଷ । ସେଇଥିପାଇଁ ଶିଳ୍ପୀର ଆଖିରେ ନିଦ ନାହିଁ । ରାତି ଦିନ ଏକ କରି ଲାଗି ପଡିଛନ୍ତି ମୂର୍ତ୍ତି କାମରେ ।
ଶିଳ୍ପୀର ହାତର ସ୍ପର୍ଶରେ ଜୀବନ୍ତ ହେଉଛି ମାଟିର ମୂର୍ତ୍ତୀ । ଏ ହେଉଛି ଜଗତସିଂହପୁର ସହରର ଅଳସୁଧା ଓ ଗାନ୍ଧିଛକର ଦୃଶ୍ୟ । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବରାଦ ଦିଆଯାଇଥିବା ଗଣେଶ ମୂର୍ତ୍ତିକୁ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର । ଆଧୁନିକତାର ଛାପରେ ବିଭିନ୍ନ ରକମର ଗଣେଶ ମୂର୍ତ୍ତି ତିଆରି କରାଯାଉଛି ।
ପାର୍ବଣ ରତୁ ଆସିଲେ ମୂର୍ତ୍ତୀ କାରିଗରଙ୍କ ଆଖିକୁ ନିଦ ନଥାଏ । ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତି ତିଆରି କରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି ଏହି କାରିଗରମାନେ । ଗ୍ରାହକ ମାନଙ୍କ ବରାଦ ଅନୁସାରେ ସେଇ ଡିଜାଇନର ମୂର୍ତ୍ତି ତିଆରି କରନ୍ତି । ହେଲେ ବର୍ତ୍ତମାନ ବଜାରରେ ରଙ୍ଗ ଓ ଅନ୍ୟାନ୍ୟ ସାରଞ୍ଜମ ମୂଲ୍ୟ ବୃଦ୍ଧି ପାଇଥିବାରୁ ଲାଭ ଟିକେ କମ ହେବ ବୋଲି କହିଛନ୍ତି କାରିଗର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)