Advertisment

ଶ୍ରୀଜିଉଙ୍କ ସ୍ନାନଯାତ୍ରା ବେଳେ ଅଘଟଣ ପରେ ଅଘଟଣ

ଠାକୁରଙ୍କ ମଙ୍ଗଳାର୍ପଣ ଆଜି ଭୋର ୩ଟା ୩୦ରୁ ହେବାର ଥିଲା। କିନ୍ତୁ କୌଣସି କାରଣରୁ ଏହା ଭୋର ୪ଟା ୪୦ ଅନୁଷ୍ଠିତ ହେବାରୁ ଏ ନୀତିରେ ୧ ଘଣ୍ଟା ୧୫ ମିନିଟ ବିଳମ୍ବ ହୋଇଥିଲା।

ଅଦ୍ୟତନ ହୋଇଛି
Snana Purnima

Snana Purnima

Advertisment

ଶ୍ରୀଜିଉଙ୍କ ସ୍ନାନଯାତ୍ରା ବେଳେ ନୀତି ବିଳମ୍ବ ଓ ବିଭ୍ରାଟ। ଆଜି ମହାପ୍ରଭୁଙ୍କ ପବିତ୍ର ମଣ୍ଡପ ଚକଡ଼ାରେ ରକ୍ତଛିଟା ପଡ଼ିବାରୁ ଜଳଲାଗି ନୀତି ପରେ ମହାସ୍ନାନ ହୋଇଛନ୍ତି ମହାବାହୁ। ଏପଟେ ଶ୍ରୀମନ୍ଦିରରେ ଆଜି ଦର୍ଶନ ବେଳେ ଜଣେ ଅଚେତ ଭକ୍ତ ଅଚେତ ହୋଇ ପରେ ପ୍ରାଣ ହରାଇବା ଏବଂ ସିଂହଦ୍ୱାର ଦେଇ ଜଣେ ବିଦେଶୀ ବାଇଶି ପାହାଚ ଯାଏଁ ଅତିକ୍ରମ କରିବା ଘଟଣା ବି ସାମ୍ନାକୁ ଆସିଛି।

Advertisment

ମହାପ୍ରଭୁଙ୍କ ପବିତ୍ର ସ୍ନାନ ଯାତ୍ରାରେ ବିଭ୍ରାଟ ପରେ ବିଭ୍ରାଟ। ଶ୍ରୀଜିଉଙ୍କ ସ୍ନାନ ନୀତିରେ ବିଳମ୍ବ ଓ ବିଶୃଙ୍ଖଳା ସାଙ୍ଗକୁ ତିନି ତିନିଟି ଅଘଟଣ। ଆଜି ଦେବସ୍ନାନ ପୂର୍ଣ୍ଣିମାରେ ଚତୁର୍ଦ୍ଧାମୂରତିଙ୍କ ପ୍ରତ୍ୟକ୍ଷ ସ୍ନାନକୁ ସାରା ବିଶ୍ୱ ଅନାଇ ରହିିଥିବା ବେଳେ ଏପଟେ ଆରମ୍ଭରୁ ହୋଇଥିଲା ନୀତି ବିଳମ୍ବ। ଠାକୁରଙ୍କ ମଙ୍ଗଳାର୍ପଣ ଆଜି ଭୋର ୩ଟା ୩୦ରୁ ହେବାର ଥିଲା। କିନ୍ତୁ କୌଣସି କାରଣରୁ ଏହା ଭୋର ୪ଟା ୪୦ ଅନୁଷ୍ଠିତ ହେବାରୁ ଏ ନୀତିରେ ୧ ଘଣ୍ଟା ୧୫ ମିନିଟ ବିଳମ୍ବ ହୋଇଥିଲା।

ପରେ ଡୋରଲାଗି, ପୁଷ୍ପାଞ୍ଜଳି ଓ ପହଣ୍ଡି ନୀତିରେ ବି ବିଳମ୍ବ ଘଟିବାରୁ ୧୧ଟା ୪୦ରେ ହେବାକୁ ଥିବା ଜଳବିଜେ ନୀତି ଆରମ୍ଭ ହୋଇଥିଲା ୧୨ଟା ୨୦ ମିନିଟରେ। ଏଣେ ଜଳବିଜେ ନୀତି ସମାପନ ମାତ୍ରେ ସ୍ନାନ ମଣ୍ଡପରେ ଦେଖାଦେଇଥିଲା ରକ୍ତ ଛିଟା। ଜଣେ ସେବାୟତଙ୍କ ଗୋଡ଼ରେ ଆଘତ ପରେ ରକ୍ତଛିଟା ଲାଗିଥିବାରୁ ପୁଣି ମହାସ୍ନାନ ହୋଇଥିଲେ ମହାପ୍ରଭୁ।

Advertisment

ଏପଟେ ଶ୍ରୀଜିଉଙ୍କୁ ସ୍ନାନ ଏବଂ ହାତୀ ବେଶ ଦେଖିବାକୁ ଅପେକ୍ଷା କରିଥିଲେ ଲକ୍ଷ ଲକ୍ଷ ଭକ୍ତ। କିନ୍ତୁ ନୀତିରେ ଅହେତୁକ ବିଳମ୍ବ ଓ ସ୍ନାନ ମଣ୍ଡପରେ ବିଭ୍ରାଟ ଶ୍ରଦ୍ଧାଳୁଙ୍କ ଧର୍ଯ୍ୟତ୍ୟୁତି ଘଟାଇଥିଲା। ଅସମ୍ଭବ ଗରମ ଓ ଗୁଳୁଗୁଳିରେ ଆଉଟୁ ପାଉଟୁ ହୋଇଥିଲେ ଭକ୍ତ।

ଏପଟେ ଆଜି ଶ୍ରୀମନ୍ଦିରରେ ବି ଦେଖିବାକୁ ମିଳିଥିଲା ଗୋଟିଏ ପରେ ଗୋଟିଏ ଅଘଟଣ। ଆଜି ଶ୍ରୀମନ୍ଦିରରେ ରାଜସ୍ଥାନର ଜଣେ ଭକ୍ତ ଦର୍ଶନ କରିବା ବେଳେ ହଠାତ ଅଚେତ ହୋଇପଡ଼ିଥିଲେ। ପରେ ତାଙ୍କୁ ଶ୍ରୀମନ୍ଦିର ପ୍ରାଥମିକ ଚିକିତ୍ସା କେନ୍ଦ୍ର ଓ ପରେ ପୁରୀ ବଡ଼ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

Advertisment

ସେହିପରି ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ବାଇଶି ପାହାଚକୁ ଚଢ଼ି ଯାଇଥିଲେ ଜଣେ ବିଦେଶୀ। ତାଙ୍କ ଉପସ୍ଥିତି ଦେଖିବା ନେଇ ଗଣମାଧ୍ୟମ ପ୍ରତିନିଧି ପୋଲିସକୁ ଜଣାଇବା ପରେ ପୋଲିସ ତାଙ୍କୁ ଶ୍ରୀମନ୍ଦିର ପ୍ରବେଶ ପୂର୍ବରୁ ଧରି ନେଇଥିଲା।

Ratha Jatra Snana Purnima
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ