Ratha Yatra
ଏଥର ଘୋଷଯାତ୍ରାକୁ ଆସି ପାରନ୍ତି ପୂର୍ବାପେକ୍ଷା ଦୁଇ ଗୁଣା ଅଧିକ ଭକ୍ତ । ଆକଳନ ସତ ହେଲେ ସଂଖ୍ୟା ୧୫ରୁ ୧୮ ଲକ୍ଷକୁ ଛୁଇଁପାରେ । କୋଭିଡ୍ ଯୋଗୁଁ ଦୁଇବର୍ଷ ଧରି ଭକ୍ତଙ୍କୁ ରଥ ବାରଣ ହୋଇଥିବାରୁ ପୁରୀ ଜିଲ୍ଲା ପ୍ରଶାସନ କରୁଛି ଏଭଳି ଆକଳନ ।
ତେଣେ ଆଗାମୀ ରଥଯାତ୍ରା ଓ ଏତେ ସଂଖ୍ୟକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ପୁରୀ ପ୍ରଶାସନ କରିଛି ଦୁଇ ପ୍ରକାର ପ୍ଲାନ । ପ୍ଲାନ ନମ୍ବର ୧- ଯଦି ପରିସ୍ଥିତି ସ୍ୱାଭାବିକ ହୁଏ ଓ ଶ୍ରୀକ୍ଷେତ୍ରକୁ ଦୁଇଗୁଣା ଭକ୍ତ ଆସନ୍ତି, ତାହାଲେ କଣ କରିବାକୁ ପଡ଼ିବ ? ପ୍ଲାନ୍ ନମ୍ବର ୨- ଯଦି କୋଭିଡ୍ ସଂକ୍ରମଣ ବଢ଼େ, ତେବେ କିଭଳି ହେବ ରଥଯାତ୍ରା ଆୟୋଜନ । ରଥଯାତ୍ରା ୨୦୨୨ ପ୍ରସ୍ତୁତି ପାଇଁ ଆଜି ପୁରୀ ପ୍ରଶାସନର ପ୍ରଥମ ସମୀକ୍ଷା ବୈଠକ ପରେ ଜିଲ୍ଲାପାଳ ସୂଚନା ଦେଇ କହିଛନ୍ତି, ଯଦି ଘୋଷଯାତ୍ରାକୁ ଭକ୍ତଙ୍କୁ ଆସିବାକୁ ଅନୁମତି ମିଳେ, ତାହାଲେ ସାଧାରଣ ବର୍ଷମାନଙ୍କରେ ଯେତିକି ଭକ୍ତ ଆସନ୍ତି ତାଠାରୁ ଦେଢ଼ରୁ ୨ଗୁଣା ଭକ୍ତ ବଢ଼ି ଯିବେ ।
ତେଣୁ ତାକୁ ନଜରରେ ରଖି ବ୍ୟାପକ ବ୍ୟବସ୍ଥା କରାଯିବ । ରଥ ନିର୍ମାଣଠୁ, ଠାକୁରଙ୍କ ନୀତିକାନ୍ତି ସୁପରିଚାଳନା, ସ୍ୱାସ୍ଥ୍ୟ ଓ ପରିମଳ ସହ ପାନୀୟ ଜଳଯୋଗାଣ, ପରିବହନ ଓ ଆଇନଶୃଙ୍ଖଳା ଭଳି ସବୁ ଦିଗକୁ ଅଧିକ ଗୁରୁତ୍ୱର ସହ ବିଚାର କରାଯିବ । ଏଥିପାଇଁ ସବୁ ବିଭାଗକୁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବାକୁ କୁହାଯାଇଛି । ଖୁବ୍ଶୀଘ୍ର ଆଉ ଏକ ଉଚ୍ଚସ୍ତରୀୟ ବୈଠକ ବସି ଏହାର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରାଯିବ ।
ଆଗାମୀ ଜୁନ୍ ୧୪ରେ ସ୍ନାନପୂର୍ଣ୍ଣମୀ ଓ ଜୁଲାଇ ୧ରେ ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ସେଥିପାଇଁ ପ୍ରଥମ ରଥ ପ୍ରସ୍ତୁତି ବୈଠକରେ ରେଲେଓ୍ୱ ଓ ଜନସ୍ୱାସ୍ଥ୍ୟ ଭଳି ବିଭିନ୍ନ ବିଭାଗ ସହ ସାମିଲ ହୋଇଥିଲେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ । ୨ବର୍ଷ ପରେ ପୁଣି ଭକ୍ତଙ୍କ ଗହଣରେ ରଥଯାତ୍ରା ପାଇଁ ସମସ୍ତେ ଉତ୍କଣ୍ଠାରେ ଥିବା କହିଥିଲେ ।
ତେବେ ସେବାୟତ ମାନେ ଠାକୁରଙ୍କ ସ୍ନାନ ଓ ରଥଯାତ୍ରା ନୀତି ପାଇଁ ଅତି ଆବଶ୍ୟକ ସାମଗ୍ରୀ ଯେମିତିକି ରଥ ଦଉଡ଼ି, ବାସୁଙ୍ଗା ପାଟ ଆଦି ଶୀଘ୍ର ଯୋଗାଣ ଲାଗି ଶ୍ରୀମନ୍ଦିର ପ୍ରଶାସନକୁ ଅନୁରୋଧ କରିଥିଲେ । ତାସହ ଶୃଙ୍ଖଳିତ ନୀତିକାନ୍ତିରେ ରଥଯାତ୍ରା ଆୟୋଜନ ପାଇଁ ବି ପ୍ରତିଶ୍ରୁତି ଦେଇଥିଲେ । ସେପଟେ ଅକ୍ଷୟତୃତୀରୁ ଶ୍ରୀଜୀଉଙ୍କ ଚନ୍ଦନ ଯାତ୍ରା ଚାଲିଥିବାବେଳେ ରଥ ଖଳାରେ ବି ଜୋରସରରେ ଆରମ୍ଭ ହୋଇଛି ରଥ ନିର୍ମାଣ କାମ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1651762943.jpg)