Savitri Brata
ଆଜି ସାବିତ୍ରୀ ବ୍ରତ । ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ ବ୍ରତ ପାଳୁଛନ୍ତି ସ୍ତ୍ରୀ । ଉପବାସ ବ୍ରତ ରଖିବା ସହ ମନ୍ଦିରରେ ପୂଜା କରି ସ୍ୱାମୀଙ୍କ ମଙ୍ଗଳ କାମନା କରୁଛନ୍ତି । କେହି କେହି ଘରେ ମଧ୍ୟ ପୂଜା କରୁଛନ୍ତି । ସାବିତ୍ରୀଙ୍କ ପତିଭକ୍ତିକୁ ମନେ ପକାଇ ସମସ୍ତ ବିବାହିତ ମହିଳା ପୂଜାର୍ଚ୍ଚନା କରୁଛନ୍ତି । ଏଥିପାଇଁ ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ଦେବାଳୟରେ ବ୍ରତଧାରୀଙ୍କ ଗହଳି ଲାଗିଛି । ମହିଳାମାନେ ମନ୍ଦିରରେ ନୂଆ ଶାଢୀ, ଶଙ୍ଖାସିନ୍ଦୂର ପୂଜା କରି ପରିଧାନ କରୁଛନ୍ତି । ଓଡିଆ ଘରର ପରମ୍ପରା ଅନୁସାରେ ବିବାହିତ ମହିଳାମାନେ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା ପାଇଁ ସାବିତ୍ରୀ ବ୍ରତ ପାଳନ କରିଥାଆନ୍ତି ।
ସେପଟେ ଶ୍ରୀକ୍ଷେତ୍ରରେ ଥିବା ମା' ସାବିତ୍ରୀଙ୍କ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ସହ ପୂଜାର୍ଚ୍ଚନା କରାଯାଉଛି । ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ମନ୍ଦିରରେ ମଧ୍ୟ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି । ମହାସତୀ ସାବିତ୍ରୀଙ୍କ ନାଁରେ ଏହି ବ୍ରତ ପାଳନ୍ତି ମହିଳା । ପୌରାଣିକ କଥା ଅନୁଯାୟୀ, ମା' ସାବିତ୍ରୀ ଯମରାଜାଙ୍କ ନିକଟରୁ ନିଜ ସ୍ୱାମୀ ସତ୍ୟବାନଙ୍କୁ ଫେରାଇ ଆଣିଥିଲେ । ସେହିଦିନଠାରୁ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଉପବାସ ବ୍ରତ ରଖି ପୂଜାର୍ଚ୍ଚନା କରିବା ସହ ଏହି ବ୍ରତ ପାଳିଥାନ୍ତି ମହିଳା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748232997.jpg)