Advertisment

Senapata Lagi Ritual: ଆଜି ମହାପ୍ରଭୁଙ୍କ ସେନାପଟା ନୀତି; ବନ୍ଦ ରହିବ ଜଗା ଦର୍ଶନ

ଶ୍ରୀମନ୍ଦିରରେ ମହାପ୍ର‍ଭୁଙ୍କ ସେନାପଟା ନୀତି ଯୋଗୁଁ ଆଜି ଦିନ ୨ଟା ଯାଏଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ଦଇତାପତି ସେବକମାନେ ସିଂହାସନରେ ସେନାପଟା ପରିଧାନ କରାଇଥାନ୍ତି ।

ଅଦ୍ୟତନ ହୋଇଛି
Senapata Lagi Ritual

Senapata Lagi Ritual

Advertisment

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ସେନାପଟା ଲାଗି ନୀତି। ଏଥିପାଇଁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ। ଗତ ରାତି ଆଳତି ପହୁଡ ଠାରୁ ଆଜି ଅପରାହ୍ଣ ୨ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Advertisment

ଅଧିକ ପଢନ୍ତୁ:୧୧ରେ ସ୍ନାନପୂର୍ଣ୍ଣିମା, ପୁରୀ ଜଗିବେ ୭୦ ପ୍ଲାଟୁନ୍ ଫୋର୍ସ

ଆସନ୍ତାକାଲି ଶ୍ରୀଜିଉଙ୍କ ସ୍ନାନଯାତ୍ରା। ରତ୍ନସିଂହାସନରୁ ପହଣ୍ଡି ହୋଇ ସ୍ନାନମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ଏ ନେଇ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି । ସ୍ନାନବେଦୀକୁ ପହଣ୍ଡି ହେବା ପୂର୍ବରୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସେନାପଟା ଲାଗି କରାଯାଇଥାଏ। ସେନା ପଟା ଲାଗି ଶେଷ ପରେ ଦୈନନ୍ଦିନ ନୀତି ବଢିବା ସହ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ ।

ସେନାପଟା ପରିଧାନ କରାଇଥାନ୍ତି ଦଇତାପତି ସେବକ। ସେଥିପାଇଁ ସତ୍ୟବାଦୀରୁ ବଉଳ କାଠ ଆସିଥିଲା। ବଉଳକାଠରେ ସେନାପଟା ତିଆରି କରାଯାଇ ଚତୁର୍ଦ୍ଧାମୂର୍ତ୍ତି ପହଣ୍ଡି ହୋଇ ସ୍ନାନ ମଣ୍ଡପକୁ ବିଜେ କରିବେ। ଦିବ୍ୟ ଜଳରେ ସ୍ନାନ କରିବା ପରେ ହାତୀବେଶରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ। ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ଅନୁସାରେ ଏହି ସ୍ୱତନ୍ତ୍ର ନୀତି ଆଜି ସକାଳ ସାଢେ ୬ଟାରୁ ଆରମ୍ଭ ହୋଇ ୧୧ଟାରେ ସେନାପଟା ଲାଗି ସରିବ ।ଏହା ପରେ ୧୨ଟାରେ ଶ୍ରୀବିଗ୍ରହଙ୍କ ମଙ୍ଗଳାଳତି, ଅପରାହ୍ନ ୨ଟାରେ ମଇଲମ, ତଡପ ଲାଗି ଓ ଅବକାଶ ରୋଷହୋମ, ସୂର୍ଯ୍ୟପୂଜା ଓ ଦ୍ୱାରପାଳ ପୂଜା ହୋଇ ଠାକୁରଙ୍କ ବେଶ ଶେଷ ହେବ । ଦେବସ୍ନାନ ପୂର୍ଣ୍ଣମା ଦିନ ଭୋର ସାଢେ ୪ଟାରେ ଠାକୁରଙ୍କ ମଙ୍ଗଳାର୍ପଣ ବଢି ଡୋରଲାଗି ଓ ପୁଷ୍ପାଞ୍ଜଳି ହୋଇ ୭ଟା ସୁଦ୍ଧା ପହଣ୍ଡି ଆରମ୍ଭ ହେବ ।

Advertisment

ଅଧିକ ପଢନ୍ତୁ : ୨୭ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ଭକ୍ତଙ୍କ ସୁରକ୍ଷା ପାଇଁ ପ୍ରସ୍ତୁତି ଜୋରଦାର

Puri Jagannath Temple Snana Jatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ