ଶ୍ରାବଣ ମାସ ସୋମବାର
ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଏଥିପାଇଁ ସକାଳୁ ସକାଳୁ ଚଳଚଞ୍ଚଳ ହୋଇଛି ଶୈବପୀଠ ଗୁଡିକ। ହଜାର ହଜାର ବୋଲବମ୍ ଭକ୍ତ ଭୋଳା ବାବାଙ୍କୁ ଜଳ ଲାଗି କରୁଛନ୍ତି। ଲୋକନାଥଙ୍କଠୁ ଲିଙ୍ଗରାଜ, ଧବଳେଶ୍ୱରଙ୍କଠୁ ପଞ୍ଚଲିଙ୍ଗେଶ୍ୱର ରାଜ୍ୟର ସମସ୍ତ ଶୈବପୀଠରେ ହଜାର ହଜାର କାଉଡ଼ିଆଙ୍କ ଭିଡ଼ ଜମିଛି। ଧବଳେଶ୍ୱର ପୀଠକୁ ବାହୁଙ୍ଗି ମନା ହୋଇଥିବାରୁ କେବଳ କଳସ ଧରି ଝୁଲାପୋଲ ଦେଇ ମନ୍ଦିର ଭିତରକୁ ଯାଉଛନ୍ତି ଶ୍ରଦ୍ଧାଳୁ।
କରୋନା କଟକଣା ପାଇଁ ଗତ ୨ ବର୍ଷ ହେବ ଅନୁମତି ମିଳିନଥିବାରୁ ଏବର୍ଷ ଆଶାତୀତ ଭାବେ ବଢିଛି ବୋଲବମ୍ ଭକ୍ତଙ୍କ ସଂଖ୍ୟା। ସେପଟେ କାଉଡ଼ିଆମାନେ ଶୃଙ୍ଖଳିତ ଭାବେ ଜଳ ଲାଗି କରିବା ସହ ଦର୍ଶନ ସୁରୁଖୁରୁରେ କରିବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।
ସେହିପରି ଭଦ୍ରକ ଜିଲ୍ଲା ଶୈବ ପୀଠ ବାବା ଆଖଣ୍ଡଳମଣି ପୀଠରେ ଜଳଲାଗି କରିବା ପାଇଁ ଲମ୍ବା ଧାଡ଼ିରେ ହଜାର ହଜାର କାଉଡ଼ିଆଙ୍କ ଭିଡ଼। ରାତି ୪ଟାରୁ ବାବାଙ୍କ ପହଡ଼ ଖୋଲିବା ପରେ ଚାଲିଛି ବାବାଙ୍କ ନୀତିକାନ୍ତି। ଅନ୍ୟପଟରେ ଜଣଜଣ କରି କାଉଡ଼ିଆମାନେ ଲମ୍ବା ଧାଡ଼ିରେ ଜଳଲାଗି କରୁଛନ୍ତି। ହରହର ମହାଦେବ, ବୋଲବମ ଧ୍ଵନୀରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଦୁଇ ବର୍ଷ କୋରନା କଟକଣା ଯୋଗୁଁ ଭକ୍ତମାନେ ଜଳ ଲାଗି କରିପାରି ନଥିଲେ। ଏଥର ଜଳଲାଗି କରି ଭକ୍ତ ମାନଙ୍କ ମନରେ ନାହିଁ ନଥିବା ଖୁସି ଦେଖିବାକୁ ମିଳିଛି।
ତେବେ ଶାନ୍ତି ଶୃଙ୍ଖଳା ଦୃଷ୍ଟିରୁ ମନ୍ଦିର ଦକ୍ଷିଣ ଦ୍ୱାର ପାଖରୁ ଶିବ ଗଙ୍ଗା ପୋଖରୀ ଚାରିପଟ ବ୍ୟାରିକେଟର ବ୍ୟବସ୍ଥା କରାଯାଇଛି। ଜଣେ ଆଡ୍ସିସନାଲ ଏସପି ସମେତ ୧୯ ସେକ୍ସନ ପୋଲିସ୍ ଫୋର୍ସ ମୁତୟନ ଅଛନ୍ତି। ବୈତରଣୀ ସାଳନ୍ଦୀ ମୁଆଁ ଓ ତିନ୍ତର ଘାଟରେ ଅଗ୍ନିଶମ ବିଭାଗ ମୁତୟନ ଅଛନ୍ତି। ତେବେ ଶାନ୍ତି ଶଙ୍ଖଳା ସହିତ ଜଳ ଲାଗି ଚାଲିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1658116339.jpg)