Advertisment

Rukuna Rath Yatra: ଚଳଚଞ୍ଚଳ ଏକାମ୍ର କ୍ଷେତ୍ର; ଆଜି ଗଡ଼ିବ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ

ଯାତ୍ରାକୁ ଶୃଙ୍ଖଳତି କରିବା ପାଇଁ କମିଶନରେଟ ପୁଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥାର ଯାଞ୍ଚ କରାଯିବା ସହ କଡ଼ା ସୁରକ୍ଷା ବ୍ୟବସ୍ଥାକୁ ଧ୍ୟାନ ଦିଆଯାଇଛି । ରଥ ଯାତ୍ରାରେ ୧୬ ପ୍ଲାଟୁନ ପୁଲିସ ଫୋର୍ସ ସହିତ ସାଦା ପୋଷାକରେ ନିୟୋଜିତ ହେବେ ପୋଲିସ କର୍ମଚାରୀ ।

ଅଦ୍ୟତନ ହୋଇଛି
Rukuna Rath Of Lord Lingaraj

Rukuna Rath Of Lord Lingaraj

Advertisment

ଆଜି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କରୁକୁଣା ରଥଯାତ୍ରା । ଅଶୋକାଷ୍ଟମୀ ପାଇଁ ଚଳଚଞ୍ଚଳ ଏକାମ୍ରକ୍ଷେତ୍ର । ସକାଳର ନୀତିକାନ୍ତି ସରିବା ପରେ ମଧ୍ୟାହ୍ନ ୧୨ଟାରୁ ୧୨ଟା ୩୦ ମଧ୍ୟରେ ଯାତ୍ରାପୂଜା ହେବାର ବିଧି ରହିଛି । ସେହିଭଳି ଶ୍ରୀଜିଉଙ୍କ ପହଣ୍ଡି ଓ ରଥାରୁଢ଼ ସମୟ ଅପରାହ୍ନ ୧୨ଟା ୩୦ରୁ ଅପରାହ୍ନ ଗୋଟାଏ ୩୦ ଯାଏ ରହିଛି ।

Advertisment

ଏହାପରେ ଗୋଟାଏ ୩୦ ମିନିଟ୍‌ରୁ ୩ଟା ୩୦ ମିନିଟ୍ ମଧ୍ୟରେ ରଥରେ ପୂଜା ହେବ । ୩ଟା ୩୦ ମିନିଟ୍‌ରୁ ରଥଟଣା ଆରମ୍ଭ ହେବ ବୋଲି ନୀତି ନିର୍ଘଣ୍ଟ ହୋଇଛି । ସଂଧ୍ୟା ସାଢ଼େ ୭ଟାରେ ରାମେଶ୍ବର ମନ୍ଦିରକୁ ବିଜେ କରିବେ ଶ୍ରୀଜିଉ । ସାଢେ ୭ଟାରୁ ଶ୍ରୀଜିଉଙ୍କ ଅନ୍ୟାନ ରୀତିନୀତି ଆରମ୍ଭ ହେବ ।

ଅନ୍ୟପଟେ ଯାତ୍ରାକୁ ଶୃଙ୍ଖଳତି କରିବା ପାଇଁ କମିଶନରେଟ ପୁଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥାର ଯାଞ୍ଚ କରାଯିବା ସହ କଡ଼ା ସୁରକ୍ଷା ବ୍ୟବସ୍ଥାକୁ ଧ୍ୟାନ ଦିଆଯାଇଛି । ରଥ ଯାତ୍ରାରେ ୧୬ ପ୍ଲାଟୁନ ପୁଲିସ ଫୋର୍ସ ସହିତ ସାଦା ପୋଷାକରେ ନିୟୋଜିତ ହେବେ ପୋଲିସ କର୍ମଚାରୀ ।

Advertisment

ଷ୍ଟ୍ରାଇକିଂ ଫୋର୍ସ ସହିତ ୨ ଡିସିପି ରାଙ୍କ ଅଧିକାରୀ, ୩ ଆଡିସିନାଲ ଡିସିପି ରାଙ୍କ ଅଧିକାରୀ, ୫ ଏସିପି ରାଙ୍କ ଅଧିକାରୀ, ୧୨ ଇନ୍ସପେକ୍ଟର, ୬୫ ଏସଆଇ ଓ ଏଏସଆଇ ସୁରକ୍ଷା ଦାୟିତ୍ବରେ ନିୟୋଜିତ ହେବେ । ଏଥିସହିତ ଯାନବାହନ ନିୟନ୍ତ୍ରଣ ଏବଂ ଟ୍ରାଫିକ୍ ବ୍ୟବସ୍ଥା ପାଇଁ ଅଧିକ ଟ୍ରାଫିକ୍ ପୁଲିସ ମଧ୍ୟ ରହିବେ ।

ରଥ ଚଳନକୁ ଦୃଷ୍ଟିରେ ରଖି ୨ଶହରୁ ୩ ଶହ ମିଟର ପର୍ଯ୍ୟନ୍ତ ରାସ୍ତା ଖାଲି କରାଯିବା ସହ ପାର୍କିଂ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି

Advertisment
Bhubaneswar Lingaraj Temple Rukuna Rath Yatra Lingaraj Rukuna Rath Rukuna Rath Yatra In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ